କେଉଁଠି ଲୁଚିଛି ମଣିଷ

ଯାତ୍ରୀବାହୀ ଗାଡ଼ିଟିଏ ଛକରେ ଠିଆହେଲା। ଦୁଇଜଣ ଯାତ୍ରୀ ଗାଡ଼ିକୁ ଉଠିଲେ। ଜଣେ ଯୁବକ, ଅନ୍ୟଜଣେ ଅଶୀତିପର ବୃଦ୍ଧା। ସେ ଦେଖିଲେ ଆଗରେ ଗୋଟିଏ ସିଟ୍‌ ଖାଲି ଅଛି। ବସିବାପାଇଁ ସେଠାକୁ ଧୀରେ ଧୀରେ ଯାଉଥିବା ବେଳେ ଯୁବକ ମଧ୍ୟ ତାହା ଦେଖିପାରିଲା ଏବଂ ଶୀଘ୍ର ଆଗକୁ ଯାଇ ସେଠାରେ ବସିଗଲା। ଯିବା ସମୟରେ ତା’ ଦେହର ଆଘାତରେ ବିଚାରୀ ବୃଦ୍ଧା ତଳେ ପଡ଼ିଗଲେ। ଗାଡ଼ି ଚାଲିଥାଏ। ଚଳନ୍ତା ଗାଡ଼ି ଭିତରେ ସେ ବାରମ୍ବାର ଉଠିବାକୁ ଚେଷ୍ଟା କରୁଥାନ୍ତି ଓ ନିଜକୁ ସମ୍ଭାଳି ନ ପାରି ପୁଣି ତଳେ ବସି ପଡୁଥାନ୍ତି। ସେତେବେଳେ ଗାଡ଼ିରେ ବସିଥିବା ଜଣେ ଡାକ୍ତରବାବୁ କହିଲେ – ବୁଢ଼ୀ ଯେମିତି ପଡ଼ିଛି ତା’ ଅଣ୍ଟାହାଡ଼ ସ୍କ୍ରାଚ ହୋଇଯାଇଥିବ। ଏ ବୟସରେ ବିଚାରୀ ବହୁତ କଷ୍ଟ ପାଇବ। ଜଣେ ବାରିଷ୍ଟର ବାବୁ ପାଖରେ ବସିଥିଲେ। ସେ କହିଲେ- ଲୋକଟା ବିରୋଧରେ ଯଦି କିଏ କେସ୍‌ କରିବ ମୁଁ କ୍ଷତିପୂରଣ ଆଦାୟ ସହିତ ତାକୁ ଜେଲରେ ବି ପୂରାଇ ଦେବି। ସେପଟେ ବସିଥିଲେ ଜଣେ ଶିକ୍ଷକ। କହିଲେ – ଆଜିକାଲି ଶିକ୍ଷା ସହିତ ଅନୁଶାସନ ନ ଥିବାରୁ ପିଲାଗୁଡ଼ିକ ଏମିତି ବିଗିଡ଼ି ଯାଉଛନ୍ତି। ଆଗରେ ମହିଳା ସିଟରେ ବସିଥିଲେ ଜଣେ ନାରୀନେତ୍ରୀ। ସେ କହିଲେ – ଏ ସରକାରଙ୍କ ସମୟରେ ନାରୀଜାତି ପ୍ରତି ଦିନକୁଦିନ ଅତ୍ୟାଚାର ବଢ଼ିଯାଉଛି। ଆଗାମୀ ଦିନରେ ୟା’ ବିରୋଧରେ ମୁଁ ବିଧାନସଭା ଆଗରେ ନିଶ୍ଚୟ ଆନ୍ଦୋଳନ କରିବି।
ଏମିତି ସେ ଗାଡ଼ିଭିତରେ ଡାକ୍ତର, ବାରିଷ୍ଟର, ପ୍ରଫେସର, ଇଞ୍ଜିନିୟର, ଲିଡର, ଟିଚର୍‌ – ଅନେକ କିସମର ପାସେଞ୍ଜର ଥିଲେ କିନ୍ତୁ କି ଦୁର୍ଭାଗ୍ୟ, ସେଠାରେ ଜଣେ କେହି ମଣିଷ ନ ଥିଲେ, ଯିଏ କି ବସିବା ସ୍ଥାନରୁ ଉଠି ପଡ଼ିଥାନ୍ତେ। ବୃଦ୍ଧାଙ୍କୁ ତଳୁ ଉଠାଇ ନିଜ ଜାଗାରେ ବସାଇଥାନ୍ତେ। କ’ଣ ହୋଇଛି ପଚାରି ବୁଝି ଥାଆନ୍ତେ। ତୁଚ୍ଛା ଭାଷଣ ନ ଦେଇ ପୀଡ଼ିତଙ୍କୁ ସାହାଯ୍ୟ କରିବାର ମାନବିକତା ସତରେ ଏବେ ଦୁର୍ଲଭ ହୋଇଯାଇଛି।
ଏବେ ପ୍ରକୃତ ପ୍ରସଙ୍ଗକୁ ଆସିବା। କ୍ୟାମ୍ପସରେ ନାରୀ ନିର୍ଯାତନା। ଅତୀତରୁ ଏବେ ଯାଏ ଏହାର ଅନେକ ଉଦାହରଣ ରହିଛି। ପିଲାଦିନରୁ ଝିଅଟି ଶିଖିଥିଲା – ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ହିଁ ସାକ୍ଷାତ୍‌ ପରଂବ୍ରହ୍ମ ତେଣୁ ସେହି ଗୁରୁଙ୍କୁ ପ୍ରଣାମ। ସେଇ ଝିଅ ଯେତେବେଳେ ତାଙ୍କୁ ଏକ ଭିନ୍ନ ଓ ଘୃଣ୍ୟ ରୂପରେ ଦେଖୁଛି ସେତେବେଳେ ତା’ ମନର ଭାବନା କିପରି ବିପର୍ଯ୍ୟସ୍ତ ହେଉଥିବ ତାହା ସହଜରେ କଳନା କରାଯାଇପାରିବ ନାହିଁ। ବୋଧହୁଏ କିଂ କର୍ତ୍ତବ୍ୟ ବିମୂଢ଼ ଅବସ୍ଥାକୁ ଯାଇ ସେ ଅବସାଦଗ୍ରସ୍ତ ହୋଇଯାଉଥିବ। ସେ ସମୟରେ ତା’ ନିଜର ମାନସିକ ଦୃଢ଼ତା, ବନ୍ଧୁ ବାନ୍ଧବୀଙ୍କ ସମର୍ଥନ,ପାରିବାରିକ ସହଯୋଗ ଓ ସର୍ବୋପରି ପ୍ରଶାସନିକ ବିଧି ବ୍ୟବସ୍ଥାର ଉପଯୁକ୍ତ ବ୍ୟବହାର ହିଁ ତାକୁ ଅନ୍ଧଗଳିରୁ ବାହାରକୁ ଆଣି ଆଲୋକିତ ରାସ୍ତାରେ ଚାଲିବାପାଇଁ ପୁଣିଥରେ ପ୍ରେରଣା ଯୋଗାଇପାରିବ।
କାହିଁ କେଉଁ କାଳରୁ ସଂସ୍କୃତ ଶାସ୍ତ୍ରରେ ଲେଖାଯାଇଛି – ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠାରେ ଦେବତା ବିରାଜିତ ହୁଅନ୍ତି। ଯେଉଁ ଦେଶରେ ସେମାନେ ଅବହେଳିତ ଓ ଅସମ୍ମାନିତ ହୁଅନ୍ତି ସେଠାରେ ସମସ୍ତ କାର୍ଯ୍ୟ ବିଫଳ ହୁଏ। ଏହି ଆପ୍ତବାଣୀ ରହିଥିବା ସତ୍ତ୍ୱେ ଆମ ଦେଶରେ ନାରୀଶିକ୍ଷା ପ୍ରତି ବହୁବର୍ଷ ଧରି ଅନାଦର ଭାବ ରହି ଆସିଥିଲା। ସେଥିପାଇଁ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମଗପ ‘ରେବତୀ’ରେ ଫକୀରମୋହନ ଲୋକଙ୍କ ମନରେ ଥିବା କୁସଂସ୍କାର ଦୂର କରିବାକୁ ଉଦ୍ୟମ କରିଥିଲେ। ସେବେଠାରୁ ଅଦ୍ୟାବଧି ଶତାବ୍ଦୀରୁ ଅଧିକ ସମୟ ଅତିବାହିତ ହୋଇଛି। ସମୟ ବଦଳିବା ସହିତ ଗାଁରୁ ସହର ସବୁଠି ଝିଅ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି। ଅଥଚ ଦୁର୍ଭାଗ୍ୟ, ବିଦ୍ୟାଳୟଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ସେମାନଙ୍କୁ କେତେକ ମାନସିକ ବିକାରଗ୍ରସ୍ତ ପୁରୁଷଙ୍କ ଘୃଣ୍ୟ ଆଚରଣର ଶିକାର ହେବାକୁ ପଡ଼ୁଛି। ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରିପାରୁନାହିଁ। ଫଳରେ ସେପରି ଲୋକଙ୍କ ସାହସ କ୍ରମଶଃ ବୃଦ୍ଧିପାଉଛି। ଏହାର ଏକମାତ୍ର କାରଣ ସାଂପ୍ରତିକ ସମାଜରେ ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ।
ଏକଦା ଜଣେ ପଥର ଶିଳ୍ପୀଙ୍କୁ ବନ୍ଧୁ ପଚାରିଲେ – ଏମିତି ଏକ କଠିନ ଓ କଦାକାର ପଥରରେ ଏଇ ସୁନ୍ଦର ଶିବଙ୍କୁ ତୁମେ କିପରି ଗଢ଼ିଲ ? ଶିଳ୍ପୀ କହିଲେ – ମୁଁ ଶିବଙ୍କୁ ଗଢ଼ିନାହିଁ। ଶିବ ସେଇ ପଥର ଭିତରେ ଥିଲେ। ମୁଁ କେବଳ ନିହାଣ ମୁନରେ ଅଶିବଗୁଡ଼ିକୁ ଅଲଗା କରିଦେଇଛି। ଠିକ୍‌ ସେମିତି ଆମେ ଯଦି ଆମଠାରେ ଥିବା ଅମଣିଷପଣିଆଗୁଡ଼ିକୁ ବାଦ ଦେଇପାରିବା ତ ଶୁଦ୍ଧପୂତ ମଣିଷଟିଏ ଆବିର୍ଭାବ ହୋଇପାରିବ। କିନ୍ତୁ ବର୍ତ୍ତମାନ ସମୟରେ ଅମଣିଷପଣିଆର ଆସ୍ତରଣ ଏତେ ବହଳ, ଏତେ ଦୃଢ଼ ହୋଇଯାଇଛି ଯେ, ତା’ ଭିତରେ ମଣିଷର ସତ୍ତା କେଉଁଠି କେଜାଣି ଲୁଚିରହିଛି ତାହାକୁ ଖୋଜିପାଇବା ସହଜ ମନେହେଉନାହିଁ।

ଅଞ୍ଜନ ଚାନ୍ଦ
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ: ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri