ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ କେବଳ ମସ୍ତିଷ୍କକୁ କ’ଣ ଶରୀରର କୌଣସି ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ମାତ୍ର ୩୦୦-୪୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ତିନିଗୋଟି ସ୍ତରର ଗୋଟିଏ ଛୋଟିଆ ରକ୍ତ ସଞ୍ଚାଳନ ପମ୍ପ ରୂପେ କମ୍ପନ କରୁଥିବା ହୃଦ୍‌ଯନ୍ତ୍ରଟି ଗର୍ଭ ସଞ୍ଚାରଣର ମାତ୍ର ୪-୫ ସପ୍ତାହରୁ ନିରବଚ୍ଛିନ ଭାବେ ମଣିଷ ବଞ୍ଚିଥିବା ଯାଏ କାର୍ଯ୍ୟ କରୁଥାଏ। ପ୍ରକାରାନ୍ତେ ହୃଦ୍‌ଯନ୍ତ୍ର ବନ୍ଦ ହେଲେ ଲୋକଟି ମୃତ୍ୟୁମୁଖରେ ପଡ଼ିଥାଏ ଏବଂ ମୃତ୍ୟୁ ହେଲେ ହୃଦ୍‌ଯନ୍ତ୍ରଟି ବନ୍ଦ ହୋଇଯାଏ। ମାତ୍ର ୧୨ ସେମି ଲମ୍ବ, ୮.୫ ସେମି ଓସାର ଓ ୬ ସେମି ମୋଟା ବିଶିଷ୍ଟ ହୃଦ୍‌ଯନ୍ତ୍ର ପ୍ରତି ମିନିଟ୍‌ରେ ହାରାହାରି ୭୨ ଥର (୬୦-୮୦), ପ୍ରତି ଘଣ୍ଟାରେ ୪୩୨୦ ଥର, ଗୋଟିଏ ଦିନରେ ଲକ୍ଷେ ଚାରିହଜାର ଥର ସ୍ପନ୍ଦିତ (ସଙ୍କୁଚିତ ଓ ପ୍ରସାରିତ) ହୋଇଥାଏ। ଏହାଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ ହୋଇଥାଏ। ଗୋଟିଏ ହୃଦ୍‌ଯନ୍ତ୍ର କାର୍ଯ୍ୟ ଅର୍ଥାତ୍‌ ପ୍ରତ୍ୟେକ ସ୍ପନ୍ଦନ ପାଇଁ ଏହା ୦.୮ ସେକେଣ୍ଡ ନେଇଥାଏ ଓ ସଙ୍କୋଚନ ପାଇଁ ଯେତିକି ସମୟ ନିଏ, ପ୍ରସାରଣ ପାଇଁ ତା’ଠାରୁ ଅଢ଼େଇ ଗୁଣ ସମୟ ନେଇଥାଏ। ଅର୍ଥାତ୍‌, ହୃଦଯନ୍ତ୍ର ଯେତିକି ସମୟ ସଙ୍କୁଚିତ ହୁଏ ତା’ ତୁଳନାରେ ଅଢ଼େଇରୁ ୩ ଗୁଣ ପ୍ରସାରିତ ହୋଇଥାଏ। ତେଣୁ ଏହା ଉପରେ କାର୍ଯ୍ୟଭାର କିଛି ମାତ୍ରାରେ କମ୍‌ ହୋଇଥାଏ। ସାଧାରଣତଃ ହୃଦ୍‌ଯନ୍ତ୍ରର ତିନିଗୋଟି ଆବରଣ ମଧ୍ୟରୁ ମାଂସପେଶୀୟ ଆବରଣ ବା ମାୟୋକାର୍ଡିୟମ୍‌ ଏହି କାର୍ଯ୍ୟ କରିଥାଏ।
ହୃଦ୍‌ଯନ୍ତ୍ରର ସଙ୍କୋଚନ ସମୟରେ ହେଉଥିବା ବଳ ଦ୍ୱାରା ରକ୍ତ ସଞ୍ଚାରଣ ହୋଇଥାଏ ଏବଂ ଏହା ଧମନୀରେ ରକ୍ତଚାପ ସୃଷ୍ଟି କରିଥାଏ, ଯାହା ସାଧାରଣତଃ ୧୨୦ ମିମି ପାରଦର ଚାପ ସହ ସମାନ। ସେହିପରି ଡାଇଷ୍ଟୋଲ୍‌ ସମୟରେ ରକ୍ତଚାପ ସାଧାରଣତଃ ୮୦ ମିମି ପାରଦ ହୋଇଥାଏ। ଏହି ସମୟରେ ପଲସ୍‌ ପ୍ରେସର (ନାଡି ଚାପ) ଏହି ଦୁଇ ଚାପର ତଫାତ୍‌ ଅର୍ଥାତ୍‌ ୪୦ ମିମି ପାରଦ ହୋଇଥାଏ। ରକ୍ତଚାପ ବୃଦ୍ଧି ହେଲେ ଏହା ମଧ୍ୟ ଅସୁବିଧା ହୋଇଥାଏ। ମାତ୍ର ଉଚ୍ଚ ରକ୍ତଚାପ ଏକ ବହୁଳ ପରିଲକ୍ଷିତ ଓ ପ୍ରାୟତଃ କାରଣ ଜଣା ନ ପଡ଼ିବା ଏକ ରୋଗ। ମେଦବହୁଳତା, ଶାରୀରିକ ପରିଶ୍ରମର ଅଭାବ, ଆପେକ୍ଷିକ ଲବଣ, ଧୂମପାନ, ମାନସିକ ଚାପ, ବିଷାଦ ଓ ଆହୁରି ଅନେକ କାରଣରୁ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଉଚ୍ଚ ରକ୍ତଚାପ ଥରେ ଜଣାପଡ଼ିଲେ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ସେବନ ଓ ଡାକ୍ତରୀ ପରାମର୍ଶର ଆବଶ୍ୟକ ପଡ଼ିଥାଏ।
ଏତଦ୍‌ବ୍ୟତୀତ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଯାହାକୁ ‘ଆକ୍ୟୁଟ୍‌ ମାଇକୋକାର୍ଡିଆଲ ଇସ୍‌କେମିଆ କୁହାଯାଏ, ତାହା ହୃଦ୍‌ଯନ୍ତ୍ରର ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହେବା ଦ୍ୱାରା ହୋଇଥାଏ। ହୃଦ୍‌ଯନ୍ତ୍ରରୁ ମାଂସପେଶୀକୁ ରକ୍ତ ଯୋଗାଉଥିବା ଦୁଇଟି ମୁଖ୍ୟ ଧମନୀ ଓ ଏହାର ଶାଖା ଏହିପରି ପାଞ୍ଚଗୋଟି ଧମନୀରୁ ଏକ ବା ଏକାଧିକ ଅବରୋଧ (blockage) ସୃଷ୍ଟି ହେଲେ ହୃଦ୍‌ଘାତ ହୋଇଥାଏ। ଏହା ବାମ ମୁଖ୍ୟ କରୋନାରି ଧମନୀରେ ଅଧିକ ପରିଲକ୍ଷିତ ହୋଇଥାଏ।
ହୃଦ୍‌ଯନ୍ତ୍ରକୁ ରକ୍ତ ସଞ୍ଚାରଣ କରାଉଥିବା ଧମନୀଗୁଡ଼ିକୁ କରୋନାରି ଧମନୀ କୁହାଯାଇଥାଏ। କାରଣ ଏହା ହୃଦ୍‌ଯନ୍ତ୍ରର ମୁକୁଟ ପରି ପ୍ରତୀୟମାନ ହୁଅନ୍ତି। ଧମନୀରେ କୋଲେଷ୍ଟରଲ, ଆଖେରୋମା ଇତ୍ୟାଦି ଜମି ରକ୍ତ ସଞ୍ଚାଳନର ବାଟ ବନ୍ଦ କରିଥାଏ। ଏଥିପାଇଁ ସ୍ଥଳବିଶେଷରେ ଷ୍ଟେଣ୍ଟ, ବାଇପାସ୍‌ ସର୍ଜରି ଇତ୍ୟାଦି କରାଯାଇଥାଏ। ରକ୍ତ ଜମାଟ ଓ ଚର୍ବିଜାତୀୟ ଉପାଦାନ ହ୍ରାସ ପାଇଁ ଔଷଧ ଦିଆଯାଇଥାଏ। ଏବେ ବିନା ଅପରେଶନରେ ମଧ୍ୟ କେତେକ ହାର୍ଟ ବ୍ଲକେଜର ଚିକିତ୍ସା କରାଯାଇପାରୁଛି।
ଆମ ଶରୀରରେ ରକ୍ତ ସଞ୍ଚାଳନ ଏହିପରି ହୋଇଥାଏ। ପ୍ରଥମେ ଶରୀରର ସମସ୍ତ ଅଙ୍ଗ ଓ ଅଂଶରୁ ଦୂଷିତ ରକ୍ତ ସଂଗ୍ରହ ହୋଇ ଊର୍ଦ୍ଧ୍ୱ ଓ ଅଧ ଭେନା(vena) କାଭା(cava) ଦ୍ୱାରା ଦକ୍ଷିଣ ଅଳିନ୍ଦକୁ ଆସି ଦକ୍ଷିଣ ନିଳୟ ଦେଇ ଅଙ୍ଗାରକାମ୍ଳରହିତ ଓ ଅମ୍ଳଜାନଯୁକ୍ତ ହୋଇ ପରିଷ୍କାର ରକ୍ତ ହେବା ପାଇଁ ଫୁସ୍‌ଫୁସ୍‌କୁ ଯାଏ। ସେଠାରୁ ଏହା ଫୁସ୍‌ଫୁସ୍‌ ଶିରା ଦେଇ ବାମଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଧମନୀ ଦ୍ୱାରା ଶରୀରର ସମସ୍ତ ଅଙ୍ଗକୁ ଯାଇଥାଏ। ଏହି ପ୍ରକ୍ରିୟା ନିରନ୍ତର ଚାଲିଥାଏ। ସାଧାରଣତଃ ହୃତ୍‌ପିଣ୍ଡର ଚାରିଗୋଟି କୋଠରି ମଧ୍ୟରୁ କେବଳ ଗୋଟିଏ ପଟ ଉପର କୋଠରିରୁ ତଳ କୋଠରିକୁ ବାଟ ଥାଏ। ବାମରୁ ଦକ୍ଷିଣ କିମ୍ବା ଦକ୍ଷିଣରୁ ବାମକୁ ବାଟ ନ ଥାଏ। ଏହା ସେପ୍ଟମ ଦ୍ୱାରା ବନ୍ଦ ହୋଇଥାଏ।
ବହୁତ ସମୟରେ ଏପରି ହୋଇଥାଏ ଯେ ଆମେ କେବଳ ରୋଗ ପାଇଁ ଔଷଧ ଖାଇଥାଉ। ମାତ୍ର ରୋଗ କାହିଁକି ହେଉଛି, କିପରି ନ ହେବ ସେଥିପାଇଁ ଚିନ୍ତା କରି ନ ଥାଉ। ହୃଦ୍‌ରୋଗ ଜନ୍ମ ସମୟର ଅପରିପକ୍ୱ ଗଠନ ଯୋଗୁ ଶିଶୁମାନଙ୍କଠାରେ ହୋଇଥାଏ। ମାତ୍ର ଏହା ଏବେ ଅପରେଶନ ଦ୍ୱାରା ସଜଡ଼ାଯାଇପାରୁଛି। ଅନେକ ସ୍ଥାନରେ ତାହା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ସେହିପରି ଗଳା ସଂକ୍ରମଣ ଓ ଗଣ୍ଠି ସଂକ୍ରମଣ ପରବର୍ତ୍ତୀ ସମୟରେ ହାର୍ଟର କପାଟିକା(ଭାଲ୍‌ଭ)ଗୁଡ଼ିକ ନଷ୍ଟ ହୋଇ ଆର୍‌ଏଚ୍‌ଡି ବା କପାଟିକାଜନିତ ରୋଗ ହୋଇଥାଏ। ଏହାର ଚିକିତ୍ସା ଦୀର୍ଘଦିନ ଧରି ଔଷଧ ଦ୍ୱାରା ହୋଇଥାଏ ଓ ସ୍ଥଳବିଶେଷରେ ଅପରେଶନ କରାଯାଏ।
ସବୁଠାରୁ ଅଧିକ ସଂଖ୍ୟାରେ ହେଉଥିବା ହୃଦ୍‌ରୋଗ ହେଲା ହାର୍ଟ ଆଟାକ୍‌, ଯାହା କରୋନାରି ଧମନୀରେ ରକ୍ତ ସଞ୍ଚାଳନରେ ବାଧା ଯୋଗୁ ହୋଇଥାଏ। ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଓ ଫଳପ୍ରଦ ଚିକିତ୍ସା କରାଯାଇପାରୁଛି। ପୁରୁଷମାନଙ୍କ କ୍ଷେତ୍ରରେ ହୃଦ୍‌ଘାତର ଲକ୍ଷଣ ମୁଖ୍ୟତଃ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ବାନ୍ତି ଲାଗିବା, ବଦହଜମି ଲାଗିବା, କାନ୍ଧରେ କଷ୍ଟ ଲାଗିବା ପରି ହୋଇଥାଏ। ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଅନେକ ସମୟରେ କୌଣସି ଛାତିରେ ଯନ୍ତ୍ରଣା ହୋଇ ନ ଥାଏ। ତେବେ ଆମ୍ଭେମାନେ ଚାହିଁଲେ ହୃଦ୍‌ରୋଗକୁ କମାଇପାରିବା ଏବଂ ହୃଦ୍‌ରୋଗଜନିତ ମୃତ୍ୟୁରୁ ରକ୍ଷା ପାଇପାରିବା।
ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଓଜନ ହ୍ରାସ, ଚର୍ବି ହ୍ରାସ, ରକ୍ତଚାପ ନିୟନ୍ତ୍ରଣ, ରକ୍ତରେ ଶର୍କରା ନିୟନ୍ତ୍ରଣ, କମ୍‌ ଲୁଣ, କମ୍‌ ଚିନି, ଅଧିକ ତନ୍ତୁଜାତୀୟ ଓ ଫଳ ପନିପରିବାଯୁକ୍ତ ଖାଦ୍ୟ, ସୁସ୍ଥ ମନ, ସୁସ୍ଥ ଚିନ୍ତାଧାରା, ମାନସିକ ଚାପ ହ୍ରାସ ଓ ଆହୁରି ଅନେକ ଏହିପରି କାର୍ଯ୍ୟବିଧି ହୃଦ୍‌ଘାତର ଆଶଙ୍କା କମାଇ ଦେଇଥାଏ।

ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୯୪୩୭୭୪୨୪୯୯

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?