ଟାର୍ଗେଟରେ WhatsApp: ଯୁବକଙ୍କ ପାଖକୁ ଆସିଲା ଗୋଟିଏ ଫଟୋ ଡାଉନ୍‌ଲୋଡ ପରେ ଆକାଉଣ୍ଟରୁ କଟିଗଲା ୨ଲକ୍ଷ

ଭୋପାଳ,୨୭।୫: WhatsApp ଆମସମସ୍ତଙ୍କୁ ଏକ ସାଥିରେ ଯୋଡି ରଖିଛି। ଯୁବକ ହୁଅନ୍ତୁ କି ବୟସ୍କ ପ୍ରାୟ ସମସ୍ତେ ଏହି ମେସେଜିଂ ଆପକୁ ବ୍ୟବହାର କରୁଛନ୍ତି। ଫ୍ୟାମିଲି ଗ୍ରୁପ୍‌ ଟିଏ କରି ମଧ୍ୟ ସେଥିରେ କିଛି ଫଟୋ, ଭିଡିଓ ଶେୟାର କରୁଛନ୍ତି। ସବୁଠୁ ବଡ଼ କଥା ହେଲା ପ୍ରିୟଜନଙ୍କ ସହିତ ସିଧା ସଳଖ ଭିଡିଓ କଲ୍‌ରେ କଥା ହେଇହଉଛି। ତେବେ ଏହା ଏବେ ସାଇବର ଅପରାଧୀଙ୍କ ପାଇଁ ଏକ ବଡ଼ ଅସ୍ତ୍ର ପାଲଟିଛି । କଲ ଏବଂ ଫିସିଂ ଲିଙ୍କ ପରେ, ହ୍ୟାକର୍ସ ଏବେ ଏକ ନୂଆ ପଦ୍ଧତି ଆପଣାଇଛନ୍ତି। ସେମାନେ ଇମେଜ ଫାଇଲ ମାଧ୍ୟମରେ ଲୋକଙ୍କ ବ୍ୟକ୍ତିଗତ ସୂଚନା ଏବଂ ଟଙ୍କା ହଡପ କରୁଛନ୍ତି । ସାମାନ୍ୟ ଏକ ଫୋଟ ଆକାଉଣ୍ଟ ଖାଲି କରିଦେଉଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ଯୁବକଙ୍କୁ WhatsAppରେ ଏକ ଫଟୋ ପଠାଯାଇଥିଲା। ସେ ଉକ୍ତ ଫଟୋଟିକୁ ଡାଉନ୍‌ଲୋଡ କରିଥିଲେ। ପରେ ତାଙ୍କ ତାଙ୍କ ଆକାଉଣ୍ଟରୁ ପ୍ରାୟ ୨ ଲକ୍ଷ ଟଙ୍କା କୁଆଡ଼େ ଗାଏବ ହୋଇଗଲା। ସେ ଏନେଇ ସାଇବର ସେଲ୍‌କୁ ଜଣାଇଥିଲେ । ଘଟଣାକୁ ନେଇ ଏବେ ତଦନ୍ତ ଚାଲିଛି।

ତେବେ ସାଇବର ଅପରାଧୀମାନେ ଏବେ ‘ଷ୍ଟେଗାନୋଗ୍ରାଫୀ’ ନାମକ ଏକ କୌଶଳ ବ୍ୟବହାର କରୁଛନ୍ତି, ଯେଉଁଥିରେ ଏକ ମିଡିଆ ଫାଇଲ (ଯେପରିକି ଫଟୋ, ଭିଡିଓ କିମ୍ବା ଅଡିଓ)ରେ ଲୁଚାଯାଇଥିବା ତଥ୍ୟ ରହିଛି । ଏହି ଫାଇଲଗୁଡ଼ିକ ସମ୍ପୂର୍ଣ୍ଣ ସାଧାରଣ ଦେଖାଯାଏ, ମାତ୍ର ଏଥିରେ ମାଲେୱର ଥାଏ ଯାହା ଫୋନ୍‌ରେ ପହଞ୍ଚିବା ମାତ୍ରେ ସକ୍ରିୟ ହୋଇଯାଏ । କାରଣ ସେମାନେ ଜାଣନ୍ତି WhatsApର ମାସିକ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ୩ ବିଲିୟନରୁ ଅଧିକ । ଭାରତରେ ପ୍ରାୟ ୫୦ କୋଟି ଲୋକ ମଧ୍ୟ ଏହାକୁ ବ୍ୟବହାର କରନ୍ତି । ଯାହାକୁ ଏବେ ସେମାନେ ଟାର୍ଗେଟ କରିଛନ୍ତି।

ତେବେ ଆପଣଙ୍କ ମନକୁ ଆସୁଥିବ ଷ୍ଟେଗାନୋଗ୍ରାଫୀ କ’ଣ?
ଷ୍ଟେଗାନୋଗ୍ରାଫୀ ଏକ କୌଶଳ ଯେଉଁଥିରେ ତଥ୍ୟକୁ କୌଣସି ଏକ ମିଡିଆ ଫାଇଲ ଭିତରେ ଲୁଚାଇ ରଖାଯାଏ। jpg କିମ୍ବା .png ଭଳି ଇମେଜ ଫାଇଲଗୁଡ଼ିକରେ ଏହି ଡାଟା ମେଟାଡାଟା କିମ୍ବା ‘ଲିଷ୍ଟ ସିଗ୍ନିଫିକେଣ୍ଟ ବିଟ୍ସ’ (LSB) ରେ ଲୁଚି ରହିଥାଏ । ଏହି ଅଂଶଟି ଇମେଜର ଗୁଣବତ୍ତା ଉପରେ ପ୍ରଭାବ ପକାଇବ ନାହିଁ, କିନ୍ତୁ ଏହା ମାଧ୍ୟମରେ ଫୋନ୍‌ରେ ମାଲୱେର ପ୍ରବେଶ କରାଯାଇପାରିବ ।

ଯେତେବେଳେ ବ୍ୟକ୍ତି ଏହି ଇମେଜ ଫାଇଲଗୁଡ଼ିକୁ ଡାଉନ୍‌ଲୋଡ଼ଡ କରିନ୍ତି ଏହି ଫାଇଲଗୁଡ଼ିକରେ ଏକ ମାଲୱେର୍‌ ସକ୍ରିୟ କରନ୍ତି । ଏହି ମାଲୱେର କେବଳ ଫୋନରେ ସଂରକ୍ଷିତ ପାସୱାର୍ଡଗୁଡ଼ିକୁ ଆକ୍ସେସ କରିବ ନାହିଁ, ବରଂ OTPଗୁଡ଼ିକୁ ମଧ୍ୟ ଅଟକାଇ ପାଇବ । ବିଶେଷ କଥା ହେଉଛି ଯେ ପାରମ୍ପରିକ ଫିସିଂ ଲିଙ୍କ ପରି, ଏହି ମାଲୱେର ସହଜରେ ଚିହ୍ନଟ ହୁଏ ନାହିଁ, ଫଳରେ ଏହା ଆହୁରି ବିପଦପୂର୍ଣ୍ଣ ହୋଇଥାଏ । ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ସାଧାରଣ ଆଣ୍ଟିଭାଇରସ ଆପ କ୍ଷେତ୍ରରେ ଏପରି ଷ୍ଟେଗ୍ନୋଗ୍ରାଫିକ ମାଲୱେର୍‌ ଚିହ୍ନଟ କରିବା ସହଜ ନୁହେଁ । ଏସବୁକୁ ଚିହ୍ନଟ କରିବା ପାଇଁ, ଆଡ୍ଭାନସଡ ଫୋରେନ୍ସିକ ଟୁଲ୍ସ ଏବଂ ବିହେଭିଏରାଲ ଆନାଲିସିସ ଆବଶ୍ୟକ ହୋଇଥାଏ ।
ଏହି ଠକେଇରୁ ରକ୍ଷା ପାଇବା ପାଇଁ, ପ୍ରଥମେ ଆପଣଙ୍କୁ WhatsAppରେ ଅଟୋ ଡାଉନଲୋଡ ବନ୍ଦ କରିବାକୁ ପଡିବ । WhatsApp ସେଟିଂକୁ ଯାଆନ୍ତୁ ଏବଂ ଷ୍ଟୋରେଜ ଏବଂ ଡାଟା’ରେ ଅଟୋମେଟିକ ମିଡିଆ ଡାଉନଲୋଡ ବନ୍ଦ କରନ୍ତୁ । ଏହି କାରଣରୁ, ଫୋନ୍‌ରେ କୌଣସି ଫାଇଲ ସେଭ ହେବ ନାହିଁ ।

ଯଦି ଆପଣ କୌଣସି ଅଜଣା ବ୍ୟକ୍ତିଙ୍କଠାରୁ କୌଣସି ଫଟୋ କିମ୍ବା ଭିଡିଓ ପାଆନ୍ତି, ତେବେ ଏହାକୁ ଖୋଲନ୍ତୁ ନାହିଁ କିମ୍ବା ଡାଉନଲୋଡ କରନ୍ତୁ ନାହିଁ । ଆବଶ୍ୟକ ହେଲେ ନମ୍ବରଟି ରିପୋର୍ଟ କରନ୍ତୁ ଏବଂ ବ୍ଲକ କରନ୍ତୁ ।

ପ୍ରାଇଭେସୀ ଶେଟିଂସକୁ ଯାଇ ଗ୍ରୁପ ଇନ୍‌ଭାଇଟ୍ସକୁ ‘ My Contacts’ ପର୍ଯ୍ୟନ୍ତ ସୀମିତ କରନ୍ତୁ ଯାହା ଦାରା ଆପଣଙ୍କୁ ଅଜଣା ଗ୍ରୁପ୍‌ରେ ଆଡ ଯାଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?