Posted inଫୁରସତ

ଯୁବତୀ ଫୋନ୍‌ ନମ୍ବର ଦେବାକୁ ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ, ଭିଡିଓ ଦେଖିଲେ…

ଅନେକ ଯୁବକ ଥାନ୍ତି, ଯେଉଁମାନେ ଯୁବତୀଙ୍କଠାରୁ ହଁ ଶୁଣି ଖୁସି ହୁଅନ୍ତି ଆଉ ନା ଶବ୍ଦକୁ ଆଦୌ ସହିପାରନ୍ତି ନାହିଁ। ସେମାନେ ଭାବନ୍ତି ଯୁବତୀଙ୍କ ମନା କରିବା ଅର୍ଥ ସେମାନଙ୍କୁ ଅପମାନ ଦେବା। ତେଣୁ ଏଥିରେ କ୍ରୋଧିତ ହୋଇ କେତେ କ’ଣ କାଣ୍ଡ ଘଟାଇଥାନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଆମେରିକାର ନ୍ୟୁୟର୍କର ବାସିନ୍ଦା ମାଇକେଲ ପାଲାସିଓସ ବିଳମ୍ବିତ ରାତିରେ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ଜଣେ ଯୁବତୀଙ୍କୁ ଫୋନ୍‌ ନମ୍ବର ଏବଂ ତାଙ୍କ ଠିକଣା ମାଗିଥିଲେ। ଯୁବତୀ ଜଣକ ନ ଦେବାରୁ ମାଇକେଲ ହଙ୍ଗାମା ଆରମ୍ଭ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ମାଇକେଲଙ୍କୁ ମାଡ଼ ମାରିଥିଲେ। ମାଇକେଲ ସେମାନଙ୍କ ମାଡ଼କୁ ଅତି କଷ୍ଟରେ ସହିଥିଲେ। ପରେ ସେ ତାଙ୍କର କରାମତି ଦେଖାଇଥିଲେ। ଯାହାକି ରେଷ୍ଟୁରାଣ୍ଟରେ ଥିବା ସମସ୍ତ ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଯୁବତୀ ଜଣକ ମାଇକେଲଙ୍କୁ ଫୋନ୍‌ ନମ୍ବର ଦେବାକୁ ମନା କରିବା ପରେ ମଧ୍ୟ ମାଇକେଲ ସେଠାରୁ ଯାଉ ନ ଥିଲେ। ତେଣୁ ତାଙ୍କ ସାଙ୍ଗମାନେ ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ମାଇକେଲଙ୍କ ସହ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ମାଇକେଲ କୌଣସି ପ୍ରତିକ୍ରିୟା ନ ଦେଇ କିଛି ସମୟ ପାଇଁ ସେହି ଲୋକମାନଙ୍କର ମାଡ଼କୁ ସହିଥିଲେ। ତା’ପରେ ତାଙ୍କ ବ୍ୟାଗରୁ ଏକ ଛୋଟ କୁରାଢ଼ି ବାହାର କରିଥିଲେ। ଏହା ପରେ ସେ ଯୁବତୀଙ୍କ ସାଙ୍ଗମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏପରିକି ରେଷ୍ଟୁରାଣ୍ଟର ଚେୟାର, ଟେବୁଲ, ଝରକା ଭାଙ୍ଗିଥିଲେ। କିଛି ସମୟ ପରେ ସେଠାରୁ ସେ ଚାଲି ଯାଇଥିଲେ। କିନ୍ତୁ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ମାଇକେଲ ମଦ୍ୟପାନ କରିଥିଲେ, ଯେତେବେଳେ ସେ ତାଙ୍କ ନିକଟକୁ ଯାଇଥିଲେ, ମଦ୍ୟପାନର ଦୁର୍ଗନ୍ଧ ହେଉଥିଲା।

@WorldLatinHoney ନାମକ ଏକ ଟୁଇଟର ଆକାଉଣ୍ଟରେ ଏହି ଭିଡିଓଟି ଶେୟାର ହୋଇଛି। ଯେଉଁଥିରେ ୨୦ ମିଲିୟନରୁ ଅଧିକ ଭ୍ୟୁ ହୋଇଛି। ହଜାର ହଜାର ଲୋକ ଏହାକୁ ରିଟୁଇଟ୍‌ କରିଛନ୍ତି। ଭିଡିଓରେ ମାଇକେଲଙ୍କ ହିଂସା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri