ଟିକା କେଉଁଠୁ ଆସିଲା

ଆକାର ପଟେଲ

 

ଭାରତରେ କୋଭିଡ୍‌ ଟିକାର ୧୦୦ କୋଟି ଡୋଜ୍‌ ଦିଆସରିଲାଣି। ଏହା ଏକ ବଡ଼ ସଫଳତା। ଏହି ୧୦୦ କୋଟି ଡୋଜ୍‌ କେଉଁଠୁ ଆସିଲା ଓ ସେଗୁଡ଼ିକୁ କିଣିବାରେ ସରକାରଙ୍କ ଭୂମିକା କ’ଣ ଥିଲା ତାହା ବୁଝିବା ଦରକାର। ୭ ଅଗଷ୍ଟ ୨୦୨୦ରେ ବିଶ୍ୱରେ ମହାମାରୀ ମୁକାବିଲା, ଟିକା ବିକାଶ, ଯୋଗାଣ ପାଇଁ ଗଠନ କରାଯାଇଥିବା ଗ୍ଲୋବାଲ ଭ୍ୟାକ୍ସିନ ଆଲାଏନ୍ସ(ଜିଏଭିଆଇ) ଏବଂ ବିଲ୍‌ ଓ ମିଲିନ୍ଦା ଗେଟ୍ସ ଫାଉଣ୍ଡେଶନ ସହିତ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଏକ ଚୁକ୍ତି ସ୍ବାକ୍ଷର କରିଥିଲା। ଏହା ମୁତାବକ ୨୦୨୧ ପ୍ରଥମାର୍ଦ୍ଧ ସୁଦ୍ଧା ୯୨ଟି ଗରିବ ଦେଶକୁ ଟିକା ଯୋଗାଇବାକୁ କହିଥିଲା। କିନ୍ତୁ ୨୦୨୧ରେ ଏସ୍‌ଆଇଆଇ ମୋଟରେ ୧୦୦ କୋଟି କୋଭିଶିଲ୍ଡ ଡୋଜ୍‌ ଉତ୍ପାଦନ କରିବ। ଏହା ୯୨ ଦେଶ(ମୋଟ ଜନସଂଖ୍ୟା ୪ ବିଲିୟନ)କୁ ବଣ୍ଟନ କରାଯିବ। ଜିଏଭିଆଇ କହିଲା, କୋଭାକ୍ସ (ବିଶ୍ୱରେ କୋଭିଡ୍‌ ଟିକା ଉପଲବ୍ଧ କରାଇବା ଅଭିଯାନ)ର ସିଦ୍ଧାନ୍ତ ହେଉଛି ସମସ୍ତଙ୍କୁ ସମାନ ଭାବେ ଓ ସୁବିଧାରେ ଟିକା ଉପଲବ୍ଧ କରାଇବା। ଏହାର ଆବଣ୍ଟନ ପ୍ରକ୍ରିୟା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ସଞ୍ଚାଳିତ ହୋଇଥାଏ। ଜିଏଭିଆଇ ମେଣ୍ଟ ଏସ୍‌ଆଇଆଇ ପ୍ରସ୍ତୁତ ଟିକାକୁ ଗରିବ ଦେଶଗୁଡ଼ିକୁ ବିକ୍ରି କରିବ ଏବଂ ଭାରତରେ ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେହି ଟଙ୍କାକୁ ଅଗ୍ରିମ ଆକାରରେ ଭାରତକୁ ଦେବ।
୨୬ ସେପ୍ଟେମ୍ବର ୨୦୨୦ରେ ଜାତିସଂଘ ସାଧାରଣ ସଭାରେ ମୋଦି କହିଥିଲେ, ବିଶ୍ୱର ବୃହତ୍‌ ଟିକା ଉତ୍ପାଦନକାରୀ ଦେଶ ଭାବେ ଭାରତ ବିଶ୍ୱକୁ ଟିକା ଯୋଗାଇବ। ବିପର୍ଯ୍ୟୟରୁ ମାନବ ଜାତିକୁ ଉଦ୍ଧାର କରିବାରେ ଭାରତ ତା’ ଟିକା ଉତ୍ପାଦନ ଓ ଯୋଗାଣ କ୍ଷମତାକୁ ସମ୍ପୂର୍ଣ୍ଣ ଲଗାଇ ଦେବ ବୋଲି ବିଶ୍ୱକୁ ଆଶ୍ୱାସନା ଦେଇଥିତ୍ଲେ ମୋଦି । ଏହି ଭାଷଣ ପରେ ଗଣମାଧ୍ୟମଗୁଡ଼ିକ ମୋଦିଙ୍କୁ ‘ଭ୍ୟାକ୍ସିନ ଗୁରୁ’ ବା ‘ଟିକା ଗୁରୁ’ ବୋଲି କହିବାକୁ ଲାଗିଲେ। ଏହାକୁ ଲକ୍ଷ୍ୟ କରି ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ଭିତ୍ତିଭୂମି ନିର୍ମାଣ କରି ଟିକା ଯୋଗାଇ ଦେବା ଲାଗି ଜିଏଭିଆଇ ୩୦୦ ମିଲିୟନ ଡଲାର (୨,୫୦୦ କୋଟିରୁ ସାମାନ୍ୟ ଅଧିକ ଟଙ୍କା) ଏସ୍‌ଆଇଆଇକୁ ଦେଇଥିଲା। ସେହି ସପ୍ତାହରେ ଏସ୍‌ଆଇଆଇର ମାଲିକ ଅଦାର ପୁନାଓ୍ବାଲା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କରିଥିଲେ। ୨୦୨୧ରେ ଟିକା ପାଇଁ ସରକାରଙ୍କୁ ୮୦,୦୦୦ କୋଟି ଟଙ୍କା ଉପଲବ୍ଧ ହେବ ତ ବୋଲି ପ୍ରଶ୍ନ କରିଥିଲେ। କାରଣ ଭାରତରେ ସମସ୍ତଙ୍କୁ ଟିକା ଦେବାକୁ ହେଲେ କିଣା ଓ ବଣ୍ଟନ ବାବଦରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ଏହି ପରିମାଣ ଟଙ୍କା ଆବଶ୍ୟକ ହେବ। ଆଗାମୀ ଆହ୍ବାନକୁ ଆମକୁ ଆୟତ୍ତ କରିବାକୁ ହେଲେ ଟିକା କିଣା ଏବଂ ଯୋଗାଣରେ ଦେଶର ଆବଶ୍ୟକତା ପୂରଣ କରାଯିବା ଦରକାର। ଭାରତ ଓ ବାହାରେ ଟିକା ଉତ୍ପାଦନକାରୀମାନଙ୍କ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ସହ ସେମାନଙ୍କୁ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଥିତ୍ବା ଅନୁଭବ କରି ସେ ଉକ୍ତ ପ୍ରଶ୍ନ ଉଠାଇଥିବା କହିଥିଲେ। ୨୦୨୧ରେ ଭାରତ ଯଦି ତା’ର ସମସ୍ତ ଲୋକଙ୍କୁ ଟିକା ଦେବାକୁ ଚାହେଁ, ତେବେ ତାକୁ ଅନ୍ୟ କେଉଁଠୁ ଟିକା କିଣିବାକୁ ପଡ଼ିବ। କିନ୍ତୁ ସରକାର ପୁନାଓ୍ବାଲଙ୍କ କଥାକୁ ଗୁରୁତ୍ୱ ଦେଲେନାହିଁ କି କିଛି କଲେ ନାହିଁ। ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ଭାରତରେ ଟିକା ନେବା ଯୋଗ୍ୟଙ୍କ ପାଇଁ ୨୦୦ କୋଟି କିମ୍ବା ୧୪ ବର୍ଷ ବୟସରୁ କମ୍‌ ପିଲାଙ୍କ ସମେତ ସବୁ ଭାରତୀୟଙ୍କ ଲାଗି ୨୭୦ କୋଟି ଡୋଜ୍‌ ଆବଶ୍ୟକ ଥିଲାବେଳେ ଭାରତ କେବଳ ୧୧ କୋଟି ଟିକା କିଣିବାକୁ ଅର୍ଡର ଦେଇଥିଲା। ଭାରତର ୧୧ କୋଟି ଡୋଜ୍‌ ତୁଳନାରେ କାନାଡ଼ା ୩୩ କୋଟି, ଆମେରିକା ୧୨୦ କୋଟି, ଇଂଲଣ୍ଡର ୪୫ କୋଟି, ବ୍ରାଜିଲ ୨୩ କୋଟି, ଆଫ୍ରିକୀୟ ସଂଘ ୬୭ କୋଟି, ଇଣ୍ଡୋନେସିଆ ୧୯ କୋଟି ଏବଂ ୟୁରୋପୀୟ ସଂଘ ୧୮୦ କୋଟି ଡୋଜ୍‌ ଅର୍ଡର ଦେବା ସହ ଦେୟ ପଇଠ କରିଥିଲେ। ଏପରି କି ଅଷ୍ଟ୍ରେଲିଆ ୧୨ କୋଟି ଡୋଜ୍‌ ଅର୍ଡର କରିଥିତ୍ବାବେଳେ ଭାରତ ତା’ଠାରୁ କମ୍‌ ଅର୍ଡର ଦେଇଥିଲା। ମାର୍ଚ୍ଚ ୨୦୨୧ ଶେଷ ସୁଦ୍ଧା କରୋନା ଦ୍ୱିତୀୟ ଲହର ଆରମ୍ଭ ହେବାରୁ ଜିଏଭିଆଇକୁ ଏସ୍‌ଆଇଆଇ ଯେଉଁ ଟିକା ରପ୍ତାନି କରୁଥିଲା ତାହାକୁ ବେସରକାରୀ ଭାବେ ଭାରତ ସରକାର ବନ୍ଦ କରିଦେଲେ ଓ ଟିକାକୁ ଜବତ କରାଗଲା। ଟିକା ପାଇଁ ଜିଏଭିଆଇ ଟଙ୍କା ମଧ୍ୟ ଦେଇସାରିଥିଲା। ଏହା ପରେ ଏସ୍‌ଆଇଆଇର ମାଲିକ ଅଦାର ପୁନାଓ୍ବାଲାଙ୍କୁ ଭାରତର ଅତି ପ୍ରଭାବଶାଳୀ ଲୋକଙ୍କ ଠାରୁ ଧମକ ମିଳିବା ପରେ ସେ ତତ୍‌କ୍ଷଣାତ୍‌ ଲଣ୍ଡନ ପଳାଇଗଲେ।
ମେ’ରେ ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲ ସଂକ୍ଷେପରେ ଏହାର ସାରାଂଶ ପ୍ରକାଶ କରିଥିଲା। ବିଶ୍ୱର ଅଧିତ୍କାଂଶ ଅତି ଗରିବ ଦେଶଗୁଡ଼ିକ ଗୋଟିଏ ଦେଶର ଗୋଟିଏ ଉତ୍ପାଦନକରୀଙ୍କ ଦ୍ୱାରା ଉତ୍ପାଦିତ ଏକ ପ୍ରକାର ଟିକା ଉପରେ ନିର୍ଭର ଥିବା କଥା କହିଥିଲା। ହେଲେ ଏପରି ହଠାତ୍‌ ପରିବର୍ତ୍ତନ ଯୋଗୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭୟଙ୍କର କୋଭିଡ୍‌-୧୯ ମହାମାରୀ ସମୟରେ ପ୍ରଭାବିତ ହେଲା। ଏହା ଯୋଗୁ ଟିକା ପାଇଁ ଜିଏଭିଆଇ ଆଗୁଆ ଦେୟ ଦେଇଥିଲେ ବି ତା’ଠାରୁ ଟିକା ପାଇପାରିଲା ନାହିଁ। ଭାରତରେ କୋଭିଡ୍‌ ସଙ୍କଟ ଭୟଙ୍କର ଥିବାରୁ କୋଭାକ୍ସ ଆଉ ଟିକା ଯୋଗାଇ ପାରିବ ନାହିଁ ଓ ଏଥିପାଇଁ ଦୁଃଖିତ୍ତ ବୋଲି ୯୨ଟି ବିକାଶଶୀଳ ଦେଶକୁ ଜିଏଭିଆଇର ମୁଖ୍ୟ ଲିଖିତ ଭାବେ ଜଣାଇଦେଲେ। ଟିକା ପାଇଁ ଭାରତ ଉପରେ ନିର୍ଭର କରିବାର ରଣନୀତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ସେତେେବେଳେ ସେ କହିଥିତ୍ଲେ, ଆମେ ଏଥିପାଇଁ ଅତ୍ୟଧିତ୍କ ସମାଲୋଚିତ ହେଉଛୁ। ଏହି ସମୟରେ ଏସ୍‌ଆଇଆଇ ପଠାଇବାକୁ ଥିବା ୧୪ କୋଟି ଡୋଜ୍‌କୁ ଭାରତ ବନ୍ଦ କରିଦେଲା ଏବଂ ପରେ ୨ କୋଟି ଡୋଜ୍‌ ପଠାଇଲା।
ଟିକା ଗୁରୁ ହୋଇ ବିଶ୍ୱକୁ ରକ୍ଷା କରିବା ତ ଦୂରର କଥା, ବରଂ ଅନ୍ୟମାନେ କରିଥିବା ଯୋଜନା, ଦେଇଥିବା ଦେୟ ଓ ସାଂଗଠନିକ ଢାଞ୍ଚାରେ ଭାରତ ବାଧା ଉପୁଜାଇଲା। ଚଳିତ ମାସରେ ସରକାର କହିଲେ, ଏସ୍‌ଆଇଆଇକୁ ଟିକା ରପ୍ତାନି କରିବାକୁ ଅନୁମତି ଦେବେ। ତେବେ ଏହା ହେଉଛି ସେହି ୧୦୦ କୋଟି ଟିକାର କାହାଣୀ। ଆମେ ଟିକା ପାଇଛୁ ବୋଲି ଖୁସି ହେବା ଉଚିତ। କିନ୍ତୁ ସେସବୁ କେଉଁଠୁ ଆସିଲା ଏବଂ ଏହି ସଫଳତା ପାଇଁ କିଏ ଉତ୍ତରଦାୟୀ ଥିଲେ ବା ନ ଥିଲେ ସେ ବିଷୟରେ ଆମେ ଜାଣିବା ବି ଦରକାର।

 


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri