‘ପୌର ନିର୍ବାଚନ କେବେ ହେବ’

କଟକ ଅଫିସ,୧୨।୮: ପୌର ନିର୍ବାଚନ ବିଳମ୍ବ ନେଇ ଆଗତ ମାମଲାରେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି । ପୌର ପରିଷଦର କାର୍ଯ୍ୟକାଳ ପୁରିବାକୁ ୩ ବର୍ଷ ହେଲାଣି। ହେଲେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ। ଏଥିଯୋଗୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେଉଁ ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କରାଯାଇ ନାହିଁ ଏବଂ କେବେ ସୁଦ୍ଧା ନିର୍ବାଚନ ହେବ ଏହାର ସ୍ପଷ୍ଟୀକରଣ ଦିଅ। ଏହାର ଜବାବ ଦାଖଲ ପରେ ଏହା ଉପରେ ଚୂଡାନ୍ତ ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ. ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ଆବେଦନକାରୀ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସମୀର ଦେ ଓ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ସେହିପରି ଆଇନଜୀବୀ ସଞ୍ଜୟ ରଥ, ସୌମିକ ତ୍ରିପାଠୀ, ବିଶ୍ୱରୂପା ପତି ମାମଲାରେ ସହାୟତା କରୁଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବରରୁ ରାଜ୍ୟର ଏନ୍‌ଏସି, ପୌରପାଳିକା ଓ ମହାନଗର ନିଗମର କାର୍ଯ୍ୟକାଳ ଶେଷ ହୋଇଛି। ଏନେଇ ରାଜ୍ୟ ସରକାର କିଛି ପଦକ୍ଷେପ ନେଉ ନ ଥିବାରୁ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପୌର ନିର୍ବାଚନ ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ପରେ ଉପରୋକ୍ତ ୩ ଜଣଙ୍କ ପକ୍ଷରୁ ପୃଥକ ଭାବେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯...

୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି।...

ଆଜି ସରିବ ଯୁକ୍ତ ୩ ନାମଲେଖା ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଗୁରୁବାର ଶେଷ ହେବ। ରାତି ୧୧ଟା ୪୫ ଭିତରେ ଛାତ୍ରୀଛାତ୍ର ଆବେଦନ କରିପାରିବେ।...

ଗ୍ୟାସ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ

ସମ୍ବଲପୁର,୧।୩(ବ୍ୟୁରୋ): ଗ୍ୟାସ ସିଲିଣ୍ଡର ଫାଟି ୪ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଏଭଳି ଘଟଣା ସମ୍ବଲପୁର ଜିଲା ଚାଉଁରପୁର ଅଞ୍ଚଳରେ ଘଟିଛି। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ...

ଚେକିଂ ନାଁରେ ଟ୍ରାଫିକ ପୋଲିସର ଦାଦାଗିରି: ହେଲମେଟ ପିନ୍ଧି ନ ଥିବାରୁ ଆଇନଜୀବୀଙ୍କୁ ମାଡ଼

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଟ୍ରାଫିକ ପୋଲିସର ଦାଦାଗିରି ବଢ଼ିବାରେ ଲାଗିଛି। କିଛିଦିନ ତଳେ ସିଆରପି ଛକ ନିକଟରେ ଜଣେ ମହିଳାଙ୍କ ସ୍କୁଟିରୁ ଜବରଦସ୍ତି ଗାଡ଼ି...

ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବିଜେଡି ପ୍ରତିନିଧି ଦଳ

ବରଗଡ଼ ଅଫିସ, ୪।୩- ବରଗଡ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ତଥା ଏହାକୁ ସିଟି ହସପିଟାଲ ଘୋଷଣା ଦାବିରେ...

ସୁସ୍ଥ ହେଲେ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୨।୨: ଓଡ଼ିଶାରେ ଶୁକ୍ରବାର ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୫୧ରେ ପହଞ୍ଚିଛି।...

ଶହେ ଟଙ୍କା ପାଇଁ ମା’ଙ୍କୁ ହତ୍ୟା

ବାରିପଦା ଅଫିସ,୨୪।୪: ମାତ୍ର ଶହେ ଟଙ୍କା ପାଇଁ ନୃଶଂସ ପୁଅ ଠେଙ୍ଗାରେ ପିଟି ପିଟି ନିଜ ମା’ଙ୍କୁ ହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ମୟୂରଭଞ୍ଜ...

Advertisement
Archives

Model This Week