ଗ୍ରହାଣୁ ଧୂଳିରେ ଜୀବନର ଜାତକ

”ୟୁଟା ମରୁଭୂମିରେ କ୍ୟାପସୁଲଟିକୁ ଉଦ୍ଧାର କରିବା ପାଇଁ ଅବତରଣସ୍ଥଳୀ ନିକଟରେ ପ୍ରସ୍ତୁତ ହୋଇ ରହିଥିଲେ ଅଭିଯାନ ଓ ସାମରିକ ବାହିନୀର ଉଦ୍ଧାରକାରୀ ଦଳ, ଚାରୋଟି ହେଲିକପ୍ଟର୍‌ ତଥା ଅନ୍ୟ ସହାୟକ ଯାନସବୁ । ଉଦ୍ଧାରକାରୀ ଦଳ ସଙ୍ଗେସଙ୍ଗେ କ୍ୟାପସୁଲର ଅବତରଣସ୍ଥଳୀ ନିକଟକୁ ଛୁଟିଯାଇ କ୍ୟାପସୁଲଟିକୁ ଠାବକରି ଉଦ୍ଧାର କଲେ। ସେମାନେ କାଳ ବିଳମ୍ବ ନ କରି କ୍ୟାପସୁଲ ଚାରିପଟେ ଏକ ସ୍ବତନ୍ତ୍ର ସଫା କପଡା ଢାଙ୍କି ତା’କୁ ଗୋଟିଏ ହେଲିକପ୍ଟରରେ ଝୁଲାଇ ନିକଟସ୍ଥ ଏକ ଅସ୍ଥାୟୀ ‘କ୍ଲିନ୍‌ ରୁମ୍‌’କୁ ସ୍ଥାନନ୍ତରିତ କରାଇଲେ।“

ସେପ୍ଟେମ୍ବର ୨୪ ତାରିଖ, ସମୟ ସକାଳ ୮ଟା ୪୨ ମିନିଟ: ଆମେରିକାର ଉଟା ମରୁଭୂମିସ୍ଥ ସେନାର ଟେଷ୍ଟ ଏବଂ ଟ୍ରେନିଂ ରେଞ୍ଜରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ। ସେତେବେଳକୁ ସୁଦୂର ‘ବେନୁ’ ଗ୍ରହାଣୁରୁ ଆସିଥିବା ଏକ ୪୫ କି.ଗ୍ରା. ଓଜନର କ୍ୟାପ୍‌ସୁଲ ପୃଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ଅବତରଣ ନିମନ୍ତେ ଘଣ୍ଟା ପ୍ରତି ୪୪,୫୦୦ କି.ମି. ବେଗରେ ଦୂରନ୍ତ ଗତିରେ ଛୁଟି ଯାଉଥାଏ। ତୁରନ୍ତ ଏହାର ବେଗ ହ୍ରାସ କରିବା ନିମନ୍ତେ ଏଥିସହିତ ସଂଲଗ୍ନ ଦୁଇଟି ପାରାସୁଟ୍‌କୁ ଖୋଲି ଦିଆଗଲା। କାର୍ଯ୍ୟରତ ବୈଜ୍ଞାନିକମାନେ ଆଗ୍ରହର ସହିତ ପ୍ରତୀକ୍ଷା କରିଥାନ୍ତି କ୍ୟାପ୍‌ସୁଲଟି ଭୂମି ସ୍ପର୍ଶ କରିବା ମାତ୍ରେ ଏଥିରେ ସ୍ଥାନିତ ଏକ ନମୁନାକୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ। ରାଡାର୍‌ ଓ ଅବଲୋହିତ ତରଙ୍ଗ ବ୍ୟବସ୍ଥା ଜରିଆରେ ଦୃଷ୍ଟିସୀମା ବାହାରେ ଥିବା ଏହି କ୍ୟାପସୁଲକୁ କ୍ରମାଗତ ଟ୍ରାକିଙ୍ଗ୍‌ କରାଯାଉଥାଏ। ହଠାତ୍‌ ଦୂର ଦିଗ୍‌ବଳୟରେ ଏକ କମଳା ରଙ୍ଗର ଛାୟା ଦୃଶ୍ୟ ହେଲା, ଯାହା ପ୍ରକୃତରେ ଥିଲା ସେହି ବହୁ ପ୍ରତୀକ୍ଷିତ କ୍ୟାପ୍‌ସୁଲ। ପରିଶେଷରେ କ୍ୟାପ୍‌ସୁଲଟି ଘଣ୍ଟା ପ୍ରତି ମାତ୍ର ୧୮ କି.ମି. ବେଗରେ ମରୁଭୂମିର ଏକ କାଦୁଆ ସ୍ଥାନରେ ଅବତରଣ କଲା। ଏଥିସହିତ ଘୋଷଣା ଦାୟିତ୍ୱରେ ଥିବା ଜଣେ ଘୋଷକଙ୍କ ମାଇକ୍‌ ଗର୍ଜି ଉଠି ସୂଚନା ଦେଲା, ‘ଟଚ୍‌ ଡାଉନ୍‌ ସକ୍ସେସଫୁଲ୍‌’ ଅର୍ଥାତ, କ୍ୟାପ୍‌ସୁଲଟି ସଫଳତାର ସହିତ ଭୂମି ସ୍ପର୍ଶ କରିଛି।
ୟୁଟା ମରୁଭୂମିରେ କ୍ୟାପ୍‌ସୁଲଟିକୁ ଉଦ୍ଧାର କରିବା ପାଇଁ ଅବତରଣସ୍ଥଳୀ ନିକଟରେ ପ୍ରସ୍ତୁତ ହୋଇ ରହିଥିଲେ ଅଭିଯାନ ଓ ସାମରିକ ବାହିନୀର ଉଦ୍ଧାରକାରୀ ଦଳ, ଚାରୋଟି ହେଲିକପ୍ଟର୍‌ ତଥା ଅନ୍ୟ ସହାୟକ ଯାନସବୁ। ଉଦ୍ଧାରକାରୀ ଦଳ ସଙ୍ଗେସଙ୍ଗେ କ୍ୟାପ୍‌ସୁଲର ଅବତରଣସ୍ଥଳୀ ନିକଟକୁ ଛୁଟିଯାଇ କ୍ୟାପ୍‌ସୁଲଟିକୁ ଠାବକରି ଉଦ୍ଧାର କଲେ। ସେମାନେ କାଳ ବିଳମ୍ବ ନ କରି କ୍ୟାପ୍‌ସୁଲ ଚାରିପଟେ ଏକ ସ୍ବତନ୍ତ୍ର ସଫା କପଡ଼ା ଢାଙ୍କି ତାକୁ ଗୋଟିଏ ହେଲିକପ୍ଟରରେ ଝୁଲାଇ ନିକଟସ୍ଥ ଏକ ଅସ୍ଥାୟୀ ‘କ୍ଲିନ୍‌ ରୁମ୍‌’କୁ ସ୍ଥାନନ୍ତରିତ କରାଇଲେ। ମାତ୍ର ବୈଜ୍ଞାନିକମାନେ ଖୋଜୁଥିଲେ ଏହି କ୍ୟାପ୍‌ସୁଲ ମଧ୍ୟରେ ସୁରକ୍ଷିତ ଥିବା କିଛି ଦୁର୍ଲଭ ପଦାର୍ଥର ନମୁନାକୁ ଯାହା ସୁଦୂର ‘ବେନୁ’ ଗ୍ରହାଣୁରୁ ସଂଗୃହୀତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ନମୁନାକୁ ପୃଥକ୍‌ କରାଯାଇ ସ୍ବତନ୍ତ୍ର ବିମାନ ଜରିଆରେ ଆକାଶମାର୍ଗରେ ହ୍ୟୁଷ୍ଟନ୍‌ସ୍ଥିତ ଜନସନ୍‌ ଅନ୍ତରୀକ୍ଷ ଉଡାଣ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଏହି ନମୁନାର ପ୍ରାୟ ୭୫% ଭାଗ ସଂରକ୍ଷିତ କରି ରଖାଯାଇ ବାକି ନମୁନାକୁ ନେଇ ଆଗାମୀ ଦୁଇ ବର୍ଷ ମଧ୍ୟରେ ଗବେଷଣାଗାରରେ କଠୋର ପରୀକ୍ଷା ନିରୀକ୍ଷା ତଥା ବିଶ୍ଳେଷଣ କରାଯିବ। ନାସାର ସୂଚନା ମୁତାବକ, କ୍ୟାପ୍‌ସୁଲରେ ପ୍ରାୟ ୨୫୦ ଗ୍ରାମ୍‌ ଓଜନର ନମୁନା ରହିଛି ଯାହା ବୈଜ୍ଞାନିକମାନଙ୍କ ଈପ୍‌ସିତ ପରୀକ୍ଷା ସମ୍ପାଦନ ନିମନ୍ତେ ଯଥେଷ୍ଟ।
ଏହି ଅଭିଯାନରେ ଖର୍ଚ୍ଚ ହୋଇଥିଲା ୧୦୦ କୋଟି ଡଲାର। ତେବେ ପ୍ରଶ୍ନ ଉଠେ: ସେହି କ୍ୟାପ୍‌ସୁଲ ମଧ୍ୟରେ କ’ଣ ଦୁର୍ଲଭ ପଦାର୍ଥ ରହିଥିଲା, ଯାହା ପାଇଁ ସାରା ବିଶ୍ୱ ଘୋର ଆଗ୍ରହର ସହିତ ପ୍ରତୀକ୍ଷା କରି ରହିଥିଲା ଏବଂ ଏହାର ବିଶ୍ଳେଷଣ ଦ୍ୱାରା ସମଗ୍ର ମାନବଜାତି ପାଇଁ କି ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ ହୋଇ ପାରିବ?
ସୌରଜଗତର ସୃଷ୍ଟି: ଆମ ସୌରଜଗତର ସୃଷ୍ଟି ମନୁଷ୍ୟ ପାଇଁ ସଦାସର୍ବଦା ଏକ ରହସ୍ୟ ରୋମାଞ୍ଚଘେରା ପ୍ରସଙ୍ଗ ହୋଇ ରହିଆସିଛି। ସୂର୍ଯ୍ୟ ଓ ଗ୍ରହମାନେ ସୃଷ୍ଟି ହେଲେ କିପରି? ସୃଷ୍ଟିର ପ୍ରାରମ୍ଭରେ ପଦାର୍ଥର ରୂପରେଖ ଥିଲା କିପରି? ପୃଥିବୀରେ ଜଳ ଓ ଜୀବନ ଆସିଲା କେଉଁଠୁ? ଏହି ସବୁ ପ୍ରଶ୍ନର ଉତ୍ତର ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ପ୍ରତିଷ୍ଠାନ ନାସାର ଏକ ଅଭିଯାନ ‘OSIRIX-REx’ ଗତ ୨୦୧୬ ମସିହା ସେପ୍ଟେମ୍ବର ୮ ତାରିଖରେ ଅନ୍ତରୀକ୍ଷକୁ ଯାତ୍ରାରମ୍ଭ କରିଥିଲା। ଏହା ୨୦୧୮ ମସିହା ଡିସେମ୍ବର ୩ ତାରିଖ ଦିନ ଆମ ଗ୍ରହାଣୁ ବଳୟର ଏକ କ୍ଷୁଦ୍ର ଗ୍ରହାଣୁ ‘ବେନୁ’ ନିକଟରେ ପହଞ୍ଚତ୍ ନିଜର ଯନ୍ତ୍ରାବଳି ଜରିଆରେ ଦୁଇ ବର୍ଷ କାଳ ବେନୁର ପୃଷ୍ଠଦେଶକୁ ଲକ୍ଷ୍ୟ କରିଥିଲା। ଏହା ୨୦୨୦ ମସିହା ଅକ୍ଟୋବର ୨୦ ତାରିଖରେ ବେନୁର ଅତି ପାଖରେ ପହଞ୍ଚି ନିଜର ୧୧ ଫୁଟ ଲମ୍ବର ଏକ ‘ଭ୍ୟାକୁମ୍‌ ଦଣ୍ଡ’ ଉପକରଣ ଜରିଆରେ ଭେନୁ ନିକଟରୁ କିଛି ଧୂଳିକଣା ନମୁନା ସଂଗ୍ରହ କରିଥିଲା। ଯାନଟି ୨୦୨୧ ମସିହା ୧୦ ତାରିଖରେ ନିଜର ପ୍ରପଲସନ୍‌ ବ୍ୟବସ୍ଥା ଫାୟାରିଙ୍ଗ୍‌ ପୂର୍ବକ ଏହି ବିଚିତ୍ର ଓ ବିରଳ ପଦାର୍ଥକୁ ପୃଥିବୀରେ ପହଞ୍ଚାଇବାର ଦୁର୍ବାର ଲକ୍ଷ୍ୟ ନେଇ ପୃଥିବୀ ଆଡ଼କୁ ଦୀର୍ଘ ୧୯୦ କୋଟି କି.ମି. ଦୂରତାର ଯାତ୍ରା ଆରମ୍ଭ କରିଥିଲା। ପ୍ରକ୍ଷେପଣର ଦୀର୍ଘ ୭ ବର୍ଷ ପରେ ଏହି ଯାନଟି ଗତ ୨୦୨୩ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ‘ବେନୁ’ ରୁ ଏହି ଧୂଳି ଓ ମାଟିର ବିରଳ ନମୁନା ଆଣି ପୃଥିବୀରେ ପହଞ୍ଚାଇବାରେ ସକ୍ଷମ ହୋଇଛି। ଏହି ନମୁନାରୁ ୪୫୦ କୋଟି ବର୍ଷ ପୂର୍ବେ ଆମ ସୌରଜଗତ ସୃଷ୍ଟିର କିଛି ଅଜ୍ଞାତ ଓ ଅସମାହିତ ପ୍ରସଙ୍ଗ ଉପରେ ଆଲୋକପାତ ହୋଇ ପାରିବ ବୋଲି ଆଶା କରାଯାଏ।
ଏହି ଅଭିଯାନର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଯେ, ନମୁନା ଥିବା କ୍ୟାପ୍‌ସୁଲ ବହନ କରୁଥିବା ଅନ୍ତରୀକ୍ଷ ଯାନଟି ପୃଥିବୀରେ ଅବତରଣ ନକରି ନମୁନାକୁ ଏକ ପାରାସୁଟ୍‌ ଜରିଆରେ ପୃଥିବୀରେ ପହଞ୍ଚାଇବାରେ ସକ୍ଷମ ହୋଇଛି। ପୃଥିବୀପୃଷ୍ଠରୁ ପ୍ରାୟ ୧ ଲକ୍ଷ କି.ମି. ଦୂରତା ଊର୍ଦ୍ଧ୍ୱରେ ରହି ଭାରତୀୟ ସମୟ ଅପରାହ୍ନ ୪ଟା ୧୨ ମିନିଟ ସମୟରେ ଯାନଟି କ୍ୟାପ୍‌ସୁଲକୁ ପୃଥିବୀ ଅଭିମୁଖେ ବିଚ୍ଛିନ୍ନ କରିଥିଲା, ଯାହା ପ୍ରାୟ ଦୀର୍ଘ ୪ଘଣ୍ଟା କାଳ ମହାଶୂନ୍ୟ ଓ ବାୟୁମଣ୍ଡଳ ମଧ୍ୟରେ ଯାତ୍ରାକରି ରାତି ୮ଟା ୨୩ ମିନିଟ ସମୟରେ ୟୁଟା ମରୁଭୂମିରେ ପାରାସୁଟ୍‌ ଜରିଆରେ ନିରାପଦ ଅବତରଣ କରିଥିଲା। ଏହା ପରେ ମୂଳ ଅନ୍ତରୀକ୍ଷ ଯାନଟି ନିଜର ଇଞ୍ଜିନ୍‌ ପୁନଃ ଫାୟାରିଙ୍ଗ୍‌ କରି ଗ୍ରହାଣୁ ବଳୟର ଅନ୍ୟ ଏକ ସୁଦୂର ଗ୍ରହାଣୁ ‘ଏପୋଫିସ୍‌’ ଅଭିମୁଖେ ନୂତନ ଅନୁସନ୍ଧାନ ନିମନ୍ତେ ଯାତ୍ରା ଆରମ୍ଭ କରି ଦେଇଥିଲା ଯେଉଁଠି ଏହା ଆଗାମୀ ୨୦୨୯ ମସିହାରେ ପହଞ୍ଚିବ। (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ଉପରେ ପଡିବ ଶନିଙ୍କ କୃପା, ହେବେ ମାଲାମାଲ!

୧୭ ମେ ୨୦୨୬ରେ ଶନିଙ୍କ ରେବତୀ ନକ୍ଷତ୍ରରେ ପ୍ରବେଶ ନୂତନ କ୍ୟାରିଅର ଏବଂ ଆର୍ଥିକ ସୁଯୋଗ ଆଣିପାରେ। ଶନିଙ୍କ ବୁଧଙ୍କ ନକ୍ଷତ୍ରରେ ପ୍ରବେଶ ଚାକିରି, ବ୍ୟବସାୟ ଏବଂ…

୨୦୨୬ରେ ଆଶ୍ଚର୍ଯ୍ୟଜନକ କଥା: ୧୨ ମାସ ବଦଳରେ ହେବ ୧୩ ମାସ! ଜାଣନ୍ତୁ କାରଣ

ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ନୂତନ ବର୍ଷ ଜାନୁଆରୀ ମାସର ପ୍ରଥମ ଦିନ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ ଆରମ୍ଭ ହୁଏ। ତଥାପି, ହିନ୍ଦୁ ଧର୍ମରେ ବିକ୍ରମ ସମ୍ବତ୍‌…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ

ଦେଶ ସ୍ବାଧୀନତା ଲାଭ କରିବା ପରେ ଏହାର ପ୍ରଗତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ଅନେକ ବୃହତ୍‌ ନଦୀବନ୍ଧ ନିର୍ମାଣ…

ମାନସିକ ଶାନ୍ତି ଚାହୁଁଛନ୍ତି କି…. ତେବେ ନିହାତି କରନ୍ତୁ ଏସବୁ…

କାର୍ଯ୍ୟ ରହିଛି; ଯାହାକୁ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପ୍ରଭୁକୃପା ଲାଭ ହୋଇଥାଏ। ତା’ସହିତ ଜୀବନରେ ଅନେକ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ……

ଓଜନ ହ୍ରାସ ଔଷଧ ଖାଉଛନ୍ତି କି: ଘଟିପାରେ ଏମିତି…

ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍‌ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ…

ବିନା ଅସ୍ତ୍ରରେ ଶତ୍ରୁଠାରୁ କିଭଳି ନେବେ ଅପମାନର ପ୍ରତିଶୋଧ? ଜାଣନ୍ତୁ କ’ଣ କହେ ‘ଚାଣକ୍ୟ ନୀତି’

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିବି ମାନବ ସମାଜକୁ ମାର୍ଗଦର୍ଶନ ଦେଇ ଆସୁଛି। ରାଜନୀତି ହେଉ କିମ୍ବା ବ୍ୟକ୍ତିଗତ ଜୀବନ, ଚାଣକ୍ୟଙ୍କ ରଣକୌଶଳ ସବୁଠାରେ ପ୍ରାସଙ୍ଗିକ। ଚାଣକ୍ୟଙ୍କ ମତରେ,…

ଏହି ୪ ରାଶିରେ ମେ ୧୧ରୁ କାଳସର୍ପ ଯୋଗ: ହୋଇଯାନ୍ତୁ ସାବଧାନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତି ଏବଂ ନକ୍ଷତ୍ରମାନଙ୍କର ସ୍ଥିତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏଥର ମେ ମାସରେ ମହାକାଶରେ ଏକ ସ୍ବର୍ଗୀୟ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri