Posted inଖେଳ

କ’ଣ ଏହି ‘ସଫ୍ଟ ସିଗ୍‌ନାଲ’? ଯାହାକୁ ନେଇ ଏବେ କ୍ରିକେଟଜଗତରେ ଦେଖାଦେଇଛି ନୂଆ ବିବାଦ

ନୂଆଦିଲ୍ଲୀ,୧୯।୩: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମୁକାବିଲା ପରଠାରୁ ଚର୍ଚ୍ଚାରେ ‘ସଫ୍ଟ ସିଗ୍‌ନାଲ’। ଏହା କ’ଣ ଏବଂ ଏପରି କ’ଣ ଘଟିଲା ଯେ ପଡ଼ିଆରେ ଅଧିନାୟକ କୋହଲି ରାଗି ଯାଇ କଟୁ ମନ୍ତବ୍ୟ ଦେଇଥିଲେ ସେ ନେଇ ବିତର୍କ ଲାଗିରହିଛି। ତେବେ ଆସନ୍ତୁ ଜାଣିବା ଏହା କ’ଣ?

ଯେଭଳି ଆପଣ ଜାଣନ୍ତି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଖେଳିଥିବା ଏକ କ୍ୟାଚ୍‌କୁ ଡେଭିଡ ମଲାନ ଧରିନେଇଥିଲେ। ହେଲେ ବଲ୍‌ଟି ଘାସ ସ୍ପର୍ଶ କରିଥିଲା। ପଡ଼ିଆରେ ଥିବା ଅମ୍ପାୟାର ଏହାକୁ ଆଉଟ କହିବା ପରେ ତୃତୀୟ ଅମ୍ପାୟାରଙ୍କ ପାଖକୁ କଥା ଯାଇଥିଲା। ସେ ସବୁପଟରୁ ବଲ୍‌କୁ ଦେଖିବା ପରେ ମଧ୍ୟ ଆଉଟ୍‌ ବୋଲି କହିଥିଲେ। ମୋଟାମୋଟି ଦେଖିଲେ ପଡ଼ିଆରେ ଥିବା ଅମ୍ପାୟାରଙ୍କ ‘ସଫ୍ଟ ସିଗ୍‌ନାଲ’ ଆଉଟ୍‌ ନିଷ୍ପତ୍ତି ସହ ସେ ଯାଇଥିଲେ। ସେହିଭଳି ଅନ୍ୟ ଏକ ବଲ୍‌ରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କ କ୍ୟାଚ୍‌କୁ ମଧ୍ୟ ଆଉଟ୍‌ ବୋଲି ସେ କହି ବିବାଦକୁ ଆସିଥିଲେ।

ସଫ୍ଟ ସିଗ୍‌ନାଲ କ’ଣ?
କ୍ୟାଚ୍‌ ହେଉ ଅଥବା ଅନ୍ୟ କୌଣସି ପ୍ରକାରେ ଉଇକେଟ ପାଇଁ ଦ୍ୱନ୍ଦ୍ୱ ଉପୁଜିଲେ, ପଡ଼ିଆରେ ଥିବା ଅମ୍ପାୟାର ଏକ ନିଷ୍ପତ୍ତି ନେଇଥାନ୍ତି। ଏହାପରେ ଥାର୍ଡ ଅମ୍ପାୟାରଙ୍କୁ ଏହାକୁ ଦେଖିବାକୁ ସେ କହିଥାନ୍ତି। ଟେଲିଭିଜନ ପରଦାରେ ଅମ୍ପାୟାରଜଣଙ୍କ ସବୁ ଆଙ୍ଗେଲରୁ ରିପ୍ଲେ ଦେଖିଥାନ୍ତି। ତାଙ୍କୁ ଯଦି ଲାଗେ ସେ ଆଉଟ୍‌ ନୁହନ୍ତି ତେବେ ସେ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି ବଦଳାଇ ନଟଆଉଟ୍‌ ବୋଲି କହିପାରନ୍ତି। ହେଲେ ସଫ୍ଟ ସିଗ୍‌ନାଲ ନିୟମ ଅନୁଯାୟୀ ଯଦି ସମସ୍ତ ପ୍ରଚେଷ୍ଟା ପରେ ତୃତୀୟ ଅମ୍ପାୟାରଙ୍କୁ କୌଣସି ପ୍ରମାଣ ମିଳୁନାହିଁ। ତେବେ ଉକ୍ତ ଅମ୍ପାୟାର ସଫ୍ଟ ସିଗ୍‌ନାଲ ଅର୍ଥାତ ପୁରୁଣା ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିବାକୁ କହିଥାଏ। ସୂର୍ଯ୍ୟକୁମାରଙ୍କ ଘଟଣାରେ ଏହାହିଁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ରୋମାଞ୍ଚକ ବିଜୟ

