କେଉଁଠି ଲୁଚିଛି ମଣିଷ

ଯାତ୍ରୀବାହୀ ଗାଡ଼ିଟିଏ ଛକରେ ଠିଆହେଲା। ଦୁଇଜଣ ଯାତ୍ରୀ ଗାଡ଼ିକୁ ଉଠିଲେ। ଜଣେ ଯୁବକ, ଅନ୍ୟଜଣେ ଅଶୀତିପର ବୃଦ୍ଧା। ସେ ଦେଖିଲେ ଆଗରେ ଗୋଟିଏ ସିଟ୍‌ ଖାଲି ଅଛି। ବସିବାପାଇଁ ସେଠାକୁ ଧୀରେ ଧୀରେ ଯାଉଥିବା ବେଳେ ଯୁବକ ମଧ୍ୟ ତାହା ଦେଖିପାରିଲା ଏବଂ ଶୀଘ୍ର ଆଗକୁ ଯାଇ ସେଠାରେ ବସିଗଲା। ଯିବା ସମୟରେ ତା’ ଦେହର ଆଘାତରେ ବିଚାରୀ ବୃଦ୍ଧା ତଳେ ପଡ଼ିଗଲେ। ଗାଡ଼ି ଚାଲିଥାଏ। ଚଳନ୍ତା ଗାଡ଼ି ଭିତରେ ସେ ବାରମ୍ବାର ଉଠିବାକୁ ଚେଷ୍ଟା କରୁଥାନ୍ତି ଓ ନିଜକୁ ସମ୍ଭାଳି ନ ପାରି ପୁଣି ତଳେ ବସି ପଡୁଥାନ୍ତି। ସେତେବେଳେ ଗାଡ଼ିରେ ବସିଥିବା ଜଣେ ଡାକ୍ତରବାବୁ କହିଲେ – ବୁଢ଼ୀ ଯେମିତି ପଡ଼ିଛି ତା’ ଅଣ୍ଟାହାଡ଼ ସ୍କ୍ରାଚ ହୋଇଯାଇଥିବ। ଏ ବୟସରେ ବିଚାରୀ ବହୁତ କଷ୍ଟ ପାଇବ। ଜଣେ ବାରିଷ୍ଟର ବାବୁ ପାଖରେ ବସିଥିଲେ। ସେ କହିଲେ- ଲୋକଟା ବିରୋଧରେ ଯଦି କିଏ କେସ୍‌ କରିବ ମୁଁ କ୍ଷତିପୂରଣ ଆଦାୟ ସହିତ ତାକୁ ଜେଲରେ ବି ପୂରାଇ ଦେବି। ସେପଟେ ବସିଥିଲେ ଜଣେ ଶିକ୍ଷକ। କହିଲେ – ଆଜିକାଲି ଶିକ୍ଷା ସହିତ ଅନୁଶାସନ ନ ଥିବାରୁ ପିଲାଗୁଡ଼ିକ ଏମିତି ବିଗିଡ଼ି ଯାଉଛନ୍ତି। ଆଗରେ ମହିଳା ସିଟରେ ବସିଥିଲେ ଜଣେ ନାରୀନେତ୍ରୀ। ସେ କହିଲେ – ଏ ସରକାରଙ୍କ ସମୟରେ ନାରୀଜାତି ପ୍ରତି ଦିନକୁଦିନ ଅତ୍ୟାଚାର ବଢ଼ିଯାଉଛି। ଆଗାମୀ ଦିନରେ ୟା’ ବିରୋଧରେ ମୁଁ ବିଧାନସଭା ଆଗରେ ନିଶ୍ଚୟ ଆନ୍ଦୋଳନ କରିବି।
ଏମିତି ସେ ଗାଡ଼ିଭିତରେ ଡାକ୍ତର, ବାରିଷ୍ଟର, ପ୍ରଫେସର, ଇଞ୍ଜିନିୟର, ଲିଡର, ଟିଚର୍‌ – ଅନେକ କିସମର ପାସେଞ୍ଜର ଥିଲେ କିନ୍ତୁ କି ଦୁର୍ଭାଗ୍ୟ, ସେଠାରେ ଜଣେ କେହି ମଣିଷ ନ ଥିଲେ, ଯିଏ କି ବସିବା ସ୍ଥାନରୁ ଉଠି ପଡ଼ିଥାନ୍ତେ। ବୃଦ୍ଧାଙ୍କୁ ତଳୁ ଉଠାଇ ନିଜ ଜାଗାରେ ବସାଇଥାନ୍ତେ। କ’ଣ ହୋଇଛି ପଚାରି ବୁଝି ଥାଆନ୍ତେ। ତୁଚ୍ଛା ଭାଷଣ ନ ଦେଇ ପୀଡ଼ିତଙ୍କୁ ସାହାଯ୍ୟ କରିବାର ମାନବିକତା ସତରେ ଏବେ ଦୁର୍ଲଭ ହୋଇଯାଇଛି।
ଏବେ ପ୍ରକୃତ ପ୍ରସଙ୍ଗକୁ ଆସିବା। କ୍ୟାମ୍ପସରେ ନାରୀ ନିର୍ଯାତନା। ଅତୀତରୁ ଏବେ ଯାଏ ଏହାର ଅନେକ ଉଦାହରଣ ରହିଛି। ପିଲାଦିନରୁ ଝିଅଟି ଶିଖିଥିଲା – ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ହିଁ ସାକ୍ଷାତ୍‌ ପରଂବ୍ରହ୍ମ ତେଣୁ ସେହି ଗୁରୁଙ୍କୁ ପ୍ରଣାମ। ସେଇ ଝିଅ ଯେତେବେଳେ ତାଙ୍କୁ ଏକ ଭିନ୍ନ ଓ ଘୃଣ୍ୟ ରୂପରେ ଦେଖୁଛି ସେତେବେଳେ ତା’ ମନର ଭାବନା କିପରି ବିପର୍ଯ୍ୟସ୍ତ ହେଉଥିବ ତାହା ସହଜରେ କଳନା କରାଯାଇପାରିବ ନାହିଁ। ବୋଧହୁଏ କିଂ କର୍ତ୍ତବ୍ୟ ବିମୂଢ଼ ଅବସ୍ଥାକୁ ଯାଇ ସେ ଅବସାଦଗ୍ରସ୍ତ ହୋଇଯାଉଥିବ। ସେ ସମୟରେ ତା’ ନିଜର ମାନସିକ ଦୃଢ଼ତା, ବନ୍ଧୁ ବାନ୍ଧବୀଙ୍କ ସମର୍ଥନ,ପାରିବାରିକ ସହଯୋଗ ଓ ସର୍ବୋପରି ପ୍ରଶାସନିକ ବିଧି ବ୍ୟବସ୍ଥାର ଉପଯୁକ୍ତ ବ୍ୟବହାର ହିଁ ତାକୁ ଅନ୍ଧଗଳିରୁ ବାହାରକୁ ଆଣି ଆଲୋକିତ ରାସ୍ତାରେ ଚାଲିବାପାଇଁ ପୁଣିଥରେ ପ୍ରେରଣା ଯୋଗାଇପାରିବ।
