କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଫରକ୍‌ କ’ଣ? କାହାକୁ ମିଳେ କେତେ ଦରମା କେଉଁ ସୁବିଧା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରର ସମସ୍ତ ମନ୍ତ୍ରୀ ଚାରିଦିନ ପୂର୍ବରୁ ଶପଥ ଗ୍ରହଣ କରିଛନ୍ତି। ମୋଦି ସରକାରଙ୍କ ୭୧ ସଦସ୍ୟ ବିଶିଷ୍ଟ କ୍ୟାବିନେଟ ନିଜ ନିଜ ମନ୍ତ୍ରଣାଳୟରେ ଦାୟିତ୍ୱ ନେଇଛନ୍ତି। ମୋଦି ସରକାରରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ଜଣ ରାଜ୍ୟ(ସ୍ବାଧୀନ ଚାର୍ଜ) ମନ୍ତ୍ରୀ ଓ ୩୬ଜଣ ରାଜ୍ୟ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଜାଣନ୍ତି କି କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ। ସେମାନଙ୍କ ଭିତରେ ବଣ୍ଟାଯାଇଥିବା ଦାୟିତ୍ୱ ଭିନ୍ନ କି ନାହିଁ। ତାଙ୍କୁ ମିଳୁଥିବା ଦରମା ଏବଂ ସୁବିଧା ମଧ୍ୟରେ ପାର୍ଥକ୍ୟ କ’ଣ?

କ୍ୟାବିନେଟରେ ତିନି ପ୍ରକାରର ମନ୍ତ୍ରୀ ଅଛନ୍ତି। ଏଥିରେ ପ୍ରଥମଟି ହେଉଛି କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ (ସ୍ବାଧୀନ ମନ୍ତ୍ରୀ) ଏବଂ ତୃତୀୟଟି ହେଉଛି ରାଜ୍ୟ ମନ୍ତ୍ରୀ। କ୍ୟାବିନେଟରେ, କ୍ୟାବିନେଟ ମନ୍ତ୍ରୀମାନଙ୍କର ସର୍ବାଧିକ କ୍ଷମତା ଏବଂ ଅଧିକାର ଅଛି। ଦ୍ୱିତୀୟ ଶ୍ରେଣୀରେ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଚାର୍ଜ) ଯାହାଙ୍କର କ୍ଷମତା କ୍ୟାବିନେଟ ମନ୍ତ୍ରୀଙ୍କ ତୁଳନାରେ କମ ଅଟେ। ଏହା ପରେ, ତୃତୀୟ ବର୍ଗରେ ରାଷ୍ଟ୍ର ମନ୍ତ୍ରୀ, ଯାହାଙ୍କର କ୍ଷମତା ଅନ୍ୟ ମନ୍ତ୍ରୀଙ୍କ ତୁଳନାରେ ସବୁଠାରୁ କମ ଅଟେ।

କେନ୍ଦ୍ର ମନ୍ତ୍ରୀ ପରିଷଦ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହି ମନ୍ତ୍ରୀପରିଷଦ ସରକାରଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ବୈଠକରେ ସାମିଲ ହୋଇଥାନ୍ତି। ନୀତି ନିର୍ଦ୍ଧାରଣରେ କ୍ୟାବିନେଟ ମନ୍ତ୍ରୀ ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମ୍ବିଧାନର ଧାରା ୭୪ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ସହାୟତା ଏବଂ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ଗଠନ ହୋଇଥାଏ। ସେହିପରି ଧାରା ୭୫ ଅନୁସାରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିଥାନ୍ତି। ଏହି ଟିମ୍‌କୁ ମନ୍ତ୍ରୀ ପରିଷଦ କିମ୍ବା କ୍ୟାବିନେଟ ମନ୍ତ୍ରୀ କୁହାଯାଏ।

ପ୍ରଧାନମନ୍ତ୍ରୀଙ୍କ ପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି କ୍ୟାବିନେଟ ମନ୍ତ୍ରୀ। ସେମାନେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି। କ୍ୟାବିନେଟ ମନ୍ତ୍ରୀମାନଙ୍କୁ ମଧ୍ୟ ଏକରୁ ଅଧିକ ମନ୍ତ୍ରଣାଳୟ ଦିଆଯାଇପାରେ। ଏହି ମନ୍ତ୍ରୀମାନଙ୍କୁ କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ସାଧାରଣତଃ ବହୁ ଅଭିଜ୍ଞ ଏମପିଙ୍କୁ ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ଦିଆଯାଏ।

କ୍ୟାବିନେଟ ମନ୍ତ୍ରୀ ଆସିବା ପରେ ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ) ଆସିଛନ୍ତି। ଏହି ବର୍ଗର ମନ୍ତ୍ରୀମାନେ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି। ଏଥି ସହିତ, ସେମାନେ ନିଜ ବିଭାଗର ସ୍ବାଧୀନ ଦାୟିତ୍ୱରେ ଥାଆନ୍ତି। ତେବେ ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ) କ୍ୟାବିନେଟ ବୈଠକରେ ଯୋଗ ଦିଅନ୍ତି ନାହିଁ।

ତୃତୀୟ ବର୍ଗର ମନ୍ତ୍ରୀମାନେ ହେଲେ ରାଜ୍ୟ ମନ୍ତ୍ରୀ। ରାଜ୍ୟ ମନ୍ତ୍ରୀମାନେ ପ୍ରକୃତରେ କ୍ୟାବିନେଟ ମନ୍ତ୍ରୀଙ୍କ ସହଯୋଗୀ ଅଟନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କ୍ୟାବିନେଟ ମନ୍ତ୍ରୀଙ୍କୁ ରିପୋର୍ଟ କରନ୍ତି। ସାଧାରଣତଃ ମନ୍ତ୍ରଣାଳୟର ଆକାର ଅନୁସାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଅଧିନରେ ଜଣେ କିମ୍ବା ଦୁଇ ଜଣ ରାଜ୍ୟ ମନ୍ତ୍ରୀ ନିଯୁକ୍ତ ହୁଅନ୍ତି। ଉଦାହରଣ ସ୍ବରପ ଗୃହ, ଅର୍ଥ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗ ପରି ବଡ଼ ମନ୍ତ୍ରଣାଳୟରେ ଏପରି ହୋଇଥାଏ।

ଏବେ ପ୍ରଶ୍ନ ହେଉଛି, ସରକାରଙ୍କ ଏହି ତିନି ଭିନ୍ନ ମନ୍ତ୍ରୀଙ୍କ ଦରମା ଏବଂ ସୁବିଧା ଅଲଗା କି? କହିରଖୁଛୁ କି, ଲୋକ ସଭା ଏମପିଙ୍କୁ ପ୍ରତିମାସରେ ଦରମା ଏବଂ ଭତ୍ତା ସହିତ ମୋଟ ୨.୩୦ ଲକ୍ଷ ଟଙ୍କା ମିଳିଥାଏ। ପ୍ରଧାନମନ୍ତ୍ରୀଙ୍କ ୨.୩୩ ଲକ୍ଷ ଟଙ୍କା ଦରମା ମୁଳୁଥିବାବେଳେ କ୍ୟାବିନେଟ ମନ୍ତ୍ରୀଙ୍କୁ ୨.୩୨ଲକ୍ଷ ଟଙ୍କା, ରାଜ୍ୟ ମନ୍ତ୍ରୀ (ସ୍ବାଧୀନ ଚାର୍ଜ) ୨.୩୧ଲକ୍ଷ ଏବଂ ରାଜ୍ୟ ମନ୍ତ୍ରୀ ୨,୩୦,୬୦୦ ଟଙ୍କା ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?