ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ କାନାଡ଼ା ଯାଇଥିଲେ। କେବଳ ଚିରାଗ ନୁହନ୍ତି ଭାରତରୁ ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଯାଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନେକେ ବିଭିନ୍ନ ଦେଶରେ ମରଣାନ୍ତକ ଆକ୍ରମଣର ଶିକାର ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୧୮ରୁ ଏଯାବତ ବିଦେଶରେ ୪୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ରଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ସବୁଠୁ ବେଶି ୯୧ ଜଣଙ୍କର କାନାଡ଼ାରେ ମୃତ୍ୟୁ ହୋଇଛି। ଆମେରିକା ତୁଳନାରେ କମ୍‌ ଛାତ୍ର କାନାଡ଼ାରେ ପଢୁଛନ୍ତି। ବିଶ୍ୱ ବ୍ୟାଙ୍କ ତଥ୍ୟ ମୁତାବକ, ଏବେ ବିଦେଶରେ ରହୁଥିବା ପାଖାପାଖି ୧୩.୨ ଲକ୍ଷ ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସବୁଠୁ ଅଧିକ (୪.୬ ଲକ୍ଷ) ଆମେରିକାରେ ଥିବାବେଳେ କାନାଡ଼ାରେ ରହିଛନ୍ତି ୨.୨୫ ଲକ୍ଷ। ହେଲେ ବେଶି ଛାତ୍ରଙ୍କ ମୃତ୍ୟୁ ଘଟୁଛି କାନାଡ଼ାରେ ଓ ଅଧିକ ଭାରତୀୟ ଛାତ୍ରୀଛାତ୍ର ସେଠାରେ ଆକ୍ରମଣର ଶିକାର ହେଉଛନ୍ତି। ଚିନ୍ତାର ବିଷୟ ହେଉଛି, ବିଗତ ୫ ବର୍ଷ ମଧ୍ୟରେ ଆମେରିକାରେ ୩୬ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରୁ ଏଯାବତ ୧୦ ଜଣ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ ଘଟିସାରିଲାଣି। କେବଳ ଏତିକି ନୁହେଁ ବିଦେଶରେ ପଢୁଥିବା ଭାରତୀୟ ଛାତ୍ରୀଛାତ୍ରମାନେ ମଧ୍ୟ ଅନେକ ଦେଶରେ ବର୍ଣ୍ଣ ବିଦ୍ୱେଷର ସମ୍ମୁଖୀନ ହେଉଥିବା ଖବର ପ୍ରକାଶ ପାଉଛି।
ଆମେରିକା, କାନାଡ଼ା ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, କାତାର ସମେତ ୩୪ଟି ଦେଶରେ ଭାରତୀୟ ଛାତ୍ରୀଛାତ୍ର ବିଭିନ୍ନ ବିଶ୍ୱବିଦ୍ୟାଳୟ କିମ୍ବା ଗବେଷଣା ସଂସ୍ଥାଗୁଡ଼ିକରେ ଶିକ୍ଷା ଲାଭ କରୁଛନ୍ତି। ବିଶ୍ୱର ସବୁ ଦେଶ ତୁଳନାରେ ଅଧିକ ଭାରତୀୟ ଛାତ୍ରୀଛାତ୍ର ବିଦେଶରେ ପଢ଼ିବାକୁ ପସନ୍ଦ କରୁଛନ୍ତି। ଭାରତୀୟ ଛାତ୍ରୀଛାତ୍ର ବିଦେଶକୁ ଯିବା ପଛରେ କାରଣ ମଧ୍ୟ ସୁସ୍ପଷ୍ଟ। ଭାରତରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କିମ୍ବା ଗବେଷଣା ସଂସ୍ଥାର ଅଭାବ ରହିଥିବା ଯୋଗୁ ଭାରତୀୟ ପରିବାରଗୁଡ଼ିକ ସେମାନଙ୍କ ପିଲାମାନଙ୍କୁ ବିଦେଶ ପଠାଇବାକୁ ବାଧ୍ୟ ହେଉଛନ୍ତି। ଉଲ୍ଲେଖନୀୟ ଯେ, ବିଶ୍ୱରେ ଶୀର୍ଷ ୧୦୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ଗୋଟିଏ ମଧ୍ୟ ନାହିଁ। ଏଥିରୁ ବୁଝିବାକୁ ହେବ ଯେ,ଭାରତରେ ଉଚ୍ଚଶିକ୍ଷାର ଅଭାବ ପୂରଣ କରିବା ପାଇଁ କାହାରି ଇଚ୍ଛା ଥିବା ଭଳି ମନେ ହେଉନାହିଁ। ଆମ ଦେଶରେ ଅତୀତର କାଳ୍ପନିକ ଧର୍ମ ସମ୍ପର୍କରେ ପାଠ ପଢ଼ାଯାଉଥିବାବେଳେ ସମଗ୍ର ବିଶ୍ୱରେ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ ବିଷୟରେ ପାଠ ପଢ଼ି ପିଲାମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୋଟିଏ ପଟେ ଉଚ୍ଚଶିକ୍ଷାର ଅଭାବ ଭାରତର ଭବିଷ୍ୟତ ପିଢ଼ିକୁ ପଛରେ ପକାଇ ଦେଉଥିବାବେଳେ ଅନ୍ୟପଟେ ଏହି ଦେଶର ଯୁବପିଢ଼ିର ମାନସିକତାରେ ପରିବର୍ତ୍ତନ ଆସିପାରୁନାହିଁ। ବିଦେଶ ଯାଇଥିବା ଭାରତୀୟ ଛାତ୍ରମାନଙ୍କର ଆଚରଣ ଓ ବ୍ୟବହାର ଯୋଗୁ ସେମାନେ ସାମାଜିକ ସ୍ତରରେ ସେଠାରେ ମିଶିବା ପରିବର୍ତ୍ତେ ଅଲଗା ହୋଇ ରହିଯାଉଛନ୍ତି। ଏହି ଚରିତ୍ର ଯୋଗୁ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହେଉଛି। ସେଥିପାଇଁ ବିଦେଶ ଯାଉଥିବା ଭାରତୀୟମାନଙ୍କୁ ନିଜର ସାମାଜିକ ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବା ଦରକାର। ଇଂଲିଶରେ ଏକ ଢଗ ଅଛି ‘ହ୍ବେନ୍‌ ଇନ୍‌ ରୋମ୍‌, ଡୁ ଆଜ୍‌ ଦି ରୋମାନ୍ସ ଡୁ’। ଏହାର ଅର୍ଥ ହେଲା ଯିଏ ଯେଉଁ ସ୍ଥାନକୁ ଯିବ ସେଠାରେ ପରମ୍ପରା ଓ ରୀତିନୀତି ସହିତ ମିଶିଯିବା ଅତ୍ୟନ୍ତ ଆବଶ୍ୟକ। ଭାରତୀୟମାନେ ନିଜ ଦେଶରେ ନିଜର ଚରିତ୍ର ପରିବର୍ତ୍ତନ କରିପାରିଲେ ବିଦେଶରେ ସୁରକ୍ଷିତ ରହିପାରିବେ। ନଚେତ ସବୁବେଳେ ଆକ୍ରମଣର ଶିକାର ହୋଇଚାଲିଥିବେ।

ବିଦେଶ ଯାଇଥିବା ଭାରତୀୟ ଛାତ୍ରମାନଙ୍କର ଆଚରଣ ଓ ବ୍ୟବହାର ଯୋଗୁ ସେମାନେ ସାମାଜିକ ସ୍ତରରେ ସେଠାରେ ମିଶିବା ପରିବର୍ତ୍ତେ ଅଲଗା ହୋଇ ରହିଯାଉଛନ୍ତି। ଏହି ଚରିତ୍ର ଯୋଗୁ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହେଉଛି। ସେଥିପାଇଁ ବିଦେଶ ଯାଉଥିବା ଭାରତୀୟମାନଙ୍କୁ ନିଜର ସାମାଜିକ ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ଅଣାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?