Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ
ଆଜି ବୁଧାଦିତ୍ୟ ଯୋଗ ପ୍ରଭାବରୁ ଅଟକି ରହିଥିବା କାମ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ପରିଜନ ସହ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ସାମାଜିକ ସ୍ତରରେ ବିବାଦୀୟ ଘଟଣାରେ ପାଟି ଖୋଲିବା ଠିକ୍‌ ହେବ ନାହିଁ । ବନ୍ଧୁଙ୍କ ସାହାଯ୍ୟ ଲାଭକରି ଆର୍ଥିକ ସମସ୍ୟା ସୁଧାରିନେବେ।
ବୃଷ
ବୃଷ
ସମୟ ଓ ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିବ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ବ୍ୟସ୍ତତା ମଧ୍ୟ ବଢ଼ିଯିବ । ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ମିଥୁନ
ମିଥୁନ
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ କାମଗୁଡ଼ିକ ନ ହୋଇପାରିବା କାରଣରୁ ବ୍ୟସ୍ତ ହେବେ। ଚନ୍ଦ୍ର ରାଶିରେ ରହିଥିବାରୁ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ଅବଶ୍ୟ ଘଟିବ। ହଠାତ୍‌ କୌଣସି ହୃଦୟବାନ୍‌ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ।
କର୍କଟ
କର୍କଟ
ବୁଧ କ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଅନ୍ୟମନସ୍କ ରହି ବିଭିନ୍ନ ସମସ୍ୟାକୁ ଡାକି ଆଣିପାରନ୍ତି। ଅବଶ୍ୟ ପଡ଼ୋଶୀଙ୍କ ସହାୟତାରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଘରର ବରାଦ ଜିନିଷ ଭୁଲ୍‌ବଶତଃ ଭୁଲିଯିବେ ଓ ପରିବାରରେ ଏଥିପାଇଁ ଝଗଡ଼ା ଲାଗିବ।
ସି˚ହ
ସି˚ହ
କୌଣସି ନୂତନ ଯୋଜନା କରି ସଫଳ ହେବେ। ବନ୍ଧୁଙ୍କ ସହ ଆଲୋଚନା, ଖେଳ, ମଉଜ ମଜଲିସ୍‌ରେ ସମୟ କଟାଇପାରନ୍ତି । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇପାରେ। ତୃତୀୟସ୍ଥ କେତୁ ହେତୁ ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ ।
କନ୍ୟା
ଅନ୍ୟ ଦ୍ୱାରା ପରିଚାଳିତ ହୋଇ ସ୍ଥଗିତ କାମ କରିଚାଲିବେ, କିନ୍ତୁ ନିଜ ଇଚ୍ଛାରେ ନୁହେଁ। କେତେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଆଜି ଏକ ଭିନ୍ନ ପରିସ୍ଥିତିରେ ବାନ୍ଧବୀଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ହସ୍ତା ନକ୍ଷତ୍ର ସକାଶେ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର ପ୍ରାପ୍ତି ଯୋଗ ରହିଛି ।
ତୁଳା
ତୁଳା
ରାଶିରେ କବନ୍ଧଗ୍ରହ ଥିବାରୁ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉଙ୍କି ମାରିବ, କିନ୍ତୁ କିଛିବି ହୋଇପାରିବ ନାହିଁ। କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହଯୋଗ ଅବଶ୍ୟ ମିଳିବ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ।
ବିଛା
ବିଛା
ରାଶ୍ୟାଧିପ ରାଶିକୁ ଦେଖୁଥିବାରୁ କୌଣସି କାମରେ ବ୍ୟସ୍ତତା ବଢ଼ିଯାଇପାରେ, କିନ୍ତୁ କିଛିି ଅସୁବିଧା ହେବ ନାହିଁ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ।
ଧନୁ
ଧନୁ
ଆଜି ହଠାତ୍‌ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ମୂଳା ନକ୍ଷତ୍ର ସକାଶେ ଆଜି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ। ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି।
ମକର
ମକର
ସ୍ବଗୃହୀ ଶନି ହେତୁ ପାରିବାରିିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ ଏବଂ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିବେ। ଶିଳ୍ପ,ବାଣିଜ୍ୟ. ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବ।
କୁମ୍ଭ
କୁମ୍ଭ
ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣକରି ଅନୁତାପ କରିବେ । ଶତଭିଷା ନକ୍ଷତ୍ରର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ଆକସ୍ମିକ ଭାବରେ ଧାରକରଜ କରିବାକୁ ପଡ଼ିପାରେ।
ମୀନମୀନ
କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଉତ୍ତରଭାଦ୍ରପଦ ନକ୍ଷତ୍ର ପ୍ରକୃତ ଘଟଣାକୁ ନ ବୁଝି କାମ କଲେ ଅସୁବିଧାରେ ପଡ଼ିବେ। ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ଆଜିର ତରବରିଆ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

ରାଶିଫଳ: ସୋମବାର , ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ…

ରାଶିଫଳ: ରବିବାର, ଜୁଲାଇ ୫ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁମାନଙ୍କ ପରାମର୍ଶକ୍ରମେ ଦୂରଯାତ୍ରା କରିବାକୁ ମନ ବଳାଇବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ିମୋଟର, ଯାନ୍ତ୍ରିକ ଜିନିଷ କ୍ରୟ କରିପାରନ୍ତି। ଟଙ୍କା ପଇସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri