ମାଧୁରୀଙ୍କ ସହ ସମ୍ପର୍କକୁ ଗୁଜବ ବୋଲି କହିଥିଲେ ସଞ୍ଜୁବାବା, ହେଲେ ଏହି କାରଣରୁ ମାଗିଥିଲେ କ୍ଷମା

ବମ୍ବେ: ନବେ ଦଶକରେ ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍‌’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କେବଳ ଯେ ବଡ଼ ପରଦା ତାହା ନୁହେଁ ଅସଲ ଜୀବନରେ ମଧ୍ୟ ଉଭୟ ବେଶ ନିକଟତର ହୋଇଥିବା କୁହାଯାଉଥିଲା। ହେଲେ ଉଭୟଙ୍କୁ ପଚରାଯିବାରେ କେହି କିଛି ଉତ୍ତର ଦେଉ ନ ଥିଲେ। ଦୀର୍ଘ ଦିନ ଧରି ଏଭଳି ଚାଲିଥିଲା। ଏକ ସାକ୍ଷାତକାରରେ କିନ୍ତୁ ସଞ୍ଜୁ ବାବା ମନକଥା କହିଥିଲେ। ଉଭୟଙ୍କ ମଧ୍ୟରେ ସେଭଳି କିଛି ଚାଲିନାହିଁ, ଏହା କେବଳ ଏକ ଗୁଜବ ବୋଲି କହିଥିଲେ।

ଏକ ଘଟଣାକୁ ନେଇ ମାଧୁରୀ ଅଡ଼ୁଆରେ ପଡ଼ିଥିଲେ। ୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୁବାବାଙ୍କ ନାମ ଆସିବା ପରେ ମାଧୁରୀ ସନ୍ଦେହ ଘେରକୁ ଆସିଥିଲେ। ଘଟଣା ଯୋଗୁ ଉଭୟଙ୍କ ସମ୍ପର୍କରେ ଧିରେଧିରେ ଫାଟ ସୃଷ୍ଟି ହୋଇଥିଲା। କାରଣ ସାର୍ବଜନିକ ଯାଞ୍ଚରେ ମାଧୁରୀଙ୍କ ନାମ ରହିଥିଲା। ଏଣୁ ‘ସାଜନ’ ଫିଲ୍ମ ଶୁଟିଂ ବେଳେ ସଞ୍ଜୟ ମାଧୁରୀଙ୍କୁ କ୍ଷମା ମାଗିଥିଲେ। ଏହାକୁ ଗ୍ରହଣ କରିଥିଲେ ମାଧୁରୀ। ଏହାପରେ ଉଭୟ ଅଭିଷେକ ବର୍ମନଙ୍କ ମଲ୍ଟିଷ୍ଟାର ଫିଲ୍‌ ‘କଲଙ୍କ’ରେ ନଜର ଆସିଥିଲେ। ୨୦୧୯ରେ ଫିଲ୍ମ ରିଲିଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri