ଏକଦା ମହେଶ ଭଟ୍ଟଙ୍କ ଘରକୁ ପଶି ରାଗରେ ନିଆଁବାଣ ହୋଇଯାଇଥିଲେ ଅନୁପମ ଖେର; ଧୋକାବାଜ କହି…

ବମ୍ବେ: ବଲିଉଡ୍‌କୁ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ହେଲେ ସର୍ବଦା ସିନେମାଠାରୁ ଅଧିକ ତାଙ୍କ ବିବାଦକୁ ନେଇ ଚର୍ଚ୍ଚା ହୋଇଥାଏ। ସେଭଳି ଏକ ବିବାଦ ଅଭିନେତା ଅନୁପମ ଖେରଙ୍କ ସହ ତାଙ୍କର ହୋଇଥିଲା।

୧୯୮୪ରେ ରିଲିଜ ହୋଇଥିଲା ମହେଶଙ୍କ ଫିଲ୍ମ ‘ସାରାଂଶ’। ଏହାକୁ ବେଶ ପସନ୍ଦ କରାଯାଇଥିଲା। ବିଶେଷକରି ଅନୁପମଙ୍କ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଅନୁପମଙ୍କୁ ଫିଲ୍ମରୁ ବାହାର କରିବା ପାଇଁ ଚାହୁଁଥିଲେ ମହେଶ। ନିଜେ ଏକ ସାକ୍ଷାତକାରରେ ବିବାଦ ଉପରୁ ପରଦା ଉଠାଇଥିଲେ ଅନୁପମ।

ମହେଶଙ୍କୁ ଭେଟି କାମ ଦେବା ଲାଗି କହିଥିଲେ ଅନୁପମ। ଏଥିରେ ସେ ଷ୍ଟେଜ୍‌ରେ ତୁମେ ଭଲ ପ୍ରଦର୍ଶନ ଦିଅ ବୋଲି ଜାଣିଥିବା କହିଥିଲେ। ଏହା ଶୁଣି ନା, ଆପଣ ଭୁଲ ଶୁଣିଛନ୍ତି। ଷ୍ଟେଜ୍‌ରେ ମୁ ବହୁତ ଭଲ କାମ କରିଥାଏ ବୋଲି ଅଭିନେତା କହିଥିଲେ। ଏଭଳି ଜବାବ ଶୁଣି ମହେଶ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ଦେଇଥିଲେ।

କିଛି ଦିନ ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଯାଉଥିଲା। ଏହି ସମୟରେ ଫିଲ୍ମରେ ଅନୁପମ ଯେଉଁ ଚରିତ୍ରରେ ଅଭିନୟ କରିଥାନ୍ତେ, ସେଥିପାଇଁ ଅନ୍ୟଜଣେଙ୍କୁ ଠିକ୍‌ କରାଯାଇଥିବା ଖବର ମିଳିଥିଲା। ତାଙ୍କ ଚରିତ୍ର ସଞ୍ଜୀବ କୁମାରଙ୍କୁ ଦିଆଯାଇଥିଲା। ଏହା ଜାଣି ଅନୁପମ ଚକିତ ହେବା ସହ ବହୁତ ରାଗି ଯାଇଥିଲେ। ଏ ସହର ମୋ ପାଇଁ ନୁହେଁ ବୋଲି ଭାବିଥିଲେ। ଏପରିକି ନିଜର ଜିନିଷପତ୍ର ସଜାଡ଼ି ବମ୍ବେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଅନୁପମ।

ଯିବେ ଯେ, ହେଲେ ତା ପୂର୍ବରୁ ମହେଶଙ୍କ କଡ଼ା ଜବାବ ଦେବେ ବୋଲି ଅଭିନେତା ଚିନ୍ତା କରିଥିଲେ। ଏଥିପାଇଁ ସେ ମହେଶଙ୍କ ଘରକୁ ଯାଇଥିଲେ। ତାଙ୍କ ଘରର ଏଲିଭେଟର କାମ କରୁ ନ ଥିଲା। ଶେଷରେ ସେ ଶିଡି ଚଢ଼ି ଉପରକୁ ଯାଇଥିଲେ। କବାଟ ବାଡାଇଥିଲେ। କବାଟ ଖୋଲିବା ପରେ ମହେଶ କହିଥିଲେ, ଭଲ ହେଲା ତୁମେ ଆସିଲ। ସଞ୍ଜୀବ କୁମାର ଫିଲ୍ମ କରିବେ। ତୁମେ ଦ୍ୱିତୀୟ ଭାଗ କରିବ। ତୁମକୁ ପ୍ରଯୋଜକଙ୍କ ଏହି କଥାକୁ ବୁଝିବାକୁ ହେବ। ଚରିତ୍ରଟି ବଡ଼ ନ ହେଲେ ବି ପ୍ରଶଂସିତ ହେବ।

ରାଗରେ ଥିବା ଅନୁପମ କିନ୍ତୁ ଶାନ୍ତ ପଡ଼ି ନ ଥିଲେ। ସେ କହିଥିଲେ, ରୁହନ୍ତୁ। ଝରକା ପାଖକୁ ଯାଆନ୍ତୁ, ତଳେ ମୋର ଭଡ଼ାଗାଡ଼ି ଛିଡ଼ା ହୋଇଛି। ସେଥିରେ ମୋ ଜିନିଷପତ୍ର ରହିଛି। ମୁଁ ବମ୍ବେ ଛାଡ଼ି ଚାଲିଯାଉଛି। ହେଲେ ଯିବା ପୂର୍ବରୁ କହିବାକୁ ଆସିଛି ଯେ ପୃଥିବୀର ବଡ଼ ମିଛ କହୁଥିବା ବ୍ୟକ୍ତି ସହ ବିଶ୍ୱାସଘାତକ,ଧୋକାବାଜ ଆପଣ। ଆପଣ ‘ସଚ୍‌’ ଫିଲ୍ମ କରୁଛନ୍ତି ହେଲେ ସତ୍ୟତା ଆପଣଙ୍କ ଭିତରେ ନାହିଁ। ଏହା କହୁ କହୁ ଅନୁପମ କାନ୍ଦି ପକାଇଥିଲେ।

ଗାଳି କରି ଗାଡ଼ି ପାଖକୁ ଯିବା ବେଳେ ମହେଶ ତାଙ୍କୁ ପୁଣିଥରେ ଘରକୁ ଡ଼ାକିଥିଲେ। ଅନୁପମ ଫେରିବା ପରେ ମହେଶ ପ୍ରଯୋଜକଙ୍କୁ ଫୋନ କରି ଉକ୍ତ ଚରିତ୍ର ସଞ୍ଜିବ ନୁହେଁ ବରଂ ଅଭିନେତା କରିବେ ବୋଲି କହିଥିଲେ। ଏହି ଭୂମିକା ଅନ୍ୟ କେହି ଭଲ ଭାବେ ତୁଲାଇପାରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଶେଷରେ ତାହାହିଁ ହୋଇଥିଲା।

ଆଜି ମହେଶଙ୍କ ଜନ୍ମଦିନ ହୋଇଥିବା ବେଳେ ପ୍ରଶଂସକମାନେ ବିବାଦକୁ ପଛରେ ପକାଇ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri