କର୍ଲାମୁଣ୍ଡା/ରିଷିଡା:୧୧।୧(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜଗନ୍ନାଥ ଡିଗ୍ରୀ କଲେଜରେ କର୍ଲାମୁଣ୍ଡା ପ୍ରେସ କ୍ଳବର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଗଦାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ପ୍ରେସ କ୍ଲବ ସମ୍ପାଦକ ପ୍ରଦୀପ କୁମାର ସାହୁ, ବ୍ଲକ ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ରିଷିଡା ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ପ୍ରେସ କ୍ଳବ ଉପଦେଷ୍ଟା କମ୍ବୁପାଣି ସାହୁ ପ୍ରମୁଖ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ରାଜୀବ ଲୋଚନ ସ୍ମାରକୀ ସାମ୍ବାଦିକତା ସମ୍ମାନରେ କଳାହାଣ୍ଡି ଜିଲାର ବରିଷ୍ଠ ଖବରଦାତା ସୁରେଶ ଅଗ୍ରୱାଲଙ୍କୁ ସମ୍ମାନୀତ କରାଯାଇଥିଲା। ସେହିପରି ରୋହିତ ବିଶ୍ୱାଳ ସ୍ମାରକୀ ସାମ୍ବାଦିକତା ସମ୍ମାନରେ ରାଜକୁମାର ସିଂଦେଓଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଜଗଦୀଶ ନାଏକ ସ୍ମାରକୀ ସାମ୍ବାଦିକତା ସମ୍ମାନରେ କେସିଙ୍ଗା ବ୍ଲକ ଖବରଦାତା ଯଯାତି କିଶୋର ଦେଓଙ୍କୁ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମିଡିଆ ଦ ଫୋର୍ଥ ପିଲର ଅଫ ଡେମୋକ୍ରେସି ଏ କ୍ରିଟିକାଲ ଅନାଲିସିସ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସମ୍ପାଦକ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏଥିରେ ପ୍ରେସ କ୍ଲବର ସଭ୍ୟ ସତ୍ୟ ନାରାୟଣ କୁମାର, ଭଜଶ୍ୟାମ ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସତ୍ୟବ୍ରତ ବଗର୍ତ୍ତି, ବବୁଲୁ ଦଣ୍ଡସେନା, ତ୍ରିସଙ୍କ ରଣା, ଲିପୁ ସେଠ ଓ ଜଗନ୍ନାଥ ଡିଗ୍ରୀ କଲେଜର ଅଧ୍ୟାପକ ହିରୋଜ କୁମାର ଚାନ୍ଦ, ଶରତ କୁମାର ସାହୁ, ଘନଶ୍ୟାମ ସାହୁ ଓ କ୍ରୀଡ଼ା ଶିକ୍ଷକ ଲଳିତ କୁମାର ସାହୁ, କଲେଜ କର୍ମଚାରୀ ନବୀନ ରଣା, ମକୁନ୍ଦ ରଣା, ଶିବପ୍ରସାଦ ରଣା, ଭଗବାନ ରଣା, ମିଥିଲା ରଣା ପ୍ରମୁଖଙ୍କ ସହ ଛାତ୍ରୀଛାତ୍ର ସହଯୋଗ କରିଥିଲେ।