ବାହାର ରାଜ୍ୟରୁ ଆସିଲେ ହୋମ୍‌ ଆଇସୋଲେଶନ ବାଧ୍ୟତାମୂଳକ

ମାଲକାନଗିରି,୨୪।୩(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ମାଲକାନଗିରି ଜିଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ହୋମ୍‌ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲାପାଳ ଡଃ.ଓ୍ବାଇ. ବିଜୟ ଏନେଇ ଏକ ଗାଇଡ୍‌ଲାଇନ ପ୍ରସ୍ତୁତି କରିଛନ୍ତି। ଜିଲାରେ ବଡ଼ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ବଡ଼ଯାତ୍ରା ସମୟରେ ଜିଲାକୁ ବାହାର ରାଜ୍ୟରୁ ଅନେକ ଭକ୍ତ ଆସିବାର ସମ୍ଭାବନା ରହିଛି। ତେବେ ଅନ୍ୟ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯେକୌଣସି ବ୍ୟକ୍ତି ଯଦି ବାହାର ରାଜ୍ୟରୁ ମାଲକାନଗିରି ଆସୁଛନ୍ତି। ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ହୋମ୍‌ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ବଡ଼ ଯାତ୍ରା ପାଳନ ସମୟରେ କୋଭିଡ୍‌ ସଂକ୍ରମଣକୁ ଆଶଙ୍କା କରି ଏଥି ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଆଜି ରାତି ୯ଟାରୁ ଆସନ୍ତା ୩୧ ତାରିଖ ମଧ୍ୟ ରାତିି ପର୍ଯ୍ୟନ୍ତ ରାତ୍ର କାଳୀନ କର୍ଫ୍ୟୁ ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା

ଚିତ୍ରକୋଣ୍ଡା,୨୫।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ଦର୍ଶାଇ ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ଗ୍ରାମ ନିକଟବର୍ତ୍ତୀ ଖଜୁରିଗୁଡ଼ା ଜଙ୍ଗଲର...

ଖଇରପୁଟ ବିଡିଓଙ୍କ ବଦଳି ନେଇ ତାତିଲେ ଲୋକ ପ୍ରତିନିଧି: ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ମାଲକାନଗିର/ଖଇରପୁଟ, ୧୮ା୧୨(ଡି.,ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାାଳୟକୁ ବୁଧବାର ବହୁ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ଘେରାଉ କରି ବିଡିଓ ବିଶ୍ୱଜିତ ବର୍ମନଙ୍କ ବଦଳି ଦାବି...

ଚାଷୀଙ୍କୁ ବିହନ ନ ବାଣ୍ଟି ନଷ୍ଟ ହେଉଛି

ଖଇରପୁଟ,୧୧ା୮(ଡି.ଏନ୍‌.ଏ.):ମାଲକାନଗିରି ଜିଲାର କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ୫୮ଟି ଗ୍ରାମରେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ସମ୍ପଦାୟର...

ଅବକାରୀ ବିଭାଗକୁ ବଡ ସଫଳତା: ୭ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି,୫।୧୦(ଡି.ଏନ.ଏ): ମାଲକାନଗିରି ଜିଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ରବିବାର ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ...

ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ...

ମାଲକାନଗିରି, ନବରଙ୍ଗପୁର ଜିଲା କରୋନା ମୁକ୍ତ: ୨୮ଜିଲାରେ ୯୯୦ ସକ୍ରିୟ ରୋଗୀ

ଭୁବନେଶ୍ୱର,୮।୬(ବ୍ୟୁରୋ)-କରୋନା କବଳରେ ସାରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ମାତ୍ରାରେ ବଢ଼ିବାରେ ଲାଗିଛି, ସୁସ୍ଥ ରୋଗୀଙ୍କ...

ଅବହେଳିତ ଅବସ୍ଥାରେ ମିନି ଷ୍ଟାଡିୟମ

ଚିତ୍ରକୋଣ୍ଡା,୧।୧୨(ଡି.ଏନ.ଏ.):  କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ସେଠାରେ ବିଭିନ୍ନ...

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇଲେ ସବୁବର୍ଗ

ମାଲକାନଗିରି,୩୦ା୫(ଡି.ଏନ୍‌.ଏ.)-କରୋନା ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଶନିବାର ସମସ୍ତ ଓଡ଼ିଶାବାସୀ ସନ୍ଧ୍ୟା ସାଢେ ୫ଟାରେ...

Advertisement


Archives

Model This Week