କେଉଁଠି କେତେ ବଢୁଛି, ଦୈନିକ ହେବ ବିଶ୍ଲେଷଣ

ଭୁବନେଶ୍ୱର,୯।୧୦(ବ୍ୟୁରୋ): କରୋନା କଟକଣା ମାନିବାରେ ବ୍ୟତିକ୍ରମ ହେଲେ ସଂକ୍ରମଣ ପୁଣି ବଢ଼ିବାର ସମ୍ଭାବନା ରହିଛି। ତେଣୁ ଦୁର୍ଗା ପୂଜାରୁ ସ୍ବାସ୍ଥ୍ୟ ବଭାଗ ପାଇଁ ଏକ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ଯେଉଁଠି ଅଧିକ ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍‌ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି। କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ତେଣୁ କଡ଼ାକଡ଼ି ନିୟମ ପାଳନ ଉପରେ ଅଧିକ ଫୋକସ୍‌ ରହିଛି। ଭିଡ଼କୁ ଏଡ଼େଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଇଛି। ଏହାଛଡ଼ା ପୂଜାରେ ସତର୍କ ରହିବା ଦରକାର। ପୂଜା ସମୟରେ କେଉଁ ଜିଲାରେ କେତେ ସଂକ୍ରମଣ ବଢୁଛି, ତାହାର ଦୈନିକ ବିଶ୍ଲେଷଣ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରିଣୀଙ୍କ ଚଇତିପର୍ବ

ଚଇତିପର୍ବ ମା’ ତାରିଣୀଙ୍କ ପ୍ରସିଦ୍ଧ ପର୍ବ ଭାବେ ପରିଚିତ। ଏହି ପର୍ବ ଲାଗି କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ତାରିଣୀଙ୍କ ପୀଠରେ ମୁଖରିତ ହୋଇଉଠେ। ପୂର୍ବରୁ ଏହି...

ଥାକରେ ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୮ା୧୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ଯାଜପୁରକୁ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ୨୦୧୮-୧୯ ବର୍ଷରୁ ଥାକରେ ରଖାଯାଇଛି।...

ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି...

କୋଟିଆବାସୀଙ୍କ ସହ ଓଡ଼ିଶା ଦିବସ ପାଳିବେ ଧର୍ମେନ୍ଦ୍ର

ଭୁବନେଶ୍ବର,୩୦ା୩(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଭୁବନେଶ୍ୱର, କଟକ ଏବଂ କୋରାପୁଟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ...

‘ବିଜେଡି ଅହଂକାରୀ ହୋଇଯାଇଛି’

ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା...

ନାଲ୍‌କୋ ବସଲା ସାହି ହଟିଂ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ନିକଟ ପଡ଼ିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।...

ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଅଞ୍ଚଳରେ ୨୦୧୨ରେ ଯୌତୁକ ଦାବିକରି ସ୍ତ୍ରୀଙ୍କୁ କାଠଫାଳିଆରେ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ଅତିରିକ୍ତ ଜିଲାଜଜ୍‌-୩...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ମୁମ୍ବାଇ ଗସ୍ତ

ଭୁବନେଶ୍ବର,୧୩ା୯(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ଆସନ୍ତା ୧୪ରେ ମୁମ୍ବାଇର ଏକ ଘରୋଇ ହୋଟେଲ୍‌ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା...

Advertisement
Archives

Model This Week