ଗଣତନ୍ତ୍ର କାହିଁ

ରାଜନୀତି ବିଜ୍ଞାନ ବିଷୟରେ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତି ଗଣତନ୍ତ୍ରର ନାନାଦି ବ୍ୟାଖ୍ୟା କରିପାରେ। ତେବେ ଦେଶର ଏକ ସାଧାରଣ ଜନତା ଲାଗି ଗଣତନ୍ତ୍ର ଏକ ବ୍ୟାଖ୍ୟାର ବିଷୟବସ୍ତୁ ନୁହେଁ ବରଂ ଅନୁଭବର ବିଷୟ। ଭାରତର ଜନତା ଗଣତନ୍ତ୍ରକୁ ଅନୁଭବ କରନ୍ତି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଦିନ ଏବଂ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ। ଏହି ଦିନ ଦେଶର ଗଣତନ୍ତ୍ରରେ ରଙ୍ଗଲାଗେ, ଗଗନପବନ ମୁଖରିତ ହୁଏ ଗଣତନ୍ତ୍ରର ଜୟଗାନରେ। ନେତାମାନେ ବହୁପରିମାଣରେ ବିନମ୍ର ଦିଶନ୍ତି। ତ୍ରିରଙ୍ଗା ଫରଫର ଉଡ଼େ ସର୍ବତ୍ର। ହେଲେ ଠିକ୍‌ ପରଦିନ ଯେଉଁକଥାକୁ ସେଇକଥା। ଦେଶର ଗଣଟିଏ ଖୋଜିବାକୁ ଲାଗେ କେଉଁଠି ଅଛି ତା’ର ଶାସନ। ଅନୁଭବ କରିବାକୁ ସେ ଅସମର୍ଥ ହୁଏ ଯେ ଏ ଦେଶରେ ତା’ର କିଛି ମୂଲ୍ୟ ଅଛି !
ଭାରତବର୍ଷକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ଏଇଥି ପାଇଁ କୁହାଯାଏ ଯେ ଆମ ଦେଶର ଶାସକଗଣ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ। ସାଧାରଣ ଜନତା ହିଁ ଭୋଟ ଦେଇ ଏମାନଙ୍କୁ ବାଛିଥାନ୍ତି। ତେବେ ଭୋଟ ଦେବା ପର୍ଯ୍ୟନ୍ତ ସବୁ ଠିକ୍‌ ଥାଏ। ଗଣତନ୍ତ୍ର ବେଶ୍‌ ସୁଦୃଢ଼ ଲାଗେ କାରଣ ଏହି ସମୟରେ ହିଁ ଦେଶର ଜନତାଙ୍କୁ ନେତାମାନେ ଦେଶର ଭାଗ୍ୟବିଧାତା ବୋଲି ବିଚାରୁଥାନ୍ତି । ମାତ୍ର ଭୋଟ ପାଇ ନେତାଏ ଶାସନ କ୍ଷମତାକୁ ଗଲା ପରେ ଜନତାର ସ୍ବାଧୀନତା ହୁଏ ଅପହୃତ !
କୁହାଯାଏ ଗଣତନ୍ତ୍ର ଶାସନରେ ସାଧାରଣ ଜନତାର ସ୍ବର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହେଲେ ଆମ ଦେଶରେ ତାହା ହୁଏନା। ତା’ର ସ୍ବର ଶୁଭେନା କେଉଁଠି। ତା’ଲାଗି ନୀତି, ନିୟମ ପ୍ରଣୟନ କରିବା ବେଳେ ତା’ର ସୁବିଧା, ଅସୁବିଧା କଥାକୁ ଶାସନ କ୍ଷମତାରେ ଥିବା ଲୋକେ ବିଚାର କରନ୍ତିନି। ତା’ ଲାଗି ଯୋଜନା ପରେ ଯୋଜନା ହୁଏ, ତାକୁ ବିକଶିତ କରିବା ଲାଗି ସବୁ ପ୍ରୟାସ ଚାଲେ କିନ୍ତୁ ଫଳ କିଛି ମିଳେନା। ଏଠି ସାଧାରଣ ଜନତାଙ୍କୁ ଶାସନ କରୁଥିବା ନେତା, ଅମଲାଙ୍କ ସ୍ବର ସବୁଠି ଶୁଭେ। ସାଧାରଣତନ୍ତ୍ର ଶାସନରେ ସାଧାରଣ ଲୋକଟିଏ ନିତିପ୍ରତି ହଇରାଣ ହରକତ ହୁଏ। ନିଜର ପିଲାମାନଙ୍କୁ ମଣିଷ କରି ଦେଶର ସଚେତନ ନାଗରିକ କରିସାରିବା ପରେ ବୃଦ୍ଧ ମାତାପିତା ଠିଆହୁଅନ୍ତି ହାତଯୋଡ଼ି ପଞ୍ଚାୟତ ଅଫିସ ବାରଣ୍ଡାରେ ବାର୍ଦ୍ଧକ୍ୟଭତ୍ତା ଗଣ୍ଡାକ ଲାଗି। ସେତକ ବି ତାଙ୍କୁ ସହଜରେ ମିଳେନା। ଜୀବନସାରା ଦେଶର ସେବା କରିସାରିଥିବା ଶିକ୍ଷକ, କର୍ମଚାରୀ ପେନ୍‌ସନ୍‌ ଲାଗି ଏ ଅଫିସ ସେ ଅଫିସ ଦୌଡ଼େ, କର୍ମଚାରୀଙ୍କୁ ଲାଞ୍ଚ ଦିଏ। ଦେଶର ଆତ୍ମା କୁହାଯାଉଥିବା କୃଷକକୁ ଋଣ ମଞ୍ଜୁର ହୋଇପାରେନା। କୃଷକମାନଙ୍କ ନିମନ୍ତେ ଆସିଥିବା ଅନୁଦାନ ରାଶିକୁ ହଡପ କରାଯାଏ। ଶିକ୍ଷକମାନେ ପାଠ ନ ପଢ଼ାଇ ରାଜରାସ୍ତାରେ ବସନ୍ତି ନିଜର ଦାବି ପାଇଁ ତେବେ ତାଙ୍କ କଥା ଶୁଣାଯାଏନା। ଦେଶର ଜମି ପଡ଼ିଆ ପଡ଼େ ଆଉ ଯୁବକ ଦାଦନ ଖଟେ କେଉଁ ସୁଦୂର ମୁଲକରେ ! ଏ ହେଉଛି ସାଧାରଣତନ୍ତ୍ର ରାଷ୍ଟ୍ର ଚିତ୍ର !
ଗଣତନ୍ତ୍ର କେବଳ ନାମକୁ ମାତ୍ର କାରଣ ଏ ଦେଶର ଜନତାଙ୍କ ଭିତରେ ଗରିବ ହେବାଲାଗି ଗଣଦୌଡ଼। ନାଁ କେମିତି ପଡିକାର୍ଡରେ ରହିବ, କେମିତି ମିଳିବ ଇନ୍ଦିରା ଆବାସ, କେମିତି ମିଳିବ ବିଭିନ୍ନ ସବ୍‌ସିଡି ଏଇଥିରେ ବିତିଯାଏ ଜନତାର ଜୀବନ। ତା’ ଭିତରେ ସେ ଭୁଲିଯାଏ ସେ ଦେଶର ମାଲିକ ବୋଲି। ଗଣତନ୍ତ୍ର ଶାସନର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ଦେଶର ନାଗରିକଟିଏ ଏବେ ବି ପୋଲିସକୁ ଡରେ ବ୍ରିଟିଶ ସମୟର ଦାରୋଗା ପରି। ସର୍ବଦା ଈଶ୍ୱରଙ୍କୁ ଡାକୁଥାଏ ତାକୁ ଥାନାକୁ କେବେ ଯିବାକୁ ନ ପଡୁ।
ଏ ଦେଶରେ ସରକାର ଗଣତନ୍ତ୍ର କହିଲେ କେବଳ ନିର୍ବାଚନକୁ ବୁଝନ୍ତି। ନିର୍ବାଚନରେ ଜିତି କ୍ଷମତାକୁ ଆସିବା ପରେ ପୁଣି ପରବର୍ତ୍ତୀ ନିର୍ବାଚନ କେମିତି ଜିତିବେ, ଶାସନ ଡୋରିକୁ ନିଜ ହାତରେ ସବୁଦିନ ଲାଗି ରଖିପାରିବେ ସେଇ ଚିନ୍ତାରେ ରୁହନ୍ତି ଓ ସେଇ ଅନୁଯାୟୀ ଯୋଜନା କରିଚାଲନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ଲୋକପ୍ରତିନିଧିର ଗୁରୁଦାୟିତ୍ୱ ରହିଛି। ଜଣେ ନେତା ହେବାର ଅର୍ଥ କେବଳ ବିଧାୟକଟିଏ , ସାଂସଦଟିଏ ବା ମନ୍ତ୍ରୀଟିଏ ହେବା ନୁହେଁ। ଜଣେ ବ୍ୟକ୍ତି ଯଦି ବାସ୍ତବରେ ଲୋକମାନଙ୍କର ପ୍ରତିନିଧି ହେବାକୁ ଚାହୁଁଥାନ୍ତି ତେବେ ସେ ସବୁବେଳେ ଲୋକମାନଙ୍କର ହିତ ସମ୍ବନ୍ଧରେ ଚିନ୍ତା କରିବା ଆବଶ୍ୟକ। ନିଜ ଅଞ୍ଚଳର ଲୋକେ ତାକୁ ଭୋଟ ଦେଇ ବିଧାୟକ ଅଥବା ସାଂସଦ କରି ନ ପାରନ୍ତି, ମାତ୍ର ମନରେ ଯଦି ଲୋକଙ୍କ ସେବା କରିବାକୁ ଇଚ୍ଛା ଥାଏ ତେବେ ଲୋକଙ୍କ ଲାଗି ସେ କିନ୍ତୁ ସ୍ଥିରମନସ୍କ ହୋଇ କାର୍ଯ୍ୟ କରିବା ଉଚିତ। ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଯେମିତି ପରିଶ୍ରମ କରି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗଳିକନ୍ଦି ବୁଲନ୍ତି ସେ ଅଭ୍ୟାସ ଜାରି ରହିବା ଦରକାର। ଏହାଫଳରେ ନିଜ ଲୋକମାନଙ୍କର ବାସ୍ତବ ସମସ୍ୟା ସମ୍ବନ୍ଧରେ ପ୍ରତ୍ୟକ୍ଷ ତଥ୍ୟ ଓ ଅନୁଭୂତି ସବୁବେଳେ ସେମାନଙ୍କ ପାଖରେ ରହିବ। ମାତ୍ର ଦୁଃଖର କଥା ଏ ଦେଶରେ ତାହା ହୁଏନା। ନିର୍ବାଚନ ପରେ ନେତା ରାଜଧାନୀବାସୀ ହୋଇଯାଆନ୍ତି। ଧାରଣା, ପ୍ରତିବାଦ ଆଦି ନିମନ୍ତେ ସାଧାରଣ ଜନତାଙ୍କୁ ରାଜଧାନୀ ରାଜରାସ୍ତାକୁ ବୁହାଯାଏ। ସାଧାରଣ ଜନତା ନେତାଙ୍କ କ୍ୱାର୍ଟର ଦୁଆରମୁହଁରେ ଯୋଡ଼ହସ୍ତ ହୋଇ ଛିଡ଼ା ହୁଅନ୍ତି। ଗଣତନ୍ତ୍ରର ମାଲିକ ପୁଣି ଗୁହାରିଆ ବନିଯାଏ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ।
ତଥାପି ଜନତା କୁହେ ମୋ ଭାରତର ଗଣତନ୍ତ୍ର ବିଶ୍ୱରେ ସର୍ବଶ୍ରେଷ୍ଠ ଗଣତନ୍ତ୍ର। ଫରଫର ଉଡୁଥିବା ତ୍ରିରଙ୍ଗାକୁ ଦେଖିଲେ ତା’ର ମଥା ନଇଁଯାଏ। ଜାତୀୟ ସଙ୍ଗୀତ ଶୁଣିଦେବା ମାତ୍ରେ ବସିବା ଜାଗାରୁ ଉଠି ଠିଆ ହୋଇଯାଏ ସମ୍ମାନ ଜଣାଇବା ଲାଗି। ଦେଶର ସାଧାରଣ ଅଶିକ୍ଷିତ ଗଣଟିଏ ନିକଟରେ ଦେଶପ୍ରତି ଯେଉଁ ପ୍ରତିଶ୍ରୁତିବଦ୍ଧତା ଦେଖାଯାଏ ତାହା କାହିଁକି ଦେଖାଯାଏନା ଦେଶର ଶିକ୍ଷିତ, ବାବୁଭାୟା, ନେତା ଓ ପ୍ରଶାସକ ବା ଅମଲାମାନଙ୍କ ନିକଟରେ ? ଦେଶର ଭାଗ୍ୟଡୋରିକୁ ହାତରେ ଧରି ଶାସକ ବୋଲାଉଥିବା ବ୍ୟକ୍ତି ଜାଣିବା ଦରକାର ସାଧାରଣର ଶକ୍ତି ଅସୀମ। ସାଧାରଣର ସ୍ବର ବହୁଦୂର ଶୁଭେ। ଆଉ ସବୁଠାରୁ ବଡ଼ କଥା ହେଲା ସାଧାରଣ ଜନତାକୁ ବହୁଦିନ ଧରି ଠକାଯାଇ ପାରେନା। ତେଣୁ ଗଣଙ୍କ ଭିତରୁ ଉଠୁଥିବା ସ୍ବରକୁ ଶୁଣିବାକୁ ହେବ, ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କୁ ସମ୍ମାନର ସହିତ ବଞ୍ଚତ୍ବାକୁ ଦେବାକୁ ହେବ। ଦେଶର ସାଧାରଣ ଜନତାଙ୍କୁ ଭିକାରି ନ ବନାଇ ସେମାନଙ୍କ ଭିତରେ ରହିଥିବା ଶକ୍ତିକୁ ବାହାରକୁ ଆଣି ସେମାନଙ୍କୁ ଆତ୍ମନିର୍ଭରଶୀଳଭାବେ ବଞ୍ଚତ୍ବାର ସୁଯୋଗ ଦେଲେ ଯାଇ ଆମେ ଆମର ଦେଶକୁ କହିପାରିବା ବାସ୍ତବିକ ସାର୍ବଭୌମ ସାଧାରଣତନ୍ତ୍ର ରାଷ୍ଟ୍ର ବୋଲି।

– ହରିହର ତ୍ରିପାଠୀ
ମୋ: ୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri