ମାଧୁରୀଙ୍କ ସହ ସମ୍ପର୍କକୁ ଗୁଜବ ବୋଲି କହିଥିଲେ ସଞ୍ଜୁବାବା, ହେଲେ ଏହି କାରଣରୁ ମାଗିଥିଲେ କ୍ଷମା

ବମ୍ବେ: ନବେ ଦଶକରେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍‌’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କେବଳ ଯେ ବଡ଼ ପରଦା ତାହା ନୁହେଁ ଅସଲ ଜୀବନରେ ମଧ୍ୟ ଉଭୟ ବେଶ ନିକଟତର ହୋଇଥିବା କୁହାଯାଉଥିଲା। ହେଲେ ଉଭୟଙ୍କୁ ପଚରାଯିବାରେ କେହି କିଛି ଉତ୍ତର ଦେଉ ନ ଥିଲେ। ଦୀର୍ଘ ଦିନ ଧରି ଏଭଳି ଚାଲିଥିଲା। ଏକ ସାକ୍ଷାତକାରରେ କିନ୍ତୁ ସଞ୍ଜୁ ବାବା ମନକଥା କହିଥିଲେ। ଉଭୟଙ୍କ ମଧ୍ୟରେ ସେଭଳି କିଛି ଚାଲିନାହିଁ, ଏହା କେବଳ ଏକ ଗୁଜବ ବୋଲି କହିଥିଲେ।

ଏକ ଘଟଣାକୁ ନେଇ ମାଧୁରୀ ଅଡ଼ୁଆରେ ପଡ଼ିଥିଲେ। ୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୁବାବାଙ୍କ ନାମ ଆସିବା ପରେ ମାଧୁରୀ ସନ୍ଦେହ ଘେରକୁ ଆସିଥିଲେ। ଘଟଣା ଯୋଗୁ ଉଭୟଙ୍କ ସମ୍ପର୍କରେ ଧିରେଧିରେ ଫାଟ ସୃଷ୍ଟି ହୋଇଥିଲା। କାରଣ ସାର୍ବଜନିକ ଯାଞ୍ଚରେ ମାଧୁରୀଙ୍କ ନାମ ରହିଥିଲା। ଏଣୁ ‘ସାଜନ’ ଫିଲ୍ମ ଶୁଟିଂ ବେଳେ ସଞ୍ଜୟ ମାଧୁରୀଙ୍କୁ କ୍ଷମା ମାଗିଥିଲେ। ଏହାକୁ ଗ୍ରହଣ କରିଥିଲେ ମାଧୁରୀ। ଏହାପରେ ଉଭୟ ଅଭିଷେକ ବର୍ମନଙ୍କ ମଲ୍ଟିଷ୍ଟାର ଫିଲ୍‌ ‘କଲଙ୍କ’ରେ ନଜର ଆସିଥିଲେ। ୨୦୧୯ରେ ଫିଲ୍ମ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri