ସଲମାନ୍‌ଙ୍କ ପାଇଁ ସ୍କୁଲରେ ଦଣ୍ଡ ଭୋଗିଥିଲେ ବାପା ସଲିମ: ଜାଣନ୍ତୁ କାହିଁକି….

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ବାପା ତଥା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସ୍କ୍ରିପ୍ଟ ରାଇଟର ସଲିମ ଖାନ୍‌ ଇତିମଧ୍ୟରେ ୮୫ ବର୍ଷର ହୋଇଯାଇଛନ୍ତି। ୨୪ ନଭେମ୍ବର, ୧୯୩୫ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ସଲିମଙ୍କର ଆଜି ହେଉଛି ଜନ୍ମଦିନ। ୧୯୬୪ ମସିହାରେ ସେ ମହାରାଷ୍ଟ୍ରର ବ୍ରାହ୍ମଣ ଝିଅ ସୁଶୀଲା ଚରକଙ୍କୁ ବିବାହ କରିଥିଲେ। ବିବାହ ପରେ ସୁଶିଲା ନିଜ ନାମ ପରିବର୍ତ୍ତନକରି ସଲମା ରଖିଥିଲେ। ତେବେ ସଲିମଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ଏକ ରୋଚକ କଥା ଜାଣିବା।
ସଲିମଙ୍କ ବଡ଼ ପୁଅ ସଲମାନ ପିଲାଦିନେ ବହୁତ ଦୁଃଷ୍ଟ ଥିଲେ। ତେଣୁ ସେ ସବୁବେଳେ ମାଡ଼ ଖାଉଥିଲେ। ଯେତେବେଳେ ସଲମାନ୍‌ ୪ର୍ଥ ଶ୍ରେଣୀରେ ପଢ଼ୁଥିଲେ ଏକଦା ଶିକ୍ଷକ ତାଙ୍କୁ ଶ୍ରେଣୀ ଗୃହ ବାହାରେ ଛିଡ଼ା କରାଇ ଦେଇଥିଲେ। ଏହି ସମୟରେ ସଲିମ ସ୍କୁଲ ନିକଟରେ ଥିବାବେଳେ ପୁଅ ଶ୍ରେଣୀଗୃହ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ପୁଅ ପୁଣିଥରେ ବଦ୍‌ମାସ୍‌ କରିଥିବା ସେ ଭାବିଥିଲେ। ପୁଅ ନିକଟକୁ ଯାଇ କାହିଁକି ବାହାରେ ଛିଡା ହୋଇଛୁ ବୋଲି ପ୍ରଶ୍ନ କରିଥିଲେ। ସଲମାନ ନିଜେ ମଧ୍ୟ ଏହାର କାରଣ ଜାଣି ନ ଥିବା ବାପାଙ୍କୁ ଜଣାଇଥିଲେ। ପରେ ସଲିମ ପ୍ରିନ୍ସପାଲଙ୍କୁ ପଚାରିବାରୁ ସ୍କୁଲ ଫି ଠିକ୍‌ ସମୟରେ ଦେଇ ନ ଥିବାରୁ ଏପରି ଦଣ୍ଡ ଦିଆଯାଇଥିବା ସେ କହିଥିଲେ। ଏହି ଶୁଣିବା ପରେ ସଲିମ କହିଥିଲେ ଯେ, ଫିସ୍‌ ନ ଦେବା ପୁଅର ନୁହେଁ, ବରଂ ମୋର ଭୁଲ। ତେଣୁ ସଲମାନ୍‌ଙ୍କୁ ସ୍କୁଲରେ ବସିବାକୁ ଦିଆଯାଉ। ତାଙ୍କ ସ୍ଥାନରେ ମତେ ଦଣ୍ଡ ଦିଆଯାଉ ବୋଲି ସଲିମ କହିଥିଲେ। ପରେ ସଲିମ୍‌ ମଧ୍ୟାହ୍ନ ଭୋଜନ ସମୟରୁ ସ୍କୁଲ ବନ୍ଦ ହେବା ପର୍ଯ୍ୟନ୍ତ ସ୍କୁଲର ପତାକା ପୋଷ୍ଟ ନିକଟରେ ଛିଡା ହୋଇଥିଲେ। ଏ କଥା କପିଲି ଶର୍ମାଙ୍କ ଶୋ’‘କମେଡି ନାଇଟ୍‌ସ ଓ୍ବିଥ୍‌ କପିଲ’ରେ ସଲମାନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri