Posted inଜାତୀୟ

ମହାଭିଯୋଗ ଓ ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ କ’ଣ ରହିଛି ପ୍ରାର୍ଥକ୍ୟ? କାହାକୁ ବିରୋଧ କରି ହୋଇଥାଏ ଭୋଟ୍‌

ନୂଆଦିଲ୍ଲୀ,୧୦।୮: ସଂସଦର ଚଳିତ ମୌସୁମୀ ଅଧିବେଶନର ଶେଷ ଦିବସରେ ହଙ୍ଗାମା ଯୋଗୁ ଗୃହ ଅଚଳ ହୋଇ ପଡିଥିଲା। ଶେଷ ଦିବସରେ ଆଜି ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଓ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଛି। ଜୟାଙ୍କୁ ସମର୍ଥନ କରି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଏମପିମାନେ ରାଗ୍ୟ ସଭାରେ କକ୍ଷତ୍ୟାଗ କରିଛନ୍ତି। ତେବେ ଏହି ବିବାଦ ଭିତରେବିରୋଧୀଙ୍କ ବିଶୃଙ୍ଖଳାରେ ଅତିଷ୍ଠ ହୋଇ ଧନଖର ଗତକାଲି କିଛି ସମୟ ପାଇଁ ଆସନ ଛାଡି ଚାଲିଯାଇଥିଲେ ଏବଂ ପୁଣି ଫେରି ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ। ