Posted inଫୁରସତ

ବନ୍ଧାହୋଇ ରହିଲେ କ’ଣ ସମସ୍ୟା ହେବ

*ଅଧିକ ସମୟ ଗୋଡ଼ରେ ଶିକୁଳି ପଡ଼ି ରହିବାରୁ କ୍ଷତ ହୁଏ ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ।
*ଗୋଟିଏ ପ୍ରାପ୍ତବୟସ୍କ ହାତୀକୁ ଯେତିକି ଖାଦ୍ୟ ଆବଶ୍ୟକ, ବନ କର୍ମଚାରୀ ସେତିକି ଯୋଗାଇ ପାରନ୍ତି ନାହିଁ।
*ହାତୀଙ୍କର ସ୍ବେଦ ଗ୍ରନ୍ଥି ନାହିଁ, ତେଣୁ ସେମାନଙ୍କର ଝାଳ ବାହାରେ ନାହିଁ। ସେଥିପାଇଁ ହାତୀମାନେ ଦିନକୁ ଦୁଇଥର ଭଲ କରି ପାଣିରେ ବୁଡ଼ି ଗାଧୋଇ ଥାନ୍ତି। କିନ୍ତୁ ଚେନରେ ବାନ୍ଧି ରଖାଯିବା ସହ ହାତୀଙ୍କୁ ପାଇପ ପାଣିରେ ଗାଧୋଇ ଦିଆଯାଏ। କର୍ମଚାରୀଙ୍କ ଇଚ୍ଛାରେ ହାତୀର ଗାଧୁଆ କାମ ରହିଥାଏ, ଯାହା କେବେ ହେଲେ ବି ଯଥେଷ୍ଟ ହୁଏ ନାହିଁ।
*ବନ୍ଧା ହୋଇ ରହିବା ଦ୍ୱାରା ହାତୀର ଆଚାର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ସୁଯୋଗ ମିଳିଲେ ହାତୀ ମାହୁନ୍ତ (ମଣିଷ)ଙ୍କ ପ୍ରତି ପ୍ରତିହିଂସା ପରାୟଣ ହୋଇଥାଏ। ସୂଚନାଯୋଗ୍ୟ, ଆସାମର ଜଣେ ପ୍ରଶିକ୍ଷଣକାରୀ ମାହୁନ୍ତ ମଦ ପିଇ ‘ଶଙ୍କର’ ହାତୀ ପିଠିରେ ବସିଥିବାବେଳେ ସେ ମାହୁନ୍ତକୁ ତଳକୁ ଫୋପାଡ଼ି ପାଦରେ ଦଳି ଦେଇଥିଲା।

ସମାଧାନର ବାଟ
ବନ୍ୟପ୍ରାଣୀ ବିଶେଷଜ୍ଞ କମଳ ଲୋଚନ ପୁରୋହିତ କହିଛନ୍ତି, ହାତୀଙ୍କୁ ସଙ୍ଗେ ସଙ୍ଗେ ବେଡ଼ି ଖୋଲି ଜଙ୍ଗଲରେ ଛଡ଼ା ଯାଇପାରିବ ନାହିଁ। ହାତୀଙ୍କ ଗୋଡ଼ରେ ଅନୂ୍ୟନ୍ୟ ଓଜନିଆ ଲମ୍ବା ଲୁହା ଘୋଷରା ଶିକୁଳି ବାନ୍ଧି ଛାଡ଼ିଦେବା ଉଚିତ। ଏପରି କଲେ ହାତୀ ଯୁଆଡ଼େ ବି ଯିବ ଟ୍ରାକରମାନେ ସେହି ଚେନ୍‌ ଘୋଷରା ଦାଗ ଦେଖି ତା’ ପାଖରେ ପହଞ୍ଚତ୍ପାରିବେ। ଯଦି କେବେ ଆବଶ୍ୟକ ହୁଏ, ହାତୀ ପାଖକୁ ନ ଯାଇ ବା ଟ୍ରାଙ୍କୁଲାଇଜ୍‌ ନ କରି ମଧ୍ୟ ସେହି ଚେନ୍‌ର ମୁଣ୍ଡକୁ ଏକ ଗଛରେ ବାନ୍ଧି ଦିଆ ଯାଇପାରିବ ବୋଲି କମଳ ଲୋଚନ କହିଛନ୍ତି। ତେବେ ଶଙ୍କର ବା ରାକେଶ ଗୋଡ଼ରେ ଲୁହାଚେନ୍‌ ଯୋଗୁ ଯେଉଁ କ୍ଷତ ସୃଷ୍ଟି ହୋଇଛି, ସେଥିରୁ ରକ୍ଷା ପାଇବା ପାଇଁ ରବର ଆବରଣଯୁକ୍ତ ଚେନ୍‌ ବ୍ୟବହାର କରାଯାଇପାରିବ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ସୂଚନାଯୋଗ୍ୟ, ଉତ୍ପାତ କରୁଥିବା ହାତୀଙ୍କ ପାଇଁ ଚନ୍ଦକାରେ ଅତି କମ୍‌ରେ ୧୦ ଏକର ବା ଅଧିକ ଅଞ୍ଚଳକୁ ଆବଦ୍ଧ କରି ସେହି ଜାଗାରେ ତାଙ୍କୁ ରଖାଯିବା ପାଇଁ ଗତବର୍ଷ ଜଙ୍ଗଲ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri