Posted inଖେଳ

ପ୍ରଣୟ ନମ୍ବର ଓ୍ବାନ୍‌

କୁଆଲାଲାମ୍ପୁର, ୯ା୯ (ପି.ଟି) : ଭାରତୀୟ ଷ୍ଟାର ସଟଲର ଏଚ୍‌ ଏସ୍‌ ପ୍ରଣୟ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଣୟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ର଼୍ୟାଙ୍କିଙ୍ଗରେ ପଦୋନ୍ନତିକୁ ନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘି(ବାଇ) ସଭାପତି ହିମନ୍ତ ବିଶ୍ୱ ଶର୍ମା ଶୁଭେଚ୍ଛା ଜଣାଇଛନ୍ତି। ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁରର ଏହା ୫ମ ସଂସ୍କରଣ ହୋଇଥିବା ବେଳେ ଜାନୁୟାରୀ ୧୧ରୁ ଡିସେମ୍ବର ୧୮ ଯାଏଁ ଟୁର୍ନାମେଣ୍ଟ ଗୁଡିକ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ସେପ୍ଟେମ୍ବର ୬ ତାରିଖରେ ବିଡବ୍ଲ୍ୟୁଏଫ୍‌ ପକ୍ଷରୁ ଏହାର ର଼୍ୟାଙ୍କିଙ୍ଗ ତାଲିକାକୁ ଅପଡେଟ୍‌ କରାଯାଇଥିବା ବେଳେ ପ୍ରଣୟଙ୍କୁ ଏକ ନମ୍ବର ସ୍ଥାନ ମିଳିଥିଲା। ଜାନୁୟାରୀରେ ପ୍ରଣୟ ଇଣ୍ଡିଆନ୍‌ ଓପନ ଓ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ୨୦୨୨ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ମାର୍ଚ୍ଚ ମାସରେ ଜର୍ମାନ ଓପନ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଅଲ ଇଂଲଣ୍ଡ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ତେବେ ଏହାର କିଛି ଦିନ ମଧ୍ୟରେ ସ୍ବିସ୍‌ ଓପନ ରନର୍ସ ଅପ୍‌ ହୋଇଥିଲେ। ଏପ୍ରିଲ ମାସରେ କୋରିଆ ଓପନ ଓ ଥାଇଲାଣ୍ଡ ଓପନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଜୁନ୍‌ ମାସରେ ଇଣ୍ଡୋନେସିଆ ଓପନ ଓ ମାଲେସିଆ ଓପନରେ ଯଥାକ୍ରମେ ସେମି ଓ କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିଲେ। ଜୁଲାଇ ମାସରେ ମଧ୍ୟ ମାଲେସିଆ ମାଷ୍ଟର୍ସ ସେମି ଓ ସିଙ୍ଗାପୁର ଓପନ କ୍ୱାର୍ଟର ଫାଇନାଲରେ ସେ ପ୍ରବେଶ କରଥିଲେ। ଅଗଷ୍ଟ ମାସରେ ମଧ୍ୟ ସେ ଜାପାନ ଓପନରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସହିତ ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: କ୍ୱାର୍ଟର ଫାଇନାଲରେ ସିନ୍ଧୁ

ଟୋକିଓ,୩୦।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି। ୫ ବର୍ଷ ତଳେ ରିଓ...

ବିଶ୍ୱ ଟାଇଟଲ ବଜାୟ ରଖିଲେ ଗୁର୍ଜାର

ଦୁବାଇ, ୧୧ା୧୧ (ପି.ଟି.)-ଭାରତର ସୁନ୍ଦର ସିଂ ଗୁର୍ଜାର ପୁରୁଷ ଏଫ୍‌୪୬ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ବିଶ୍ୱ ପାରା ଆଥଲେଟିକ୍ସ ଟାଇଟଲ ବଜାୟ ରଖିଛନ୍ତି। ଏଥିସହିତ ସେ...

ସେହ୍ବାଗ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ...

ଧାର୍ମିକ ବିଶ୍ୱାସ ଲାଗି ଏହି କ୍ରିକେଟର୍‌ମାନେ ଜର୍ସିରେ ଲଗାଇ ନ ଥାନ୍ତି ମଦ କମ୍ପାନୀର ଲୋଗୋ

ନୂଆଦିଲ୍ଲୀ, ୯।୭- କ୍ରିକେଟର୍‌ମାନେ ସାଧାରଣତଃ ଜନପ୍ରତିନିଧିଙ୍କ ପରି। ଏପରିକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେମାନେ ରୋଲ୍‌ ମଡେଲ ପାଲଟିଥାନ୍ତି। ଏହି କ୍ରିକେଟର୍‌ମାନେ ବିଭିନ୍ନ...

ପରିବାର ଚଳାଇବା ପାଇଁ ଘରେ ମଦ ତିଆରିକରି ବିକ୍ରି କରୁଛନ୍ତି ସ୍ବର୍ଣ୍ଣ ପଦକ ବିଜେତା ଏହି ଖେଳାଳି

ଯେତେବେଳେ କେହି ଜଣେ ସ୍ବର୍ଣ୍ଣ ପଦକ ଜିତିଥାନ୍ତି, ତାଙ୍କ ପରିବାର ସହ ପଡୋଶୀ ମଧ୍ୟ ବହୁତ ଖୁସି ହୋଇଥାନ୍ତି। ସେମିତି ଜଣେ ହେଲେ ଝାରଖଣ୍ଡର ଭିମଲା...

କିଏ ହେବ ଭାରତୀୟ ଟିମ୍‌ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦...

ଆଇପିଏଲ୍‌ ପୂର୍ବରୁ ଇଞ୍ଜେକ୍ସନ ନେବେ ଷ୍ଟୋକ୍ସ

ଲଣ୍ଡନ, ୨୯ା୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ଭାରତ ଯିବା ପୂର୍ବରୁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କୁ ଏକ ଇଞ୍ଜେକ୍ସନ...

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଅଭୁଲା ଦିନ, ଜାଣନ୍ତୁ କାହିଁକି

ଆଜିର ଦିନ ଭାରତୀୟ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। ବିଶେଷ କରି ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କ ପାଇଁ ଆଜିର ଦିନ ଏକ...

Advertisement
Archives

Model This Week