ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମର ନୀରଦ କୁମାର ସାହୁ(୪୮)। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା ପରେ ନୀରଦଙ୍କ ମୃତଦେହ ଶବଗୃହରେ ରଖାଯାଇଛି। ଅପରପକ୍ଷରେ ପୋଲିସ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ପରିବାର ଲୋକେ ଆସିଲା ପରେ ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।

ମିଳିଥିବା ସୂଚନା ଅନୁସାରେ ନୀରଦ ପ୍ରେସ୍‌କ୍ଲବରେ ରହୁଥିଲେ। ରବିବାର ରାତି ପ୍ରାୟ ସାଢ଼େ ୭ଟାରେ ସେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଚାଲିଥିବା ପୁସ୍ତକ ମେଳା ଦେଖି ପ୍ରେସ୍‌କ୍ଲବକୁ ଫେରୁଥିଲେ। ସେ ତଳିଛକରେ ରାସ୍ତା ପାରି ହେଉଥିବା ସମୟରେ ଚିପିଲିମାରୁ ସମ୍ବଲପୁରକୁ ଆସି ଅଇଁଠାପାଲି ତଳିଛକରେ ସହରକୁ ପ୍ରବେଶ କରୁଥିବା ଆମବସ୍‌ ସମ୍ମୁଖରେ ପଡ଼ି ଯାଇଥିଲେ। ଏହି ସମୟରେ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକ ଅଇଁଠାପାଲି ଥାନାରେ ଅମତ୍ସମର୍ପଣ କରିଥିବା ଜଣା ପଡ଼ିଛି।

ଏସମ୍ପର୍କରେ ଖବର ପାଇ ଆମବସ୍‌ ଚଳାଚଳ ଦାୟିତ୍ୱରେ ଥିବା ସିଆର୍‌ୟୁଟି ସମ୍ବଲପୁର ଶାଖା ପ୍ରବନ୍ଧକ ବିଶ୍ୱଜିତ ପଣ୍ଡା ମୃତକଙ୍କ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆର୍‌ଟିଓ ରାମଦାସ ଟୁଡୁ ଜିଲା ଚିକିତ୍ସାଳୟ ଯାଇ ନୀରଦଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୧ମସିହାରୁ ପ୍ରେସ୍‌କ୍ଲବର କର୍ମଚାରୀ ଭାବେ ନୀରଦ କାର୍ଯ୍ୟ କରି ଆସୁଥିଲେ। ସେ ବିବାହିତ ହୋଇଥିବା ବେଳେ ତାଙ୍କ ମାତାପିତା ଜୀବିତ ଅଛନ୍ତି। ତାଙ୍କ ସ୍ତ୍ରୀ, ଦୁଇ ଝିଅ ନିଜ ଗ୍ରାମ କଞ୍ଜରାରେ ମାତାପିତାଙ୍କ ସହିତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?