ସୁଖ କେଉଁଠି ଥାଏ

ମୋହନ ଚରଣ ବିଷି

ସେଦିନ ଶ୍ରୀମତୀ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ୍‌ ବଞ୍ଚିବା। କ’ଣ ହେଲା ଯେ। ସବୁବେଳେ ଏମିତି ମେଡ଼ିକାଲ ଯାଉଥିବା କି ! ଯେତେବଡ ଧନୀ ମାନୀର ଜୀବନରେ ଦୁଃଖ ଅଛି। ଏମିତି ଏକ ନାଁ ଧର ଯିଏ ସୁଖରେ ଜୀବନ ଅତିବାହିତ କରୁଛି। ଉତ୍ତର ମିଳିଲାନି। ତମେ ଯାହାକୁ ଦୁଃଖ ବୋଲି ଭାବୁଛ ସେହି ଦୁଃଖ ଭିତର ଦେଇ ସୁଖର ଅନୁସନ୍ଧାନ କରାଯାଏ। ସୁଖ କିଏ ଚାହେଁ ନାହିଁ ? ସମସ୍ତଙ୍କୁ ସୁଖ, ଶାନ୍ତି ଓ ଆନନ୍ଦ ଦରକାର। ଠିକ୍‌ ଅଛି ଯଦି ସୁଖ ଚାହୁଁଛ, ତା’ହେଲେ ଆସ ଜାଣିବା ଓ ବୁଝିବା ଶ୍ରୀକୃଷ୍ଣଙ୍କ ଗୀତା ଜ୍ଞାନର ୨ୟ ଅଧ୍ୟାୟ ୬୩ତମ ଶ୍ଲୋକଟିକୁ। ଏହି ଶ୍ଲୋକର ମର୍ମାନୁବାଦ ହେଲା ବିଷୟରୁ ଆସକ୍ତି, ଆସକ୍ତିରୁ କାମନା, କାମନାରୁ କ୍ରୋଧ, କ୍ରୋଧରୁ ମୂଢ଼ ଭାବ, ମୂଢ଼ ଭାବରୁ ସ୍ମୃତି ଭ୍ରମ, ସ୍ମୃତି ଭ୍ରମରୁ ବୁଦ୍ଧି ନାଶ, ବୁଦ୍ଧି ନାଶରୁ ସବୁ ଶେଷ। ବୟସ ବଢ଼ିବା ସହ ଆସକ୍ତି ମଧ୍ୟ ବଢ଼ିଥାଏ।
ଛୁଆକୁ ତା’ ମନଲାଖି ଜିନିଷ ନ ମିଳିଲେ କି ତା’ ଇଚ୍ଛା ପୂରଣ ନ ହେଲେ ସେ ରୁଷିବ। ଅଭିମାନ କରିବ, ରାଗିବ ଖାଇବନାହିଁ। କେତେ ବୁଝାମଣା ପରେ ପୂର୍ବ ଅବସ୍ଥାକୁ ଆସିଥାଏ। ଛୁଆଟି ବେଳରୁ ଅପ୍ରାପ୍ତିଜନିତ ଦୁଃଖ ଅଭ୍ୟାସଗତ ହୋଇଯାଇଥାଏ। ଠିକ୍‌ ସେହିପରି ଆମେ ଯେଉଁ ଜିନିଷକୁ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାଉ ସେ ବିଷୟରେ ଅନେକ ଆଲୋଚନା କରିଥାଉ କିନ୍ତୁ ଠିକ୍‌ ସମୟରେ ସେମିତି ନ ହେଲେ ସେ ଏମିତି ନ କଲା, ତା’ ପାଇଁ ସେମିତି ହେଲା ବୋଲି ଦୃଢୋକ୍ତିର ସହ କହିଥାଉ। ଯେମିତି ଭାବିଥିଲୁ ସେମିତି ନ ହେବାଜନିତ ବ୍ୟଥାରେ ମ୍ରିୟମାଣ ହୋଇଥାଉ। ଏହା ବିଷୟଜନିତ ଆସକ୍ତି। ଏହି ଆସକ୍ତି ଏମିତି କରିଦିଏ ଯେ ମୁଁ କହିବା କଥା ହେଲାନାହିଁ ଏମିତି ଭାବନା କ୍ରୋଧକୁ ଜନ୍ମ ଦେଇଥାଏ। ଦେଖାଦିଏ ମନରେ ଅହେତୁକ ଚିଡ଼ିଚିଡା। ଅଯଥା କଥାରେ ରାଗିବା, ଜିନିଷପତ୍ର ଫିଙ୍ଗା ଫୋପଡା କରିବା ଓ ଛୋଟ ଛୋଟ କଥାରେ ବାହାନା ବନେଇ ଆରୋପ ଲଗେଇବା ପ୍ରକୃତି ବଢିଯାଏ। ଏମିତି ସମୟରେ ଯିଏ କହିଲେ ମଧ୍ୟ କାହା କଥା ପରତେ ଯାଇ ନ ଥାଏ। ସେ ଯାହା ତତ୍କାଳ ଭାବେ ସେମିତି କରିଥାଏ। ଏହାକୁ ମୂଢ଼ ଭାବ ବୋଲି କୁହାଯାଏ। ମୂଢ ଲୋକର ମସ୍ତିଷ୍କ କିଛି କାମ କରେନାହିଁ। ପାଗଳା କୁକୁର ପରି କେତେବେଳେ କ’ଣ ଯେ କରିପକାଏ ଜାଣି ନ ଥାଏ। ତା’ର ସ୍ମରଣ ଶକ୍ତି ନଷ୍ଟ ହୋଇଯାଏ। ବିଚାର କରିବାର ଜୁ ନ ଥାଏ। ତା’ ମୁଣ୍ଡ ଅକଲଗୁଡୁମ ହୋଇଥାଏ। ଭୟ ଭ୍ରାନ୍ତିରେ ଜୀବନ ବିତାଏ।ଲୋକମାନେ ଅନାଦର କରନ୍ତି। ପରିବାର ସମାଜରେ ମାନ ସମ୍ମାନ କିଛି ରହେ ନାହିଁ। ଏମିତି ଅବସ୍ଥାରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥାଏ। ତେଣୁ ଯାହାର ବର୍ତ୍ତମାନରେ ଯେମିତି ଅଛି ସେ ଭିତରେ ସୁଖ, ସନ୍ତୋଷ ଖୋଜିବାକୁ ହେବ। ଧନ ସଂପଦ ଅମାପ ଥିଲେ କିମ୍ବା ବିଭବଶାଳୀ ପରିବାରରେ ଜନ୍ମଗ୍ରହଣ କରିଦେଲେ ସୁଖ ମିଳି ନ ଥାଏ। ସୁଖ ତ କୁଡିଆ ଘରେ ମଧ୍ୟ ପ୍ରାପ୍ତି ହୁଏ। ଏ ଦିନ ଚାଲିଯିବ ସେଥିପାଇଁ କୌଣସି ବି ପରିସ୍ଥିତିରେ ବ୍ୟସ୍ତ ନ ହୋଇ ଅପେକ୍ଷା କରନ୍ତୁ ସବୁ ପ୍ରକାର ବିପଦ ଟଳିଯିବ। ଆଶା ଉଚ୍ଚରଖ କିନ୍ତୁ ସନ୍ତୁଷ୍ଟ ରୁହ।
ଲକ୍ଷ୍ୟ ହାସଲ ନ ହେବା ମୋହଗ୍ରସ୍ତ କରେ। ଅନେକ ଦୁଃଖକୁ ଠୁଳ କରିଥାଏ। ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ସମସ୍ତେ ଏ ପଥର ପଥଗାମୀ ହେବେ। ତେଣୁ ମୃତ୍ୟୁ ଭୟକୁ ଦୂର କରିଦେଲେ ସୁଖ ଆପେ ଆପେ ବିରାଜମାନ କରିବ। ଆଉ ସଂସାରରେ ଆମେ ପ୍ରତ୍ୟେକ କର୍ମ କରିବା ପରେ ଯେଉଁ ପାଇବାର ଆଶା ରଖି ଥାଉ ତାହା ଭୁଲିଯିବାକୁ ହେବ। ଫଳ ଆଶାନୁରୂପ ନ ହେଲେ ଦୁଃଖ ଦେଇଥାଏ ତେଣୁ ବିନା ଉଦ୍ଦେଶ୍ୟରେ କର୍ମ କଲେ ଆତ୍ମସନ୍ତୋଷ ଲାଭ ହୁଏ। ପ୍ରତ୍ୟେକ କାର୍ଯ୍ୟରେ ସମର୍ପଣ ଭାବ ରହିଲେ ଉତ୍ତମ ଫଳପ୍ରାପ୍ତି ସହ ଅନେକ ପ୍ରଶଂସା ଅଚିରେ ଅଜାଡି ହୋଇଥାଏ। ଦୈନନ୍ଦିନ ଜୀବନରେ ସୁଖୀ ହେବା ପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ସକାଳୁ ଉଠିଲା ପରେ ପିତାମାତାଙ୍କୁ ପ୍ରଣାମ କରନ୍ତୁ। ଏହାଦ୍ୱାରା ଆମ ଶରୀରରେ ଏକ ଆସ୍ତିସୂଚକ ଉର୍ଜା ଜାଗ୍ରତ ହୋଇଥାଏ। ଯାହାଙ୍କ ନୀତି ଆଦର୍ଶ ଆପଣଙ୍କୁ ଭଲ ଲାଗୁଛି ଦୃଢ଼ତାର ସହ ବିଶ୍ୱାସ କରି ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ। ତାଙ୍କର ମାର୍ଗ ଦର୍ଶନରେ ପ୍ରତ୍ୟେକ କାର୍ଯ୍ୟ ସଂପାଦନ କରନ୍ତୁ। ଆପଣକୁ ଭଲ ଲାଗୁଥିବା ପୁସ୍ତକ ବାରମ୍ବାର ପଢ଼ନ୍ତୁ। ନିଜକୁ ନିଜର କାର୍ଯ୍ୟକୁ ଗଭୀର ବିଶ୍ୱାସ କରନ୍ତୁ। ଆତ୍ମାନୁଶୀଳ ହୁଅନ୍ତୁ। ଆପଣଙ୍କ ହୃଦୟର ଭାଷା ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ ସମସ୍ୟାର ସୂତ୍ର ସ୍ବତଃ ମିଳିଯିବ। ସ୍ମୁଥ ଲାଇଫ ଯାହାକୁ ସହଜ ଜୀବନ ଧାରଣ ବା ସରଳ ଜୀବନ ଯାପନ କହୁଛେ ତାହା ପାଇବାକୁ ହେଲେ ଉଚ୍ଚ ବିଚାରବନ୍ତ ହେବାକୁ ହେବ। ବିବେକ ଅନୁମୋଦିତ ବିଚାର ପର ଆପଣା ଭୁଲି ଯଥାର୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିବା। ସାଧାରଣତଃ ଅନ୍ୟ ପାଇଁ ଅନେକ କହିଥାଉଁ। ଅନେକ ପରାମର୍ଶ ଦେବା ସହ ପ୍ରଶଂସା, ତାଚ୍ଛଲ୍ୟ, ଭର୍ତ୍ସନା କରିଥାଉ। କହିଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ନିଜକୁ ଅବସ୍ଥା ହୋଇଥାଏ। ନିଜର ମିଥ୍ୟା, ଖରାପ ଅଭ୍ୟାସକୁ ଲୁଚେଇବାକୁ ଯାଇ ଅନେକ ମିଥ୍ୟାର ଆଶ୍ରୟ ନେବାକୁ ପଡେ। ପୁଣି ଏକ ନୂଆ ସମସ୍ୟାରେ ଛନ୍ଦି ହେବାକୁ ପଡିଥାଏ। ଏଣୁ ସିଧାସଳଖ କଥା ସରଳ ଭାବରେ କହିବା ସହ ନିଜ ଜୀବନର ପ୍ରତି କ୍ଷଣରେ କ୍ଷଣସ୍ଥାୟୀ ଜୀବନ ପ୍ରତି ମୋହ ତୁଟିଲେ ସର୍ବଦା ସୁଖୀ ରହିବା।
ଗଡ଼ରାମାଳ, କୋକସରା, କଳାହାଣ୍ଡି
ମୋ-୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?