ଯେଉଁଠି ପିସିଆର୍‌, ସେଇଠି ନିଶା ବେପାର

ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍‌, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି ଜବରଦଖଲ କରି ଆଡ୍ଡା ଜମାଇବା ସହ ନିଶା କାରବାର, ଦେହ ବେପାରଠାରୁ ଆରମ୍ଭ କରି ସହରରେ ଅପରାଧ ଘଟାଇ ଚାଲିଛନ୍ତି। ଏବେ ସହରରେ ଥିବା ବିଭିନ୍ନ ଓଭରବ୍ରିଜ୍‌ ତଳ ଓ ଟ୍ରେନ୍‌ ଲାଇନ୍‌ କଡ଼ ସେମାନଙ୍କ ନୂଆ ଆଡ୍ଡାସ୍ଥଳ ପାଲଟିଛି। ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି, ପୋଲିସ ସୁରକ୍ଷାରେ ଅପରାଧୀମାନେ ଏପରି ଅପରାଧ ଘଟାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ଜବରଦଖଲ ପାଇଁ ସତେଯେମିତି ଭିତିରି ସୁଯୋଗ ଦେଉଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ଫଳରେ ସ୍ମାର୍ଟ ସିଟି ଭୁବନେଶ୍ୱର ଅସୁରକ୍ଷିତ ସହରରେ ପରିଣତ ହେବାରେ ଲାଗିଛି।

ମିଳିଥିବା ସୂଚନାନୁସାରେ, ରାଜଧାନୀର କେନ୍ଦ୍ରସ୍ଥଳ ତଥା ଓ୍ବାର୍ଡ ନଂ.୩୧ ଅନ୍ତର୍ଗତ ବମିଖାଲ ରେଲ୍‌ଓ୍ବେ ଲେଭଲ କ୍ରସିଂ ନିକଟ ଓଭରବ୍ରିଜ ତଳ ସରକାରୀ ଜାଗାକୁ କେତେଜଣ ବ୍ୟକ୍ତି ବଳପୂର୍ବକ ଅକ୍ତିଆର କରି ଟିଣ ଘର ତିଆରିି କରିଛନ୍ତି। ସଞ୍ଜ ନଇଁବା ପରେ ଭୋଜିଭାତ ସାଙ୍ଗକୁ ଅବାଧ ନିଶା କାରବାର ସହ ଅସାମାଜିକ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ବର୍ଷ ତମାମ ଜୁଆଖେଳ ସହ ନିଶା କାରବାର ଚାଲୁଛି। ଓଭରବ୍ରିଜ ତଳଠାରୁ ଶାନ୍ତିପଲ୍ଲୀ ବସ୍ତି ପର୍ଯ୍ୟନ୍ତ ଟ୍ରେନ ଲାଇନ୍‌ କଡ଼ରେ ଦେହ ବେପାରଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି। ଫଳରେ ଉକ୍ତ ରାସ୍ତା ଦେଇ ଯିବାଆସିବା କରିବାକୁ ଲୋକେ ଭୟ କରୁଛନ୍ତି। ପୋଲିସ ଏହା ଉପରେ ପଦକ୍ଷେପ ନେବା ବଦଳରେ ସୁରକ୍ଷା ଦେଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ନାମ ଗୋପନ ରଖି କହିଛନ୍ତି। ଏଭଳି ଅଭିଯୋଗ ପାଇବା ପରେ ଆମ ପ୍ରତିନିଧି ଲଗାତର କିଛିଦିନ ଧରି ଉକ୍ତ ଅଞ୍ଚଳ ଉପରେ ନଜର ରଖିଥିଲେ। ପିସିଆର୍‌ ଭ୍ୟାନ୍‌ ନିକଟରେ ଏପରି ବେଆଇନ କାରବାର ଚାଲିଥିବା ଦେଖିବାକୁ ପାଇଥିଲେ।

ଆମ ପକେଟ୍‌ରେ ପୋଲିସ, ବିଏମ୍‌ସି

ଓଭରବ୍ରିଜ୍‌ ତଳେ ସରକାରୀ ଜମିରେ ୪୦ରୁ ଊର୍ଦ୍ଧ୍ୱ ଘର ତିଆରି କରାଯାଇ ବିକ୍ରି କରାଯାଇଛି। ଏଠାରେ କେତେକ ଘରେ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଜବରଦଖଲ ନେଇ ବିଏମ୍‌ସିକୁ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଦେହ ବଢ଼ୁଛି। ଏପଟେ ନିଶା କାରବାର ଓ ଦେହ ବେପାର ର଼୍ୟାକେଟ ଟ୍ରେନ୍‌ଲାଇନ୍‌ ପାର୍ଶ୍ୱରେ ଥିବା ଶାନ୍ତିପଲ୍ଲୀ ବସ୍ତି ଓ ଓଭରବ୍ରିଜ୍‌ ତଳ ଆଡ୍ଡାସ୍ଥଳରୁ ଅପରେଟ ହେଉଥିବା ଜଣାପଡ଼ିଛି। ଓଭରବ୍ରିଜ ତଳେ ଥିବା ୨ଟି ଟିଣ କ୍ୟାବିନରେ ଗଞ୍ଜେଇ, ବ୍ରାଉନସୁଗାର ବିକ୍ରି କରାଯାଉଛି। ଲକ୍ଷ୍ମୀସାଗର ଥାନା ପିସିଆର୍‌ ପୋଲିସ ଅଧିକାଂଶ ସମୟରେ ଉକ୍ତ ଓଭରବ୍ରିଜ ତଳ ଦୋକାନ ସମ୍ମୁଖରେ ଡ୍ୟୁଟି କରୁଥିଲେ ମଧ୍ୟ ଏହି କାରବାରକୁ ରୋକିବା ଦୂରେ ଥାଉ ନ ଜାଣିବା ପରି ରହୁଛି। ପୋଲିସ କର୍ମଚାରୀମାନେ ନିଶା ଖାଇବା ପରି ଗାଡ଼ିରେ ଶୋଇଯାଉଛନ୍ତି। କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରଫେସର ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ବିରୋଧ କରିଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଧମକ ଦେବାସହ ପୋଲିସ ଓ ବିଏମ୍‌ସି ଆମ ପକେଟରେ କହି ଧମକ ଦେଇଥିଲେ। ଫଳରେ ତାଙ୍କ ଭଳି ଅନ୍ୟମାନେ ମଧ୍ୟ ମୁହଁ ଖୋଲିବାକୁ ଭୟ କରୁଛନ୍ତି।

ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ: ଡିସିପି
ଓଭରବ୍ରିଜ୍‌ ଓ ଟ୍ରେନ୍‌ ଲାଇନ୍‌ କଡ଼ରେ ଅସାମାଜିକ ଯୁବକ ଆଡ୍ଡା କରି ନିଶା କାରବାର ସମେତ ବେଆଇନ ବେପାର କରୁଥିବା ଘଟଣାକୁ ଡିସିପି ଡ. ଉମାଶଙ୍କର ଦାଶ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଉକ୍ତ ଟିଣ ଘର ଓ ବାଲି ଡିପୋ ସହ ନିଶା କାରବାର ସମ୍ପର୍କରେ ଟିକିନିକ ବୁଝିବା ପରେ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।
ଜବରଦଖଲ ନେଇ ଅଭିଯୋଗ ଆସିନାହିଁ: ବିଏମ୍‌ସି
ଓ୍ବାର୍ଡ ପରିସରରେ କେଉଁଠି ଜବରଦଖଲ ହେଉଥିଲେ, ସମ୍ପୃକ୍ତ ଓ୍ବାର୍ଡ ଅଫିସର ବିଭାଗୀୟ ଅଧିକାରୀ(ଜେଡିସି)ଙ୍କୁ ଅବଗତ କରାଇବା ଦରକାର। ଜେଡିସିଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ହେଲେ ଏଭଳି ଜବରଦଖଲ ନେଇ କୌଣସି ଅଭିଯୋଗ ମୋ ପାଖକୁ ଆସିନାହିଁ। ଯଦି ସେଠାରେ ଏପରି କିଛି ଚାଲିଥାଏ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଏନ୍‌ଫୋର୍ସମେଣ୍ଟର ଅତିରିକ୍ତ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି।

ଜ୍ୟୋତି ପ୍ରକାଶ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri