ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦରମା-ଭତ୍ତା କେତେ ମିଳେ? ଭାରତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏତେ…

ନୂଆଦିଲ୍ଲୀ,୧୬।୮: ଆମ ଦେଶ ୭୮ତମ ସ୍ବାଧୀନତାର ପର୍ବ ପାଳନ କରୁଛି। ତେବେ ସ୍ବାଧୀନତା ପୂର୍ବରୁ ଭାରତ ବିଭାଜନ ହୋଇଥିଲା। ଯେଉଁଥିରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ଗଠନ ହୋଇଥିଲା। ତେବେ କୌଣସି କୌଣସି କାରଣରୁ ସୋସିଆଲ ମିଡିଆରେ ଭାରତ ଏବଂ ପାକିସ୍ତାନକୁ ଅନେକ ଜିନିଷରେ ତୁଳନା କରାଯାଏ। ଭାରତ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ସରିବା ପରେ ପ୍ରତି ମାସରେ କେତେ ପେସସନ ପାଆନ୍ତି। ଆଉ ଭାରତ ଠାରୁ ଏହା କେତେ କମ୍‌ କି ଅଧିକ ଆସନ୍ତୁ ଜାଣିବା।

ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି କି? ପାକିସ୍ତାନର ପ୍ରଧାନମନ୍ତ୍ରୀ ପ୍ରତିମାସରେ ବେତନ ହିସାବରେ ୧.୪୦ ଲକ୍ଷ ଟଙ୍କା ପାଇଥାନ୍ତି। ଦରମାରେ ଟିକସ କଟିବା ପରେ ତାଙ୍କୁ ଏତିକି ହିଁ ଦରମା ମିଳିଥାଏ। ଏଥିସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ। ଯେତେବେଳେ କି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦରମା ୧.୬ ଲକ୍ଷ ଟଙ୍କା, ଯେଉଁଥିରେ ସେ ଏମପି ଭାବେ ପାଇଥିବା ଦରମା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଭାରତୀୟ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ପ୍ରକାରର ଭତ୍ତା ପାଇଥାନ୍ତି। ସୂଚନାଥାଉ କି, ଭାରତର ଗୋଟିଏ ଟଙ୍କା ପାକିସ୍ତାନର ୧.୮୮ ଟଙ୍କା ସହିତ ସମାନ। ଯଦି ଏହିପରି ଦେଖାଯାଏ ତେବେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦରମା ପାକିସ୍ତାନୀ ମୁଦ୍ରାରେ ପ୍ରାୟ ତିନି ଲକ୍ଷ ଟଙ୍କା ଅଟେ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳରେ ଏକ ବଡ ଘର ପାଆନ୍ତି। ଏହା ବ୍ୟତୀତ ପରିବହନ, ରୋଷେଇ ଘର ପାଇଁ ଅନ୍ୟାନ୍ୟ ସୁବିଧା ଓ ଭତ୍ତା ମଧ୍ୟ ମିଳିଥାଏ। ଏହା ବ୍ୟତୀତ ସେମାନେ ବିଦେଶର ଯେକୌଣସି ସ୍ଥାନରୁ ୨ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ପାଇପାରିବେ, ଏଥିରେ କୌଣସି କଷ୍ଟମ ଡ୍ୟୁଟି ନାହିଁ। ତାଙ୍କର ଏକ ଲକ୍ଷ ଟଙ୍କା ବ୍ୟାକଅପ୍‌ ଟଙ୍କା ରହିଛି, ସେ ଜାତୀୟ, ଧାର୍ମିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଛଅ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

ପାକିସ୍ତାନରେ ସିନେଟର, ଜାତୀୟ ସଭାର ସଦସ୍ୟ ଏବଂ ମନ୍ତ୍ରୀଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ। ପାକିସ୍ତାନରେ ଜଣେ ସିନେଟରଙ୍କ ଦରମା ଚାରି ଲକ୍ଷ ଟଙ୍କା ଏବଂ ଜାତୀୟ ସଭାର ସଦସ୍ୟଙ୍କ ଦରମା ସାଢେ ୩ ଲକ୍ଷ ଟଙ୍କା। କେନ୍ଦ୍ର ମନ୍ତ୍ରୀଙ୍କ ଦରମା ୨.୩୫ ଲକ୍ଷ ଟଙ୍କା ଥିବାବେଳେ ରାଜ୍ୟ ମନ୍ତ୍ରୀମାନେ ବେତନ ହିସାବରେ ୨.୧୫ ଲକ୍ଷ ଟଙ୍କା ପାଇଛନ୍ତି। ପାକିସ୍ତାନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସର୍ବାଧିକ ଦରମା ରହିଛି। ଏହା ପ୍ରାୟ ନଅ ଲକ୍ଷ ଟଙ୍କା। ଅର୍ଥାତ ତାଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ଚାରିରୁ ପାଞ୍ଚ ଗୁଣ ଅଧିକ।

ଭାରତରେ ପ୍ରଧାନମନ୍ତ୍ରୀ ପଦବୀରେ ଥିବା ବ୍ୟକ୍ତିଙ୍କୁ ଭାରତ ସରକାରଙ୍କ ତରଫରୁ ମାସକୁ ୧ ଲକ୍ଷ ୬୬ ହଜାର ଟଙ୍କା ଦରମା ମିଳିଥାଏ। ଏହି ରାଶିରେ ୫୦ ହଜାର ଟଙ୍କା ମୌଳିକ ବେତନ, ୩ହଜାର ଟଙ୍କା ବ୍ୟୟ ଭତ୍ତା, ୪୫ହଜାର ଟଙ୍କା ସଂସଦ ଭତ୍ତା ଏବଂ ଦୈନିକ ୨ହଜାର ଟଙ୍କା ଭତ୍ତା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦାଖଲ ହୋଇଥିବା ନିର୍ବାଚନରେ ବ୍ୟକ୍ତିଗତ ସମ୍ପତ୍ତିର ସବିଶେଷ ତଥ୍ୟ ୩.୨ କୋଟି ଟଙ୍କା ଦିଆଯାଇଥିଲା। ଏଥିରେ ଦୁଇଟି ପ୍ରମୁଖ ଆୟର ଉତ୍ସ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମିଳିଥିବା ଦରମା ଏବଂ ଏହା ଉପରେ ମିଳିଥିବା ସୁଧ ଅନ୍ତର୍ଭୁକ୍ତ ।

ଭାରତରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷା ଅଧିକ ଦରମା ପାଆନ୍ତି। ଦେଶରେ ରାଷ୍ଟ୍ରପତିଙ୍କ ଦରମା ମାସିକ ୫ ଲକ୍ଷ ଟଙ୍କା ଥିବାବେଳେ ଉପରାଷ୍ଟ୍ରପତିଙ୍କ ଦରମା ୪ ଲକ୍ଷ ଟଙ୍କା। ୨୦୧୮ପୂର୍ବରୁ ରାଷ୍ଟ୍ରପତି ୧ ଲକ୍ଷ ୫୦ ହଜାର ଟଙ୍କା ପାଇଥିବାବେଳେ ଉପରାଷ୍ଟ୍ରପତି ୧ ଲକ୍ଷ ୨୫ ହଜାର ଟଙ୍କା ପାଉଥିଲେ।

ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରତି ମାସରେ ୧ ଲକ୍ଷରୁ ଅଧିକ ପେନସନ ପାଇଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀମାନେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ସୁବିଧା ପାଆନ୍ତି। ଏଥିରେ ଜୀବନ ଯାକ ପାଇଁ ମାଗଣା ଘର ସୁବିଧା, ମାଗଣା ଚିକିତ୍ସା ସହାୟତା, ୧୪ ଜଣଙ୍କର ସଚିବ କର୍ମଚାରୀ, ୬ଟି ଘରୋଇ ବିମାନ ଟିକେଟ, ସମ୍ପୂର୍ଣ୍ଣ ମାଗଣା ରେଳ ଯାତ୍ରା, ୫ ବର୍ଷ ପାଇଁ ସମ୍ପୂର୍ଣ୍ଣ ଅଫିସ ଖର୍ଚ୍ଚ, ଗୋଟିଏ ବର୍ଷ ପାଇଁ ଏସପିଜି ସୁରକ୍ଷା, ଆଜୀବନ ମାଗଣା ବିଦ୍ୟୁତ ଏବଂ ଜଳ ଏବଂ ବ୍ୟକ୍ତିଗତ ସହାୟକ, ପିଅନ, ବିମାନ ଏବଂ ଟ୍ରେନ ଯାତ୍ରା, ଅଫିସ ଖର୍ଚ୍ଚ ପାଇଁ ପାଞ୍ଚ ବର୍ଷ ପରେ ବାର୍ଷିକ ୬ହଜାର ଟଙ୍କା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?