Posted inଜାତୀୟ

କୃଷିନୀତିର ପୁନର୍ବିଚାର ହେଉ: ବରୁଣ ଗାନ୍ଧୀ

ନୂଆଦିଲ୍ଲୀ, ୨୪।୧୦:ସରକାର କୃଷିନୀତିର ପୁନର୍ବିଚାର କରନ୍ତୁ ବୋଲି ଭାଜପା ଏମ୍‌ପି ବରୁଣ ଗାନ୍ଧୀ ଶନିବାର ଟୁଇଟର ଯୋଗେ ଆହ୍ବାନ ଦେଇଛନ୍ତି। ଜଣେ ଚାଷୀ ତାଙ୍କର କଷ୍ଟୋପାର୍ଜିତ ଧାନ ଫସଲକୁ ବିକ୍ରିକରି ନ ପାରି ସେଥିରେ ନିଆଁ ଲଗାଇ ଦେଉଥିବାରୁ ଭିଡିଓ କ୍ଲିପ୍‌ ସେ ଟୁଇଟରରେ ଶେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ଉତ୍ତରପ୍ରଦେଶର ଚାଷୀ ସମୋଧ ସିଂ ଗତ ୧୫ ଦିନ ହେଲା ଧାନ ବିକିବା ପାଇଁ ମଣ୍ଡିକୁ ଦୌଡ଼ିଥିଲେ। ଧାନ ବିକ୍ରି ନ ହେବାରୁ ସେ ନିରାଶ ହୋଇ ସେଥିରେ ନିଆଁ ଲଗାଇଦେଲେ। ତେବେ ଚାଷୀଙ୍କ ଫସଲ ବିକ୍ରି ପାଇଁ ସରକାର କି ବ୍ୟବସ୍ଥା କରିଛନ୍ତି। କୃଷି ନୀତି ଉପରେ ପୁଣି ଥରେ ବିଚାର କରିବାର ସମୟ ଆସିଛି। ସରକାର କୃଷକମାନଙ୍କ ଦାବି ଗ୍ରହଣ କରନ୍ତୁ ବୋଲି ବରୁଣ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ବର୍ଷେ ହେଲା କୃଷକ ସଂଗଠନଗୁଡ଼ିକ ଆନ୍ଦୋଳନ ଚଳାଇଛନ୍ତି। ୩ ଆଇନକୁ ପ୍ରତ୍ୟାହାର କରିନେବାକୁ ଚାଷୀମାନେ ଜିଦ୍‌ ଧରିଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରିବା ନିଷ୍ପତ୍ତିରେ ଅଟଳ ରହିଥିବାରୁ ଅଚଳାବସ୍ଥା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri