କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର ୨୮ ରାଜସ୍ବ ଗ୍ରାମ ମଧ୍ୟରୁ କତ୍ରାଗୁଡା, ଗୁମେଇପଦର, ତଳକାନ୍ତି, ଥୁରିଆ, ବଡ଼ବନ୍ଧ, ମାଥଲମ୍ବା ଓ ସୁଲିଆମରୀ ଭଳି ମାତ୍ର ୭ଟି ରାଜସ୍ବ ଗ୍ରାମର ଭୂମି ଚିହ୍ନଟ ହୋଇଛି। ହେଲେ ଅବଶିଷ୍ଟ ୨୧ଟି ରାଜସ୍ବ ଗ୍ରାମର ଭୂମି ଏବେ ବି ବିବାଦଘେରରେ ରହିଛି। ସୁପ୍ରିମକୋର୍ଟଙ୍କ ‘ସ୍ଥଗିତାଦେଶ’ ବଳବତ୍ତର ରହିଥିଲେ ହେଁ ଆନ୍ଧ୍ର ସରକାର ତାଙ୍କର ଦାଦାଗିରି ଜାରି ରଖିଛନ୍ତି। କେତେବେଳେ ଲୋକଙ୍କୁ ରାଶନକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ନିଜଆଡ଼କୁ ଟାଣିନେଉଛନ୍ତି ତ ଆଉ କେତେବେଳେ ଜୋରଜବରଦସ୍ତ କୋଟିଆ ଭିତରେ ପଶି ଜବରଦଖଲ କରୁଛନ୍ତି। ଏଭଳି ଅନେକ ଘଟଣା କୋଟିଆ ଅଞ୍ଚଳରେ ଘଟୁଛି। କେତେବେଳେ ତାହା ଲୋକଲୋଚନକୁ ଆସୁଛି ତ ଆଉ କେତେବେଳେ ଲୁଚିରହୁଛି। ତେବେ କଥା କେବଳ ସୀମା ବିବାଦରେ ସୀମିତ ରହିନାହିଁ। କୋଟିଆର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେଉଥିବାବେଳେ ଆଉ କେତେକ ଅଞ୍ଚଳରେ ଜମିର ଉର୍ବରତା ଧୋଇହୋଇ ଟାଙ୍ଗରା ପାଲଟିଛି, ଯେଉଁଥିପାଇଁ ସ୍ଥାନୀୟ ଅଧିବାସୀ ଫସଲ କରି ଜୀବିକା ନିର୍ବାହ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିକଟରେ କୋଟିଆ ଅଞ୍ଚଳ ଗସ୍ତ କରିଥିଲେ। ସେଠାରେ କୋଟିଆବାସୀଙ୍କ କ’ଣସବୁ ସମସ୍ୟା ରହିଛି ତାହା ଅନୁଧ୍ୟାନ କରିଥିଲେ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ୨୯୦ କୋଟି ଟଙ୍କାର ଏକ ‘କୋଟିଆ ବିକାଶ’ ନକ୍ସା ପ୍ରସ୍ତୁତ ହୋଇଛି। ତେବେ ସେଠାରେ ଏପର୍ଯ୍ୟନ୍ତ ୨୧ଟି ରାଜସ୍ବ ଗ୍ରାମର ଜମି ଚିହ୍ନଟ ହୋଇନାହିଁ, ଯେଉଁଠି କି ୯୭୯ ପରିବାରର ୪,୪୪୩ ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅର୍ଜୁବାଲସାର ୧୬ ପରିବାରର ୭୯ ସଦସ୍ୟ ରହିଥିବାବେଳେ ଉପରସେମ୍ବିର ୩୮ ପରିବାରର ୧୬୧, କୋନାଦୋରର ୩୫ ପରିବାରର ୧୫୮, କୋଟିଆର ୧୨୯ ପରିବାରର ୭୯୭, ଦୋଳିଆମ୍ବୋର ୪୩ ପରିବାରର ୨୨୪ ଜଣ ସଦସ୍ୟ ରହିଛନ୍ତି। ଏହାବାଦ୍‌ ତଳସେମ୍ବି, ତାଡିବଲସା, ଧୂଳିଆପଦର, ନେରଡିବାଲସା, ପିନିକି, ଫଗୁଣସେନେରି, ବରଣପଡୁ, ମହିପାଣି, ମଦକର, ରଣସିଂହ, ସଲପଗୁଡା, ସିଡିବାଲସା, ସିମେଇଗେଡା ଏବଂ ହରମନଡାଙ୍ଗି ପ୍ରଭୃତି ରାଜସ୍ବ ଗ୍ରାମରେ ଅବଶିଷ୍ଟ ଲୋକ ରହିଛନ୍ତି। ଗଞ୍ଜେଇପଦରରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ତେବେ ବିଦ୍ୟୁତ୍‌, ପାଣି, ରାସ୍ତା, ଇଣ୍ଟରନେଟ୍‌ ଭଳି ସମସ୍ୟା ଏବେ ବି କୋଟିଆ ଅଞ୍ଚଳରେ ଲାଗିରହିଛି। ସେଠାରେ ଏସବୁ ସମସ୍ୟା ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯୦ କୋଟିର ବିକାଶ ନକ୍ସା ଅଙ୍କାଯାଇଛି। ୨୦ଟି ବିଭାଗ କୋଟିଆର ବିକାଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?