କାହିଁ କେଉଁ କାଳରୁ ସଂସ୍କୃତ ଶାସ୍ତ୍ରରେ ଲେଖାଯାଇଛି – ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠାରେ ଦେବତା ବିରାଜିତ ହୁଅନ୍ତି। ଯେଉଁ ଦେଶରେ ସେମାନେ ଅବହେଳିତ ଓ ଅସମ୍ମାନିତ ହୁଅନ୍ତି ସେଠାରେ ସମସ୍ତ କାର୍ଯ୍ୟ ବିଫଳ ହୁଏ। ଏହି ଆପ୍ତବାଣୀ ରହିଥିବା ସତ୍ତ୍ୱେ ଆମ ଦେଶରେ ନାରୀଶିକ୍ଷା ପ୍ରତି ବହୁବର୍ଷ ଧରି ଅନାଦର ଭାବ ରହି ଆସିଥିଲା। ସେଥିପାଇଁ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମଗପ ‘ରେବତୀ’ରେ ଫକୀରମୋହନ ଲୋକଙ୍କ ମନରେ ଥିବା କୁସଂସ୍କାର ଦୂର କରିବାକୁ ଉଦ୍ୟମ କରିଥିଲେ। ସେବେଠାରୁ ଅଦ୍ୟାବଧି ଶତାବ୍ଦୀରୁ ଅଧିକ ସମୟ ଅତିବାହିତ ହୋଇଛି। ସମୟ ବଦଳିବା ସହିତ ଗାଁରୁ ସହର ସବୁଠି ଝିଅ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି। ଅଥଚ ଦୁର୍ଭାଗ୍ୟ, ବିଦ୍ୟାଳୟଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ସେମାନଙ୍କୁ କେତେକ ମାନସିକ ବିକାରଗ୍ରସ୍ତ ପୁରୁଷଙ୍କ ଘୃଣ୍ୟ ଆଚରଣର ଶିକାର ହେବାକୁ ପଡ଼ୁଛି। ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିପାରୁନାହିଁ। ଫଳରେ ସେପରି ଲୋକଙ୍କ ସାହସ କ୍ରମଶଃ ବୃଦ୍ଧିପାଉଛି। ଏହାର ଏକମାତ୍ର କାରଣ ସାଂପ୍ରତିକ ସମାଜରେ ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ।
ଏକଦା ଜଣେ ପଥର ଶିଳ୍ପୀଙ୍କୁ ବନ୍ଧୁ ପଚାରିଲେ – ଏମିତି ଏକ କଠିନ ଓ କଦାକାର ପଥରରେ ଏଇ ସୁନ୍ଦର ଶିବଙ୍କୁ ତୁମେ କିପରି ଗଢ଼ିଲ ? ଶିଳ୍ପୀ କହିଲେ – ମୁଁ ଶିବଙ୍କୁ ଗଢ଼ିନାହିଁ। ଶିବ ସେଇ ପଥର ଭିତରେ ଥିଲେ। ମୁଁ କେବଳ ନିହାଣ ମୁନରେ ଅଶିବଗୁଡ଼ିକୁ ଅଲଗା କରିଦେଇଛି। ଠିକ୍‌ ସେମିତି ଆମେ ଯଦି ଆମଠାରେ ଥିବା ଅମଣିଷପଣିଆଗୁଡ଼ିକୁ ବାଦ ଦେଇପାରିବା ତ ଶୁଦ୍ଧପୂତ ମଣିଷଟିଏ ଆବିର୍ଭାବ ହୋଇପାରିବ। କିନ୍ତୁ ବର୍ତ୍ତମାନ ସମୟରେ ଅମଣିଷପଣିଆର ଆସ୍ତରଣ ଏତେ ବହଳ, ଏତେ ଦୃଢ଼ ହୋଇଯାଇଛି ଯେ, ତା’ ଭିତରେ ମଣିଷର ସତ୍ତା କେଉଁଠି କେଜାଣି ଲୁଚିରହିଛି ତାହାକୁ ଖୋଜିପାଇବା ସହଜ ମନେହେଉନାହିଁ।

ଅଞ୍ଜନ ଚାନ୍ଦ
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?