Posted inଜାତୀୟ

ୟୁକ୍ରେନରୁ ଫେରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଛାତ୍ର

ନୂଆଦିଲ୍ଲୀ,୩।୩: ସମୟ ଥାଉ ଥାଉ ବିବାଦୀୟ ଜୋନରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନ ନେଇ ଫୁଲ ବାଣ୍ଟିବା ଭଳି ଅଙ୍ଗଭଙ୍ଗୀ ମୂଲ୍ୟହୀନ। ଏଭଳି କହି ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଥିବା ଜଣେ ଛାତ୍ର।

ବିହାରର ମୋତିହାରୀ ବାସୀନ୍ଦା ଦିବ୍ୟାଂଶୁ ସିଂଙ୍କୁ ୟୁକ୍ରେନରୁ ହଙ୍ଗେରୀ ଯିବାକୁ ପଡ଼ିଥିଲା। ସେଠାରୁ ଗୁରୁବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଗୋଲାପ ଫୁଲ ଦ୍ୱାରା ସ୍ବାଗତ କରାଯାଇଥିଲା। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଠାରୁ ତାଙ୍କୁ କେଉଁ ପ୍ରକାର ସାହାଯ୍ୟ ମିଳିଥିଲା ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ’ଆମେ ସୀମା ଡେଇଁ ହଙ୍ଗେରୀରେ ପହଞ୍ଚିବା ପରେ ହିଁ ସାହାଯ୍ୟ ପାଇଥିଲୁ। ତା’ ପୂର୍ବରୁ କୌଣସି ସହାୟତା ମିଳି ନ ଥିଲା। ଯାହାବି କରିଛୁ, ନିଜ ଆଡ଼ୁ କରିଛୁ। ଆମେ ୧୦ ଜଣିଆ ଗ୍ରୁପ୍‌ କରି ଟ୍ରେନରେ ଖୁବ୍‌ କଷ୍ଟରେ ଚଢ଼ିଥିଲୁ। ସେତେବେଳେ ଟ୍ରେନ ଫୁଲ୍‌ ପ୍ୟାକ ଥିଲା‘।

ଟ୍ରେନରେ ଚଢ଼ୁଥିବା ଏବଂ ସୀମା ପାର ଉଦ୍ୟମ ବେଳେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା କିଛି ରିପୋର୍ଟରେ ଦାବି କରାଯାଉଛି। କିନ୍ତୁ ଭିନ୍ନ କଥା କହିଛନ୍ତି ଦିବ୍ୟାଂଶୁ।

’ସ୍ଥାନୀୟ ଲୋକେ ଆମକୁ ସାହାଯ୍ୟ କରିଥିଲେ। କେହି ଆମ ସହ ଖରାପ ବ୍ୟବହାର କରି ନ ଥିଲେ। ପୋଲାଣ୍ଡ ସୀମାରେ କିଛି ଛାତ୍ରୀଛାତ୍ରଙ୍କୁ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଛି। ସେଥି ପାଇଁ ଆମ ସରକାର ଦାୟୀ। ଯଦି ସରକାର ସମୟ ଥାଉ ଥାଉ ପଦକ୍ଷେପ ନେଇଥାନ୍ତେ, ଆମକୁ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା। ଆମେରିକା ପ୍ରଥମେ ତା’ର ନାଗରିକଙ୍କୁ ୟୁକ୍ରେନ ଛାଡ଼ିବା ପାଇଁ ଆଡଭାଇଜରି ଜାରି କରିଥିଲା‘ ବୋଲି ହାତରେ ଫୁଲ୍‌ ଧରି ମେଡିକାଲ ଛାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ସ୍ବାମୀଙ୍କ ଘର କଳି ପଦାରେ, ଭାଜପା ମନ୍ତ୍ରୀ ସ୍ବାତୀ ସିଂଙ୍କ ଟିକଟ କଟିଲା…

ଲକ୍ଷ୍ନୌ, ୨।୨ : ଉତ୍ତରପ୍ରଦେଶର ଲକ୍ଷ୍ନୌର ସରୋଜିନୀନଗର ଆସନରୁ ଭାଜପା ମନ୍ତ୍ରୀ ସ୍ବତୀ ସିଂଙ୍କ ଟିକଟକୁ କଟା ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏଭଳି...

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା...

କରୋନା ଭାଇରସ୍‌ରେ ସଂକ୍ରମିତ ରୁଷ ପ୍ରଧାନମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ମୋଦି

ମସ୍କୋ/ନୂଆଦିଲ୍ଲୀ,୧।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୨ଲକ୍ଷ ୨୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା...

ଅମରାବତୀକୁ ରାଜଧାନୀ କରିବା ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ଆନ୍ଧ୍ରପ୍ରଦେଶ ସରକାର…

ନୂଆଦିଲ୍ଲୀ, ୧୭।୯ : ଅମରାବତୀକୁ ରାଜଧାନୀ କରିବା ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମ୍‌କୋର୍ଟରେ ପହଞ୍ଚିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅମରାବତୀକୁ ରାଜ୍ୟର ଏକମାତ୍ର ରାଜଧାନୀ କରିବା ସପକ୍ଷରେ...

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ରିପୋର୍ଟ ଦାଖଲରେ ବିଳମ୍ବ: ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୧୭।୧ : ଦେଶର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବ ହେବାରୁ ସୁପ୍ରିମ୍‌କୋର୍ଟ...

ସରକାର ନୁହେଁ, ଅଦାଲତ ଭରସା

ନୂଆଦିଲ୍ଲୀ,୧ା୫: ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାବିପତ୍ତି। ୧୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଅଣାୟତ୍ତ ସ୍ଥିତି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ...

ଝାଡଖଣ୍ଡ ରାଜନୀତିରେ ହୋଇପାରେ ପରିବର୍ତ୍ତନ, ଷଡଯନ୍ତ୍ର ରଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଉଜ

ରାଞ୍ଚି,୧ ।୪: ଏବେ ଝାଡଖଣ୍ଡ ରାଜନୀତି ହୋଇଛି ସରଗରମ । ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧା ଡଜନ ବିଧାୟକ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ...

ଆସିବ ଆଉ ଏକ କୋଭିଡ ଟିକା

ନୂଆଦିଲ୍ଲୀ,୩୦।୧: ଭାରତ ପୂର୍ବରୁ ୨ଟି କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ବାହାର କରି ଡିସେମ୍ବର ୧୬ ତାରିଖରେ ଟିକାକରଣ ଅଭିଯାନ ଆରମ୍ଭ କରିଛି। ସିରମ୍‌...

Advertisement
Archives

Model This Week