ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପାଇଁ ପ୍ରତ୍ୟେକ ଜିଲାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଚଳାଇବାକୁ ଗୁରୁତ୍ୱ ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଏହି ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ କୁଟିର ବା ଅଣୁ ଓ କ୍ଷୁଦ୍ରଶିଳ୍ପ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଯ୍ୟକ୍ରମ ସଫଳ ଭାବେ ରୂପାୟନ ହେଉନି। ଅନାଦେୟ ଋଣ ଗ୍ରହୀତାଙ୍କ ସଂଖ୍ୟା ବଢ଼ୁଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆଗ୍ରହୀ ଯୁବବର୍ଗ ନିରାଶ ହେଉଛନ୍ତି।

ପଟ୍ଟାମୁଣ୍ଡାଇ ବ୍ଲକ ପୋଖରିଆପଡ଼ା ଗ୍ରାମର ପବିତ୍ର ବେହେରା କହିଛନ୍ତି, ଥଣ୍ଡା ପାନୀୟର ଚାହିଦା ଅଛି। ଏଥିପାଇଁ ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ବ୍ୟାଙ୍କରୁ ଋଣ ଆଣିବା ପାଇଁ ବାରମ୍ବାର ଯାଇଛି। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପାଇଁ ସମ୍ପତ୍ତି ବନ୍ଧକ ଉପରେ ଗୁରୁତ୍ୱ ଦେଇଛନ୍ତି। ବନ୍ଧକ ପାଇଁ ପର୍ଯ୍ୟାପ୍ତ ସମ୍ପତ୍ତି ନାହିଁ। ବାଧ୍ୟହୋଇ ଏହି କ୍ଷୁଦ୍ର ଶିଳ୍ପରୁ ଓହରି ଆସିବାକୁ ପଡ଼ିଲା। ଏ ନେଇ ପାଇଥିବା ତାଲିମ ବେକାର ହୋଇଗଲା। ସମ୍ପତ୍ତି ବନ୍ଧକ ପିଏମ୍‌ଇଜିପି ପାଇଁ ବାଧକ ସାଜିଛି। ଏହି ବ୍ଲକ କଷଣଅଣ୍ଟା ଗ୍ରାମର ରୀତାରାଣୀ ବେହେରା କହିଛନ୍ତି, ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ମସଲା ଶିଳ୍ପ ପାଇଁ ତାଲିମ ନେଇଛନ୍ତି। ୨୦୧୮ରେ ଏହି ପ୍ରକଳ୍ପ ପାଇଁ ୮ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲେ। ତେବେ ଏକ ରାଷ୍ଟ୍ରୀୟ ବ୍ୟାଙ୍କ ୨୦୧୯ରେ ମାତ୍ର ୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲେ। ୨୦୨୦-୨୧ ମସିହାରେ କୋଭିଡ୍‌ ସଂକ୍ରମଣ ପାଇଁ ମସଲା ବିକ୍ରିରେ ଅସୁବିଧା ହୋଇଛି। ଏବେ ଏହାର ସ୍ଥିତି ସୁଧୁରିବାକୁ ବସିଥିବା ବେଳେ ଋଣ ଅର୍ଥ ଫେରସ୍ତ ଚିନ୍ତାର କାରଣ ହୋଇଛି। ଏକକାଳୀନ ୮ ଲକ୍ଷ ଟଙ୍କା ମିଳିଥିଲେ, ଏହି ଶିଳ୍ପରେ ଅନୂ୍ୟନ ୧୦ ଜଣ ନିଯୁକ୍ତି ପାଇଥାନ୍ତେ। ଜଣେ ରାଷ୍ଟ୍ରୀୟ ବ୍ୟାଙ୍କ ପରିଚାଳକ କହିଛନ୍ତି, ଋଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ଚାପ ହେଉଛି। ଋଣ ପ୍ରଦାନ ପରେ ଅସୁଲ କରାଯାଇ ପାରୁ ନ ଥିବାରୁ ଅନାଦେୟ ଋଣ (ଏନ୍‌ପିଏ) ହିତାଧିକାରୀଙ୍କ ସଂଖ୍ୟା ବଢ଼ିଯାଉଛି। ମୁଦ୍ରା ଯୋଜନାରେ ଜିଲାର ବହୁ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ତେବେ ଏହାର ଗ୍ରହୀତା ଋଣ ନେଇ ଜିଲା ବାହାରକୁ ପଳାଇଛନ୍ତି। ସେମାନଙ୍କଠାରୁ ଋଣ ଆଦାୟ କରିବା କଷ୍ଟକର ହୋଇଛି। ସେହିପରି ପିଏମ୍‌ଇଜିପିରେ ବହୁ ଆଶାୟୀ ଋଣ ପ୍ରଦାନ ପାଇଁ ଚାପ ପକାଉଛନ୍ତି। ତେବେ ସମ୍ପତ୍ତି ବନ୍ଧକ ଦେବାକୁ ପଛଘୁଞ୍ଚା ଦେଉଥିବାରୁ ସମ୍ପୃକ୍ତ ଗ୍ରହୀତା ଋଣ ଶୁଝିବା ନେଇ ଅନିଶ୍ଚିତତାରେ ବ୍ୟାଙ୍କ କର୍ତ୍ତୃପକ୍ଷ ରହିବା ସ୍ବାଭାବିକ କଥା। ସାମାଜିକ କର୍ମୀ ଅନନ୍ତ କୁମାର ଦାଶ କହିଛନ୍ତି, ଜିଲାରେ ଶିଳ୍ପ ଉଦ୍ୟୋଗ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଚାପ ନାହିଁ। ବହୁ ଶିକ୍ଷିତ ଓ ତାଲିମପ୍ରାପ୍ତ ଶିଳ୍ପ ଉଦ୍ୟୋଗ ଆଶାୟୀ ବାରମ୍ବାର ଜିଲା ଶିଳ୍ପକେନ୍ଦ୍ର ମାଧ୍ୟମରେ ଏଥିପାଇଁ ଚେଷ୍ଟା କରୁଥିଲେ ମଧ୍ୟ ନିରାଶ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ପ୍ରତିବର୍ଷ ୨ ଥର ସମୀକ୍ଷା ବୈଠକ ହେଉଛି। ସମୀକ୍ଷା ବୈଠକ କେବଳ କାଗଜପତ୍ରରେ ସୀମିତ ରହିଯାଉଛି। ନିୟମ ଅନୁଯାୟୀ, ବ୍ୟାଙ୍କ ଜମାର ୬୦ ପ୍ରତିଶତ ଋଣ ଦେବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ଅବଶିଷ୍ଟ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନହାର ୨୦ ପ୍ରତିଶତ ରହୁନାହିଁ। ସିଙ୍ଗଲ ୱିଣ୍ଡୋରେ ଶିଳ୍ପ ଉଦ୍ୟୋଗୀଙ୍କୁ ଋଣ ବ୍ୟବସ୍ଥା ହେଲେ ଜିଲାର ବିକାଶ ହୋଇପାରିବ। ଏହିପରି ବିଭିନ୍ନ ସମସ୍ୟା ପାଇଁ ଯୁବବର୍ଗ ପରିବାରର ଭରଣପୋଷଣ ପାଇଁ ପ୍ରବାସରେ କର୍ମନିଯୁକ୍ତି ଖୋଜୁଛନ୍ତି। ଏ ସମ୍ପର୍କରେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ବିଧୁଭୂଷଣ ମହାପାତ୍ର କହିଛନ୍ତି, ନିର୍ବାଚନ ଆସିଲେ ଶାସକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିଳ୍ପକଥା ମନେପଡ଼େ। ଯୁବବର୍ଗ ଜିଲାରେ ଶିଳ୍ପ ନ ଥିବାରୁ ବାହାର ସ୍ଥାନରେ ଦାଦନ ଶ୍ରମିକ ଭାବେ ନିର୍ଯାତିତ ହେଉଛନ୍ତି। ଜିଲା ଭାଜପା ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ କହିଛନ୍ତି, ବିଜେଡି ରାଜ୍ୟରେ ୨୫ ବର୍ଷ ଧରି ଶାସନ କରୁଛି। କେନ୍ଦ୍ରାପଡ଼ା ଜିଲାକୁ ବିଜୁବାବୁଙ୍କ ରାଜନୈତିକ କର୍ମଭୂମି ଦର୍ଶାଉଥିଲେ ମଧ୍ୟ ଛୁଞ୍ଚତ୍ ଶିଳ୍ପଟିଏ ବସାଇବା ପାଇଁ ପ୍ରୋତ୍ସାହନ ନାହିଁ। ମହାକାଳପଡ଼ାଠାରେ ଶିଳ୍ପ ପ୍ରତିଶ୍ରୁତି ଏବେ ପ୍ରତାରଣା ବୋଲି ଜିଲାବାସୀ ବୁଝି ସାରିଲେଣି। ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ କହିଛନ୍ତ, ମହାକାଳପଡ଼ାରେ ବୃହତ୍‌ ଶିଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହିତ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ଏମ୍‌ଓୟୁ ହୋଇଛି। ଏଥିସହ ଯୁବବର୍ଗଙ୍କୁ ତାଲିମ ପାଇଁ ଅନୁଷ୍ଠାନଗୁଡ଼ିକ ପ୍ରତିଷ୍ଠା ହୋଇଛି। ଅଣୁ ଓ କ୍ଷୁଦ୍ର ଶିଳ୍ପରେ ଜିଲାର ବହୁ ଯୁବକ ରାଜ୍ୟ ସରକାରଙ୍କ ଦ୍ୱାରା ଉପକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?