Odisha Elections 2024

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ କମିବାକୁ ଲାଗେ। ତେଣୁ ରାତିରେ ବିଶେଷ କରି ଖରାଦିନେ ଶୋଇବା ପୂର୍ବରୁ
କ’ଣ କଲେ ତ୍ୱଚା ଗ୍ଲୋ କରିବା ସହ ଆକର୍ଷଣୀୟ ଲାଗିବ,ଜାଣନ୍ତୁ ସେ ସମ୍ପର୍କରେ…

* ରାତିରେ ଶୋଇବା ପୂର୍ବରୁ ତ୍ୱଚା ପାଇଁ ଆଉ କିଛି କରନ୍ତୁ କି ନ କରନ୍ତୁ ନିହାତି ଭାବେ ଥଣ୍ଡା, ପରିଷ୍କାର ପାଣିରେ ମୁହଁକୁ ଭଲ ଭାବେ ଧୋଇ ତା’ପରେ ଶୁଅନ୍ତୁ। ଦେଖିବେ ଫ୍ରେଶ୍‌ ଲାଗିବା ସହ ରାତିରେ ଭଲ ନିଦ ହେବ।

* ଖରାଦିନେ ରାତିରେ ଶୋଇବା ପୂର୍ବରୁ କିଛି ମୁଲତାନି ମାଟି, କାକୁଡ଼ି ରସ ଓ ଚନ୍ଦନ ପାଉଡର ନେଇ ଏକ ଘୋଳ ପ୍ରସ୍ତୁତ କରି ମୁହଁରେ ଲଗାଇବେ। ଅଧଘଣ୍ଟା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦେବେ। ଏମିତି କିଛିଦିନ କଲେ ଦେଖିବେ ତ୍ୱଚାରେ କ୍ରମେ ଚମକ୍‌ ଆସିଯିବ।

* କେତେକଙ୍କର ଆଖି ତଳ କଳା ପଡ଼ିବା ସମସ୍ୟା ରହିଥାଏ। ରାତିରେ ଶୋଇବା ପୂର୍ବରୁ ଆଖି ତଳେ ଭଲ ବ୍ରାଣ୍ଡର ଆଇକ୍ରିମ୍‌ ଲଗାଇବା ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଖିର ଥକ୍କାପଣ ଦୂର କରିବା ପାଇଁ ଆଇଡ୍ରପ୍‌ ପକାଇଲେ ଦେଖିବେ କ୍ରମେ ଆଖି ସହ ତ୍ୱଚାରେ ବି ଚମକ୍‌ ଆସିଯିବ।

* କେବଳ ମୁହଁ କାହିଁକି ଶୋଇବା ପୂର୍ବରୁ ଶରୀରର ବାକି ଅଙ୍ଗରେ ବି ଭଲ ବ୍ରାଣ୍ଡର ନାଇଟ୍‌ କ୍ରିମ୍‌/ବଡ଼ି ଲୋଶନ କିମ୍ବା ଖାଲି ନଡ଼ିଆ ତେଲ ବି ଲଗାଇଲେ, ତ୍ୱଚା ଗ୍ଲୋ କରିବା ସହ ସମୟ ପୂର୍ବରୁ ଏଥିରେ ରିଙ୍କିଲ୍ସ ମଧ୍ୟ ଆସିବ ନାହିଁ।

* ରାତିରେ ଶୋଇବା ପୂର୍ବରୁ କେଶର ମସାଜ୍‌ କଲେ ବି ଭଲ ନିଦ ହେବା ସହ ଫ୍ରେଶ୍‌ ଲାଗେ; ଯାହା ତ୍ୱଚାରେ ସ୍ବତଃ ଗ୍ଲୋ ଆଣି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri