ଯେଉଁଠି ପିସିଆର୍‌, ସେଇଠି ନିଶା ବେପାର

ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍‌, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି ଜବରଦଖଲ କରି ଆଡ୍ଡା ଜମାଇବା ସହ ନିଶା କାରବାର, ଦେହ ବେପାରଠାରୁ ଆରମ୍ଭ କରି ସହରରେ ଅପରାଧ ଘଟାଇ ଚାଲିଛନ୍ତି। ଏବେ ସହରରେ ଥିବା ବିଭିନ୍ନ ଓଭରବ୍ରିଜ୍‌ ତଳ ଓ ଟ୍ରେନ୍‌ ଲାଇନ୍‌ କଡ଼ ସେମାନଙ୍କ ନୂଆ ଆଡ୍ଡାସ୍ଥଳ ପାଲଟିଛି। ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି, ପୋଲିସ ସୁରକ୍ଷାରେ ଅପରାଧୀମାନେ ଏପରି ଅପରାଧ ଘଟାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ଜବରଦଖଲ ପାଇଁ ସତେଯେମିତି ଭିତିରି ସୁଯୋଗ ଦେଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ଫଳରେ ସ୍ମାର୍ଟ ସିଟି ଭୁବନେଶ୍ୱର ଅସୁରକ୍ଷିତ ସହରରେ ପରିଣତ ହେବାରେ ଲାଗିଛି।

ମିଳିଥିବା ସୂଚନାନୁସାରେ, ରାଜଧାନୀର କେନ୍ଦ୍ରସ୍ଥଳ ତଥା ଓ୍ବାର୍ଡ ନଂ.୩୧ ଅନ୍ତର୍ଗତ ବମିଖାଲ ରେଲ୍‌ଓ୍ବେ ଲେଭଲ କ୍ରସିଂ ନିକଟ ଓଭରବ୍ରିଜ ତଳ ସରକାରୀ ଜାଗାକୁ କେତେଜଣ ବ୍ୟକ୍ତି ବଳପୂର୍ବକ ଅକ୍ତିଆର କରି ଟିଣ ଘର ତିଆରିି କରିଛନ୍ତି। ସଞ୍ଜ ନଇଁବା ପରେ ଭୋଜିଭାତ ସାଙ୍ଗକୁ ଅବାଧ ନିଶା କାରବାର ସହ ଅସାମାଜିକ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ବର୍ଷ ତମାମ ଜୁଆଖେଳ ସହ ନିଶା କାରବାର ଚାଲୁଛି। ଓଭରବ୍ରିଜ ତଳଠାରୁ ଶାନ୍ତିପଲ୍ଲୀ ବସ୍ତି ପର୍ଯ୍ୟନ୍ତ ଟ୍ରେନ ଲାଇନ୍‌ କଡ଼ରେ ଦେହ ବେପାରଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି। ଫଳରେ ଉକ୍ତ ରାସ୍ତା ଦେଇ ଯିବାଆସିବା କରିବାକୁ ଲୋକେ ଭୟ କରୁଛନ୍ତି। ପୋଲିସ ଏହା ଉପରେ ପଦକ୍ଷେପ ନେବା ବଦଳରେ ସୁରକ୍ଷା ଦେଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ନାମ ଗୋପନ ରଖି କହିଛନ୍ତି। ଏଭଳି ଅଭିଯୋଗ ପାଇବା ପରେ ଆମ ପ୍ରତିନିଧି ଲଗାତର କିଛିଦିନ ଧରି ଉକ୍ତ ଅଞ୍ଚଳ ଉପରେ ନଜର ରଖିଥିଲେ। ପିସିଆର୍‌ ଭ୍ୟାନ୍‌ ନିକଟରେ ଏପରି ବେଆଇନ କାରବାର ଚାଲିଥିବା ଦେଖିବାକୁ ପାଇଥିଲେ।

