Posted inଖେଳ

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ପ୍ରଶଂସକଙ୍କୁ ଜବାବ୍‌ ଦେଇଥିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୧: ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସବୁବେଳେ ଶକ୍ତ ପ୍ରତିଯୋଗିତା ହୋଇଥାଏ। ଏହି ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। କାରଣ ଭାରତ-ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳ ପ୍ରେମିମାନେ ଉପସ୍ଥିତ ହୋଇଥାନ୍ତି। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥାଏ। କିନ୍ତୁ ପଡ଼ିଆ ବାହାରେ ସେମାନଙ୍କ ଗଭୀର ବନ୍ଧୁତ୍ୱ ରହିଥାଏ। ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି, ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ବହୁତ ଟେନସନ ହୋଇଥିଲା, କିନ୍ତୁ ସେମାନଙ୍କ ବନ୍ଧୁତା ବାହାରେ ପ୍ରଭାବିତ ହୋଇନଥିଲା ।

୧୯୯୭ରେ ଯେତେବେଳେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଇନ୍‌ଜାମାମ-ଉଲ-ହକଙ୍କ ମଧ୍ୟରେ ଏକ ଗଭୀର ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ ୧୯୯୭ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଏକ ମ୍ୟାଚକୁ ମନେ ପକାଇ କହିଥିଲେ, ଇଞ୍ଜାମାମ୍‌ଙ୍କ ବିପକ୍ଷରେ ପଡ଼ିଆରେ ‘ଆଲୁ … ଆଲୁ’ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ଇନଜାମ ନିଜ କ୍ରୋଧକୁ ସମ୍ଭାଳି ନେଇଥିଲେ। କିନ୍ତୁ ଦର୍ଶକଙ୍କ ମଧ୍ୟରୁ ଜଣେ ପ୍ରଶଂସକ ଅଜହରଙ୍କ ପତ୍ନୀଙ୍କ ଉପରେ କିଛି ଦୁର୍ବ୍ୟବହାର କରିଥିଲେ, ଯାହାକୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସହି ପାରି ନ ଥିଲେ ଏବଂ ରାଗିଯାଇଥିଲା।
ୱାକର କହିଛନ୍ତି, ଭାରତ ଏବଂ ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ପଡ଼ିଆ ବାହାରେ ବହୁତ ଭଲ ସମ୍ପର୍କ ରହିଛି। ଯେତେବେଳେ ଜଣେ ପ୍ରଶଂସକ ଭାରତୀୟ କ୍ରିକେଟରଙ୍କ ପରିବାର ଉପରେ ରାଗିଯାଇଥିଲେ, ସେତେବେଳେ ପାକିସ୍ତାନୀ କ୍ରିକେଟର ପ୍ରଶଂସକଙ୍କ ସାମ୍ନା କରିଥିଲେ। ଆହୁରି ମଧ୍ୟ ସେ କହିଛନ୍ତି, ଆମେ ପଡ଼ିଆରେ ଯୁଦ୍ଧ କରୁ, କିନ୍ତୁ ଯେତେବେଳେ ସାଙ୍ଗମାନଙ୍କ କଥା ଆସେ, ଆମେ ପରସ୍ପର ଚିନ୍ତା କରୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଫେସର ବଶିଷ୍ଠଙ୍କ ‘ରୋଡ୍‌ ଟୁ ଟୋକିଓ ୨୦୨୦’ କ୍ୟାଲେଣ୍ଡର

ଭୁବନେଶ୍ୱର, ୨୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ୨୦୧୯ ମସିହା ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ନବବର୍ଷ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଆଇସିସି ନିୟମ ଉଲ୍ଲଂଘନ କରିଛନ୍ତି ଅମ୍ପାୟର ଯତୀନ

ଦୁବାଇ,୨୩।୫(ପି.ଟି.): ଭଟିଣ୍ଡାର ଜଣେ ଅମ୍ପାୟର ଯତୀନ କାଶ୍ୟପଙ୍କ ବିରୋଧରେ ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଛନ୍ତି। ୨୦୨୨ରେ କେତୋଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଉପରେ ତଦନ୍ତ ବେଳେ...

ପ୍ରକାଶ ପାଇଲା ଆଇସିସି ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ୍‌

ଦୁବାଇ, ୭ା୧୨: ଆଇସିସିର ଦିନିକିଆ ଖେଳାଳି ର଼୍ୟାଙ୍କିଙ୍ଗ ତାଲିକା ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଯଥାକ୍ରମେ...

ବିରାଟ କୋହଲି କରୋନା ପଜିଟିଭ୍‌

ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି।...

କବାଡି ଟୁର୍ନାମେଣ୍ଟ: ରାଉରକେଲା, ଝାରସୁଗୁଡ଼ା ବିଜୟୀ

ସୁନ୍ଦରଗଡ଼,୧୪।୧: ସୁନ୍ଦରଗଡ଼ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ଆନ୍ତଃଜିଲା କବାଡି ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି, ଭାରପ୍ରାପ୍ତ ପୌରନିର୍ବାହୀ...

ଆଇପିଏଲ୍‌ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…

କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ...

ଚାରିବର୍ଷ ପରେ ଟପ୍ସରେ ସାନିଆ ସାମିଲ

ନୂଆଦିଲ୍ଲୀ, ୮।୪(ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍ସ)ରେ ସାମିଲ ହୋଇଛନ୍ତି। ୪ ବର୍ଷ ବ୍ୟବଧାନରେ...

ଆର୍ଜେଣ୍ଟିନା ବିପକ୍ଷରେ ଭଲ ଖେଳିଲେ ଆତ୍ମବିଶ୍ୱାସ ବୃଦ୍ଧି ହେବ: ରାଣୀ ରାମପାଲ

ନୂଆଦିଲ୍ଲୀ,୨।୧(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଆର୍ଜେଣ୍ଟିନା ବିପକ୍ଷ ସିରିଜରେ ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କଲେ ଆତ୍ମବିଶ୍ୱାସରେ ବୃଦ୍ଧି ହେବ ବୋଲି...

Advertisement
Archives

Model This Week