୧୦ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ମହାରାଣୀଙ୍କ ମର ଶରିର

ଲଣ୍ଡନ,୯ ।୯: ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଇନ ଲାଗିବା ଆରମ୍ଭ ହୋଇଯାଇଛି । ଲୋକେ ତାଙ୍କ ପରଲୋକ ଖବର ଶୁଣି ଭାବୁକ ହୋଇଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଗୋଟିଏ କଥା କେବେ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର ଅର୍ଥାତ୍ କେବେ ତାଙ୍କୁ କବର ଦିଆଯିବ । ତା’ହେଲେ ଲୋକେ ତାଙ୍କୁ ଅନ୍ତିମ ବିଦାୟ ଦେଇପାରିବେ । ଗତବର୍ଷ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଯାହା ସୂଚନା ରହିଛି ଏଲିଜାବେଥଙ୍କ ମର ଶରିର ୧୦ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିବ ।
୨୦୨୧ରେ ଏକ ଆମେରିକୀୟ ନ୍ୟୁଜ ୱେବ ସାଇଟରେ ଆସିଥିବା ରିପୋର୍ଟରେ ମହାରାଣୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କିତ କିଛି ତଥା ମିଳିଥିଲା । ଏହି ରିପୋର୍ଟ ‘ଅପରେଶନ ଲଣ୍ଡନ ବ୍ରିଜ’ ସହ ଜଡିତ । ଯାହା ମହାରାଣୀଙ୍କ ମୃତ୍ୟୁ ପରେ କେମିତି ହେବ ଅନ୍ତିମ ସଂସ୍କାର ତାକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ, ମହାରାଣୀ ଏଲିଜାବେଥ ୨ୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପୁରା ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ତାଙ୍କର ମର ଶରିରକୁ ସଂସଦରେ ୩ ଦିନ ରଖାଯିବ । ତାଙ୍କ ଅନ୍ତିମ ସଂସ୍କାର ବା ତାଙ୍କୁ କବର ଦେବା ପୂର୍ବରୁ ତାଙ୍କର ଉତ୍ତରାଧିକାର ପୁଅ ପ୍ରିନ୍ସ ଚାର୍ଲସ ପୁରା ଦେଶ ଯାତ୍ରା କରିବେ । ଏଥିରେ ୟୁକେ ଭିତରେ ଆସୁଥିବା ସମସ୍ତ ଦେଶ ସାମିଲ ରହିଛି ।
ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମହାରାଣୀ ଏଲିଜାବେଥ ୨ୟଙ୍କ ମର ଶରିରକୁ ପ୍ରିନ୍ସ ଫିଲିପଙ୍କ ନିକଟରେ କବର ଦିଆଯିବ । ଗତ ବର୍ଷ ଆସିଥିବା ଏହି ରିପୋର୍ଟ ଅନୁଯାୟୀ, ମହାରାଣୀଙ୍କ ଅନ୍ତିମ ସଂସ୍କାର ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏହିଦିନ ସମ୍ପୁର୍ଣ୍ଣ ଦେଶ ଛୁଟି ରହିବ । ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, କମ୍ପାନୀ, କାର୍ଯ୍ୟାଳୟ ବନ୍ଦ ରହିବ । ମାହାରାଣୀ ଏଲିଜାବେଥ ୨ୟଙ୍କ ମୃତ୍ୟୁ ଦିବସକୁ ‘ଡି-ଡେ’ ଭାବେ ପାଳନ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ମହାରାଣୀଙ୍କ ମର ଶରିରକୁ ୧୦ ଦିନ ପରେ କବର ଦିଆଯିବ । ଏବେ ପର୍ଯ୍ୟନ୍ତ ଏହି ସୂଚିରେ କୌଣସି ପରିବର୍ତ୍ତନ ହୋଇଛି କି ନା ତା’ର ସୂଚନା ମିଳି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ରାମଦେବଙ୍କୁ ଝଟ୍‌କା ଦେଲା ନେପାଳ

କାଠମାଣ୍ଠୁ,୯।୬: ନେପାଳ ସରକାର ଦେଶରେ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କିଟ୍‌ର ବିତରଣ ଉପରେ ରୋକ ଲଗାଇଛନ୍ତି। ଯୋଗ ଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଉପହାର...

ମେକ୍ସିକୋ ବାରରେ ଫାୟରିଂ, ୧୦ ମୃତ

ମେକ୍ସିକୋ ସିଟି,୨୩ ।୯: ମେକ୍ସିକୋର ଏକ ବାରରେ ଜଣେ ଅଜ୍ଞାତ ବନ୍ଧୁକ ଧାରୀ ଆଖିବୁଜା ଗୁଳିଚାଳନା କରିବାରୁ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

ଥରିଲା ତାଇଓ୍ବାନ

ତାଇପେଇ,୧୭ା୯: ଶନିବାର ଦକ୍ଷିଣ ପୂର୍ବ ତାଇଓ୍ବାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି।...

୮ ବର୍ଷ ଧରି ଡୋନେତସ୍କ୍‌-ଲୁହାଂସ୍କରେ ଅଶାନ୍ତି ଜାରି, ୧୪ ହଜାରରୁ ଅଧିକ ଜୀବନ ଗଲାଣି…

ମସ୍କୋ/କ୍ୱିଭ୍‌, ୨୨।୨ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରାତି ୧୧ଟାରେ ପୁଟିନ୍‌ ରୁଷିଆ ସମର୍ଥିତ...

ଫିଲିପାଇନ୍ସକୁ ଫେରିଲା ମାର୍କୋସ ଶାସନ

ମାନିଲା, ୧୧ା୫: ଫିଲିପାଇନ୍ସକୁ ପୁଣି ଫେରିଛି ମାର୍କୋସ୍‌ ଶାସନ। ଏକଚ୍ଛତ୍ରବାଦୀ ଶାସକ ସ୍ବର୍ଗତଃ ଫର୍ଡିନାଣ୍ଡ ଇମାନ୍ବେଲ ଇଡ୍ରାଲିନ୍‌ ମାର୍କୋସ୍‌ଙ୍କ ପୁଅ ଫଡିର୍ନାଣ୍ଡ ମାର୍କୋସ୍‌ ଜୁନିୟର ଦେଶର...

ଗ୍ରୀନ୍‌ କାର୍ଡ ପ୍ରକ୍ରିୟାରେ ବିଳମ୍ବ ହଟାଇବାକୁ ଚାହୁଁଛନ୍ତି ବାଇଡେନ: ଉପକୃତ ହେବେ ଲକ୍ଷାଧିକ ଭାରତୀୟ

ଓ୍ବାଶିଂଟନ,୯ା୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୀନ୍‌କାର୍ଡରେ ବିଳମ୍ବ ପ୍ରକ୍ରିୟାକୁ ହଟାଇବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଆମେରିକାରେ ଏଚ୍‌-୧ବି (H-1B)ଭିଜା ଉପରେ କାର୍ଯ୍ୟ କରୁଥିବା...

ନଷ୍ଟ ହେବ ଲକ୍ଷେ ଗ୍ରୀନ୍‌ କାର୍ଡ

ଓ୍ବାଶିଂଟନ, ୭।୮: ଆଗାମୀ ଦୁଇ ମାସ ମଧ୍ୟରେ ପ୍ରାୟ ଲକ୍ଷେ ନିଯୁକ୍ତିଭିତ୍ତିକ ଗ୍ରୀନ୍‌ କାର୍ଡ ନଷ୍ଟ ହେବାକୁ ଯାଉଛି, ଯାହା ସେଠାରେ ଥିବା ଭାରତୀୟ ପେସାଦାରମାନଙ୍କୁ...

ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ...

Advertisement
Archives

Model This Week