ଆମ ପକେଟ୍‌ରେ ପୋଲିସ, ବିଏମ୍‌ସି

ଓଭରବ୍ରିଜ୍‌ ତଳେ ସରକାରୀ ଜମିରେ ୪୦ରୁ ଊର୍ଦ୍ଧ୍ୱ ଘର ତିଆରି କରାଯାଇ ବିକ୍ରି କରାଯାଇଛି। ଏଠାରେ କେତେକ ଘରେ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଜବରଦଖଲ ନେଇ ବିଏମ୍‌ସିକୁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଦେହ ବଢ଼ୁଛି। ଏପଟେ ନିଶା କାରବାର ଓ ଦେହ ବେପାର ର଼୍ୟାକେଟ ଟ୍ରେନ୍‌ଲାଇନ୍‌ ପାର୍ଶ୍ୱରେ ଥିବା ଶାନ୍ତିପଲ୍ଲୀ ବସ୍ତି ଓ ଓଭରବ୍ରିଜ୍‌ ତଳ ଆଡ୍ଡାସ୍ଥଳରୁ ଅପରେଟ ହେଉଥିବା ଜଣାପଡ଼ିଛି। ଓଭରବ୍ରିଜ ତଳେ ଥିବା ୨ଟି ଟିଣ କ୍ୟାବିନରେ ଗଞ୍ଜେଇ, ବ୍ରାଉନସୁଗାର ବିକ୍ରି କରାଯାଉଛି। ଲକ୍ଷ୍ମୀସାଗର ଥାନା ପିସିଆର୍‌ ପୋଲିସ ଅଧିକାଂଶ ସମୟରେ ଉକ୍ତ ଓଭରବ୍ରିଜ ତଳ ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ ମଧ୍ୟ ଏହି କାରବାରକୁ ରୋକିବା ଦୂରେ ଥାଉ ନ ଜାଣିବା ପରି ରହୁଛି। ପୋଲିସ କର୍ମଚାରୀମାନେ ନିଶା ଖାଇବା ପରି ଗାଡ଼ିରେ ଶୋଇଯାଉଛନ୍ତି। କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରଫେସର ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ବିରୋଧ କରିଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଧମକ ଦେବାସହ ପୋଲିସ ଓ ବିଏମ୍‌ସି ଆମ ପକେଟରେ କହି ଧମକ ଦେଇଥିଲେ। ଫଳରେ ତାଙ୍କ ଭଳି ଅନ୍ୟମାନେ ମଧ୍ୟ ମୁହଁ ଖୋଲିବାକୁ ଭୟ କରୁଛନ୍ତି।

ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ: ଡିସିପି
ଓଭରବ୍ରିଜ୍‌ ଓ ଟ୍ରେନ୍‌ ଲାଇନ୍‌ କଡ଼ରେ ଅସାମାଜିକ ଯୁବକ ଆଡ୍ଡା କରି ନିଶା କାରବାର ସମେତ ବେଆଇନ ବେପାର କରୁଥିବା ଘଟଣାକୁ ଡିସିପି ଡ. ଉମାଶଙ୍କର ଦାଶ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଉକ୍ତ ଟିଣ ଘର ଓ ବାଲି ଡିପୋ ସହ ନିଶା କାରବାର ସମ୍ପର୍କରେ ଟିକିନିକ ବୁଝିବା ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।
ଜବରଦଖଲ ନେଇ ଅଭିଯୋଗ ଆସିନାହିଁ: ବିଏମ୍‌ସି
ଓ୍ବାର୍ଡ ପରିସରରେ କେଉଁଠି ଜବରଦଖଲ ହେଉଥିଲେ, ସମ୍ପୃକ୍ତ ଓ୍ବାର୍ଡ ଅଫିସର ବିଭାଗୀୟ ଅଧିକାରୀ(ଜେଡିସି)ଙ୍କୁ ଅବଗତ କରାଇବା ଦରକାର। ଜେଡିସିଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ହେଲେ ଏଭଳି ଜବରଦଖଲ ନେଇ କୌଣସି ଅଭିଯୋଗ ମୋ ପାଖକୁ ଆସିନାହିଁ। ଯଦି ସେଠାରେ ଏପରି କିଛି ଚାଲିଥାଏ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଏନ୍‌ଫୋର୍ସମେଣ୍ଟର ଅତିରିକ୍ତ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି।

ଜ୍ୟୋତି ପ୍ରକାଶ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?