Posted inଜାତୀୟ

ଆଜି ଆସିପାରେ ଜ୍ଞାନବାପି ରାୟ

ବାରାଣସୀ,୨୪।୫:ବାରାଣସୀ ଜିଲା ଜଜ୍‌ ଜ୍ଞାନବାପି ମସ୍‌ଜିଦ ବିବାଦ ମାମଲାର ଶୁଣାଣି ସୋମବାର ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ରାୟ ପ୍ରକାଶ ପାଇବା ଆଶା କରାଯାଉଛି। ଉକ୍ତ ମସ୍‌ଜିଦ ପରିସରରେ ଶ୍ରୀଙ୍ଗାର ଗୌରୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ଲାଗି ହିନ୍ଦୁ ପକ୍ଷ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ। ଏଥିସହିତ ମସ୍‌ଜିଦ ଓ୍ବାଜୁଖାନାରୁ ମିଳିଥିବା ଶିବଲିଙ୍ଗର ପୂଜା କରାଯିବା ସହ ସେଠାରୁ ଭଗ୍ନାବଶେଷ ହଟାଯିବା ପାଇଁ ମଧ୍ୟ ସେମାନେ କୋର୍ଟଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଓ୍ବାଜୁଖାନା ଅଞ୍ଚଳ ସିଲ୍‌କୁ ବିରୋଧ କରିବା ସହ ପୂଜାର୍ଚ୍ଚନା ସ୍ଥାନ ଆଇନ, ୧୯୯୧ ଆଧାରରେ ଜ୍ଞାନବାପି ସର୍ଭେର ପୁନର୍ବିଚାର କରିବା ଲାଗି ଅଦାଲତଙ୍କୁ ଅନୁରୋଧ କରିଥିଲେ।
ବାରାଣସୀ ଜିଲା ଜଜ୍‌ ଡ. ଏ.କେ. ବିଶ୍ୱେଷଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବହିଷ୍କୃତ କମିଶନର ଅଜୟ ମିଶ୍ରା ଦାଖଲ କରିଥିବା ସର୍ଭେ ରିପୋର୍ଟର ନକଲକୁ ଗ୍ରହଣ କରିଛନ୍ତି। ଗତ ୨୦ ତାରିଖରେ ସୁପ୍ରିମକୋର୍ଟ ଜ୍ଞାନବାପି ମସ୍‌ଜିଦ ବିବାଦ ମାମଲାକୁ ବାରାଣସୀ ଜିଲା ଜଜ୍‌ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ମାମଲାର ଜଟିଳତା ଓ ସମ୍ବେଦନଶୀଳତା ଦୃଷ୍ଟିରୁ ଏହାକୁ ଉତ୍ତରପ୍ରଦେଶ ନ୍ୟାୟିକ ସେବାର ଜଣେ ବରିଷ୍ଠ ତଥା ଅଭିଜ୍ଞତାସମ୍ପନ୍ନ ବିଚାରପତି ଏହାର ଶୁଣାଣି କରିବେ ବୋଲି ସିଜେଆଇ ଜଷ୍ଟିସ ଏନ୍‌.ଭି. ରମନାଙ୍କ ଖଣ୍ଡପୀଠ କହିଥିଲେ।
ଶିବଲିଙ୍ଗ ମିଳିଥିବା ସ୍ଥାନକୁ କୋର୍ଟଙ୍କ ନିର୍ଦ୍ଦେଶରେ ସିଲ୍‌ କରାଯାଇଥିବା ବେଳେ ଅନ୍ୟତ୍ର ଓ୍ବୁଜୁ କରିବା ଲାଗି ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ଓ୍ବାଜୁଖାନାରେ ମେ’ ୧୬ରୁ ୧୯ ମଧ୍ୟରେ ଓ୍ବୁଜୁ କରିଥିବା ଲୋକଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ(୨) ଏବଂ ୫୦୫(୩)ରେ ଏତଲା ଦାଏର ପାଇଁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହିନ୍ଦୁ ପକ୍ଷ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?