ମୁମ୍ବାଇ, ୪।୧: ଦୀପକ ହୁଦା ଓ ଅକ୍ଷର ପଟେଲଙ୍କ ଦୃଢ଼ ବ୍ୟାଟିଂ ପରେ ପଦାର୍ପଣକାରୀ ଶିବମ୍‌ ମାଭିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ...

ହାତ ମିଳାଇବାକୁ ମନା କଲେ ସ୍ନୁକର ଷ୍ଟାର ଓସୁଲିଭାନ

ଲଣ୍ଡନ,୧୩।୧୨(ଏଏଫ୍‌ପି)- ସ୍ନୁକର କିମ୍ବଦନ୍ତୀ ରୋନି ଓସୁଲିଭାନ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସ୍କଟିଶ ଓପନ ଟୁର୍ନାମେଣ୍ଟରେ ଏକ ମ୍ୟାଚ୍‌ ପୂର୍ବରୁ...

ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ ଲାଗି ଟ୍ରେନିଂ ଆରମ୍ଭ କରିବେ ଏହି କ୍ରିକେଟର୍‌

ଢାକା, ୮।୮: ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସନ ଆସନ୍ତା ମାସରୁ ଅଭ୍ୟାସ ଆରମ୍ଭ...

ପୁଣି ଥରେ ବାଂଲାଦେଶ ଦଳକୁ କ୍ୱାରେଣ୍ଟିନ ପଠାଗଲା

ଅକ୍‌ଲାଣ୍ଡ,୧୭।୧୨: ନ୍ୟୁଜିଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବାଂଲାଦେଶ ଦଳକୁ ପୁଣି ଥରେ କ୍ୱାରେଣ୍ଟିନରେ ରଖାଯାଇଛି। ବାଂଲାଦେଶ ଦଳର ସ୍ପିନ ବୋଲିଂ କୋଚ୍‌ ରଙ୍ଗନା ହେରାଥଙ୍କ କୋଭିଡ୍‌-୧୯...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ବାରନୋଭିଚି(ବେଲାରୁସ),୧୦।୬(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ୧-୪ ଗୋଲରେ ବେଲାରୁଷ୍‌ ସିନିୟର ଦଳଠାରୁ ହାରିଯାଇଛି। ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିଥିବା...

ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଘଟଣାରେ ଏସ୍‌ଆଇଟିର ଯାଞ୍ଚ୍‌

ନୂଆଦିଲ୍ଲୀ,୨।୯(ପି.ଟି.): ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ପରେ ଏବେ ସାରା ଦେଶରେ ଚର୍ଚ୍ଚା ହୋଇଛି। ଏହି ହତ୍ୟା ମମଲାର ତଦନ୍ତ...

ଜାତୀୟ କ୍ରୀଡ଼ା ସଫ୍ଟ ଟେନିସ ପାଇଁ ଓଡ଼ିଶାର ୪ ଅଫିସିଆଲ

ଭୁବନେଶ୍ୱର, ୨୮।୯(କ୍ରୀଡ଼ା ପ୍ରତିନିଧି): ଗୁଜରାଟର ଅହମଦାବାଦରେ ହେବାକୁଥିବା ଜାତୀୟ କ୍ରୀଡ଼ାର ସଫ୍ଟଟେନିସ ଇଭେଣ୍ଟ ପାଇଁ ଓଡ଼ିଶାରୁ ୪ ଅଫିସିଆଲ ମନୋନୀତ ହୋଇଛନ୍ତି। ମହମ୍ମଦ ଆଜାମ ରେଫରି...

ଇତିହାସ ରଚିଲେ ପ୍ରବୀଣ

ଟୋକିଓ,୩।୯: ଭାରତୀୟ ଆଥଲେଟ ପ୍ରବୀଣ କୁମାର ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଟି -୬୪ ହାଇ ଜମ୍ପ୍‌ ଇଭେଣ୍ଟ ଫାଇନାଲରେ ରୌପ୍ୟ...

Advertisement
Archives

Model This Week