Posted inଜାତୀୟ

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚିରାଗ: କହିଲେ ଦଳ ମା’ ପରି…

ପାଟନା,୧୫।୬: କରୋନା ସଂକ୍ରମଣ ପରେ ଏବେ ବିହାର ରାଜନୀତି ପୁରା ସରଗରମ ରହିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହାପରେ ତାଙ୍କ ସମର୍ଥକମାନେ ପାଟନା ସ୍ଥିତ ଏଲ୍‌ଜେପି କାର୍ଯ୍ୟାଳୟରେ ହଙ୍ଗାମା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ବୈଠକ ପୂର୍ବରୁ ଚିରାଗ କକା ପଶୁପତି ପାରସଙ୍କ ନାଁରେ ଏକ ଭାବପ୍ରବଣ ଟୁଇଟ କରିଥିଲେ। ଯେଉଁଥିରେ ଚିରାଗ ଲେଖିଛନ୍ତି, ବାପା ରାମବିଳାସ ପାସଓ୍ବାନ ଗଢ଼ିଥିବା ଏହି ଦଳ ଓ ପରିବାରକୁ ଏକାଠି ରଖିବାର ଉଦ୍ୟମରେ ସେ ବିଫଳ ହୋଇଛନ୍ତି। ଦଳ ମା’ ପରି ଆଉ ମା’ ସହ ବେଇମାନି କରିବା ଉଚିତ୍‌ ନୁହେଁ। ଗଣତନ୍ତ୍ରରେ ଜନତା ସର୍ବୋପରି। ତେବେ ଦଳ ଉପରେ ନିଜର ଆସ୍ଥା ରଖିଥିବା ଲୋକଙ୍କୁ ଚିରାଗ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଏକ ଚିଠି ଶେୟାର କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍‌ ବିଜୟ ସିଂ...

ଅହମ୍ମଦାବାଦରୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୨୩।୯: ଗୁଜରାଟ ପୋଲିସଙ୍କୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଗୁଜରାଟର ଏଟିଏସ୍‌ ଓ ଅହମ୍ମଦାବାଦର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦଦୀ ଅବଦ୍ଦୁଲ...

ଅପରେଶନ୍‌ ଅଲ୍‌ଆଉଟ୍‌: ବାରପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ସୋପୋରରେ ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି।...

ଭୁପେଶ-ରମଣ ଟୁଇଟର ଯୁଦ୍ଧ…

ରାୟପୁର, ୨୩।୭ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଜାରି ରହିଛି। ପୂର୍ବରୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କଲେ ବିବିଏମ୍‌ପି ସଦସ୍ୟ

ବେଙ୍ଗାଲୁରୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେବି ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଲକ୍ଷ ଲକ୍ଷ ଲୋକ...

ମାନବିକ ସଙ୍କଟ ଆଶଙ୍କା

ନୂଆଦିଲ୍ଲୀ,୨ା୯: ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ପ୍ରକାଶିତ ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଯୋଗ୍ୟ ଦର୍ଶାଯାଇ ବାଦ୍‌ ଦିଆଯାଇଛି। ବେଆଇନ...

ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ରିହାତି ଏବେ ହେବନି ଲାଗୁ

ନୂଆଦିଲ୍ଲୀ,୧୪।୧୨: ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ରେଳ ବିଭାଗ ଏହି...

ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା

ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ...

Advertisement
Archives

Model This Week