ପିତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି କେମିତି ଥିଲା ସଲମନଙ୍କ ପ୍ରତିକ୍ରିୟା

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେଲେନ ନିକଟରେ ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ହେଲେନଙ୍କୁ ତାଙ୍କ ସମୟର ସର୍ବୋତ୍ତମ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ୧୯୮୧ ମସିହାରେ ସେ ଅଭିନେତା ସଲମନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଥିଲେ। ସଲିମଙ୍କ ଏହା ଥିଲା ଦ୍ୱିତୀୟ ବିବାହ। ଏକ ସାକ୍ଷାତକାର ସମୟରେ ସଲମନ ମଧ୍ୟ ଏନେଇ ନିଜର ମତ ଦେଇଥିଲେ।
୧୯୯୦ ମସିହାରେ ଏକ ସାକ୍ଷାତକାର ସମୟରେ ସଲମନ  କହିଥିଲେ ଯେ ମୋ ପାଇଁ ମୋ ମା’ ସବୁକିଛି ଏବଂ ମୁଁ ଭାବୁନାହିଁ ଯେ ଏଥିପାଇଁ ଅନ୍ୟ କୌଣସି କାରଣ ରହିବା ଉଚିତ୍‌। ମୁଁ ମୋ ମା’ ସହିତ ବହୁତ ଭଲରେ ରୁହେ, କାରଣ ମୁଁ ତାଙ୍କ ପୁଅ। ମୁଁ ତାଙ୍କୁ କଦାପି ଦୁଃଖୀ ଦେଖିପାରେ ନାହିଁ । ମୋ ବାପା ଦ୍ୱିତୀୟ ବିବାହ କରିବା ନିଷ୍ପତ୍ତି ମୋତେ ଗଭୀର ଆଘାତ ଦେଇଥିଲା। ବାପାଙ୍କୁ ଘରେ ଦେଖି ପ୍ରବଳ ରାଗୁଥିଲି। କିନ୍ତୁ ପରେ ସବୁକିଛି ଠିକ୍‌ ହୋଇଯାଇଥିଲା। ମା’ ଧୀରେ ଧୀରେ ଏହି ସତ୍ୟକୁ ଗ୍ରହଣ କରିବା ଆରମ୍ଭ କରିଥିଲେ। ଏହା ସହିତ ବାପା ମଧ୍ୟ ଆମକୁ ବୁଝାଇଥିଲେ ଯେ, ସେ ମାଆକୁ ବହୁତ ଭଲ ପାଆନ୍ତି ଏବଂ ସେ ସର୍ବଦା ଆମ ସମସ୍ତଙ୍କ ସହିତ ରହିବେ। ସେତେବେଳେ ମୋତେ ମାତ୍ର ଦଶ ବର୍ଷ ହୋଇଥିଲା, ତେଣୁ ହେଲେନଙ୍କୁ ଗ୍ରହଣ କରିବାକୁ ତାଙ୍କୁ ସମୟ ଲାଗିଥିଲା। କିନ୍ତୁ ଏବେ ସେ ତାଙ୍କ ପରିବାରର ଏକ ଅଂଶ ହୋଇଯାଇଛନ୍ତି। ସଲମନଙ୍କ କହିବାନୁସାରେ, ତାଙ୍କ ପରିବାର ଏକ ବନ୍ଦ ମୁଠି ଭଳି, ଯେତେବେଳେ  ଯିଏ ପରସ୍ପରକୁ ଆବଶ୍ୟକ କରନ୍ତି ସେତେବେଳେ ଆମେ ସମସ୍ତେ ଉପସ୍ଥିତ ଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri