Posted inଖେଳ

ଖେଳରେ ୟୋ-ୟୋ ଟେଷ୍ଟ କ’ଣ

ବେଙ୍ଗାଲୁରୁ,୧୮।୩: କିଛି ଦିନ ହେବ ଆଘାତ ଯୋଗୁ ପଡ଼ିଆରୁ ଦୂରେଇ ରହିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୃଥ୍ବୀ ଶ’ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ଫିଟନେସ ଆକଳନ କରିବା ପାଇଁ ୟୋ ୟୋ ଟେଷ୍ଟ କରିଥିଲେ। ଯାହାର ଫଳାଫଳ ଆସିଛି। ଆଇପିଏଲ ୨୦୨୨ରେ ନୂତନ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସର ନେତୃତ୍ୱ ନେଉଥିବା ପାଣ୍ଡ୍ୟା ୟୋ ୟୋ ଟେଷ୍ଟରେ ସଫଳ ହୋଇଥିଲେ। ଶ’ କିନ୍ତୁ ଏଥିରେ ବିଫଳ ହୋଇଥିଲେ।
ଖେଳାଳିଙ୍କ ଫିଟନେସ ଯାଞ୍ଚ କରିବା ପାଇଁ ୟୋ-ୟୋ ଟେଷ୍ଟ କରାଯାଏ। ଏହା ଏକ ସଫ୍ଟୱେର୍‌ ଆଧାରିତ। ଯାହା ଟେକ୍ନୋଲୋଜି ସାହାଯ୍ୟରେ କରାଯାଇଥାଏ। ଭାରତରେ ୟୋ-ୟୋ ଟେଷ୍ଟ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀରେ କରାଯାଏ। ଏହି ଟେଷ୍ଟ ପାଇଁ ଏଠାରେ ସଫ୍ଟୱେର୍‌ ସଂସ୍ଥାପିତ ହୋଇଛି।
କ୍ରିକେଟର ତିନୋଟି ଫର୍ମାଟରେ ଉନ୍ନତ ପ୍ରଦର୍ଶନ ପାଇଁ, ଖେଳାଳି ଫିଟ ହେବା ଆବଶ୍ୟକ। ଫିଟନେସ ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡେ। ସେଥିପାଇଁ ଖେଳାଳିମାନଙ୍କୁ ଅନେକ ବଡ଼ ମ୍ୟାଚ ପୂର୍ବରୁ ୟୋ-ୟୋ ଟେଷ୍ଟ ଦେବାକୁ ପଡିବ। ଏଥିରେ ପାସ୍‌ ହେଲେ ଦଳରେ ସୁଯୋଗ ମିଳିଥାଏ। କେବଳ କ୍ରିକେଟ ନୁହେଁ, ଖେଳାଳିଙ୍କୁ ରଗବି, ଫୁଟବଲ ଭଳି ଖେଳଗୁଡିକରେ ମଧ୍ୟ ଏହି ଟେଷ୍ଟ ଦେଇ ଯିବାକୁ ପଡେ।
ୟୋ-ୟୋ ପରୀକ୍ଷା କିପରି କରାଯାଏ?
ୟୋ-ୟୋ ଟେଷ୍ଟରେ ୨୩ଟି ସ୍ତର ଅଛି, କିନ୍ତୁ ଖେଳାଳିଙ୍କ ଟେଷ୍ଟ ୫ ସ୍ତରରୁ ଆରମ୍ଭ କରାଯାଏ। ପ୍ରତ୍ୟେକ ଖେଳାଳିଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୨୦-୨୦ ଅର୍ଥାତ୍‌ ୪୦ ମିଟର ଦୂରତା ପୂରଣ କରିବାକୁ ପଡିବ। ସ୍ତର ବଢିବା ସହିତ ସମୟ କମି କମି ଯାଏ। ଅର୍ଥାତ୍‌ ସମାନ ଦୂରତାକୁ କମ ସମୟ ମଧ୍ୟରେ ଶେଷ କରିବାକୁ ପଡିବ। ଏହି ଆଧାରରେ ସ୍କୋର ସ୍ଥିର ହୁଏ। ଆଜି ପର୍ଯ୍ୟନ୍ତ କେହି ଏହାର ଶେଷ ଅର୍ଥାତ୍‌ ୨୩ ତମ ସ୍ତରକୁ ଅତିକ୍ରମ କରିବାକୁ ସକ୍ଷମ ହୋଇନାହାଁନ୍ତି।

ଭାରତୀୟ କ୍ରିକେଟ ଦଳ ପାଇଁ ୟୋ-ୟୋ ଟେଷ୍ଟରେ ପାସ ସ୍କୋରକୁ ୧୬.୧ରେ ରଖାଯାଇଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ପାଇଁ ଏହି ସ୍କୋର ୧୯ ହେବା ଉଚିତ। ଏଥି ସହିତ, ଶ୍ରୀଲଙ୍କା-ପାକିସ୍ତାନ ପାଇଁ ୧୭.୪ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ପାଇଁ ୟୋ-ୟୋ ଟେଷ୍ଟ ପାଇଁ ୧୮.୫ ସ୍କୋର କରିବା ଆବଶ୍ୟକ।

ଏହି ପରୀକ୍ଷା କିପରି ଆରମ୍ଭ ହେଲା?
ୟୋ-ୟୋ ପରୀକ୍ଷାକୁ ଡେନମାର୍କ ଫୁଟବଲ ଫିଜିଓଲୋଜିଷ୍ଟ ଜେନ୍ସ ବଙ୍ଗସବୋ ଦ୍ୱାରା ବିକଶିତ କରାଯାଇଥିଲା। ପ୍ରଥମେ, ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳିଙ୍କ ପାଇଁ ୟୋ-ୟୋ ବାଧ୍ୟତାମୂଳକ କରାଯାଇଥିଲା। ଏବେ ଭାରତ ସମେତ ଅନେକ ଦେଶର ଖେଳାଳିଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ କ୍ରୀଡା ଜଗତରେ ଏହାର ବହୁତ ଗୁରୁତ୍ୱ ରହିଛି। ଏହି ଟେଷ୍ଟସହଜ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଏହି ଟେଷ୍ଟ ବହୁତ କଷ୍ଟକର।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri