ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…

ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲେ ହେଁ ଗୋଟିଏରେ ବି ସେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି। କ୍ୟାମେରା ସମ୍ମୁଖରେ ଏଭଳି ଦୃଶ୍ୟ ନ ଦେବାକୁ ନେଇ ତାଙ୍କୁ ଅନେକ ଥର ପ୍ରଶ୍ନ କରାଯାଇଛି। ସେଭଳି ଏକ ହେଲା ଓପରୋ ଓ୍ବିନ୍‌ଫ୍ରେଙ୍କ ଶୋ’ରେ।

୨୦୦୯ରେ ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀ ଅଭିଷେକ ବଚ୍ଚନଙ୍କ ସହ ଶୋ’ରେ ପହଞ୍ଚିଥିଲେ ଐଶ୍‌। ସାକ୍ଷାତକାରରେ ତାଙ୍କୁ କର୍ମଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରାଯାଇଥିଲା। ଏଥିରୁ କିଛିର ମଜାଦାର ଉତ୍ତର ଦେଇଥିଲେ ଅଭିଷେକ। ବିନ୍‌ଫ୍ରେ ଐଶ୍‌ଙ୍କୁ ବଲିଉଡ୍‌ର ଉଲ୍ଲେଖନୀୟ କ୍ୟାରିୟର ସତ୍ତ୍ୱେ କିସିଂ ସିନ୍‌ କାହିଁକି କରିନାହାନ୍ତି ବୋଲି ପଚାରିଥିଲେ। ଜବାବରେ ଐଶ୍‌ଙ୍କ ଗାଲରେ ଚୁମ୍ବନ ଦେଇ ଅଭିଷେକ ଚମକାଇ ଦେଇଥିଲେ। ସେ କହିଥିଲେ, ଏଭଳି ଦୃଶ୍ୟ ପାଶ୍ଚାତ୍ୟ ଫିଲ୍ମରେ ସାଧାରଣ ଭାବେ ଦେଖିବାକୁ ମିଳେ। ଭାରତରେ କିନ୍ତୁ ଏଭଳି ନ ଥାଏ। ଫିଲ୍ମରେ ପୁଅ-ଝିଅ ପରସ୍ପରକୁ ଭେଟନ୍ତି। ସେମାନେ ପ୍ରେମରେ ପଡ଼ନ୍ତି। ପରେ ସେମାନେ ପ୍ରେମ ନିବେଦନ କରିବାକୁ ଯାଇ ଚୁମ୍ବନ ଦେଇଥାନ୍ତି। ଭାରତରେ ପ୍ରେମ ପାଇଁ ଏକ ଗୀତ ଥାଏ। ଏଥିରେ ସବୁ କିଛି ଯୋଡ଼ି ହୋଇଥାଏ। ଭାରତୀୟ ଫିଲ୍ମକୁ ଦେଖିଲେ ଦର୍ଶକଙ୍କୁ ଏସବୁକୁ ଦେଖାଇବାର ଆବଶ୍ୟକତା ନ ଥାଏ ବୋଲି ଅଭିଷେକ କହିଥିଲେ।

କହିରଖୁଛୁ, ଫିଲ୍ମ ‘ଗୁରୁ’ର ଶୁଟିସେଟ୍‌ରୁ ଆରମ୍ଭ ହୋଇଥିଲା ଐଶ୍‌-ଅଭିଷେକଙ୍କ ଲଭ୍‌ଷ୍ଟୋରୀ। ଏହାପୂର୍ବରୁ ଏକାଧିକ ନାୟକଙ୍କ ସହ ସୁନ୍ଦରୀଙ୍କ ନାମ ଯୋଡ଼ା ହୋଇସାରିଥିଲା। ହେଲେ ୨୦୦୭ ଏପ୍ରିଲ ୨୦ରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଏକ ଝିଅ ଆରାଧ୍ୟା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri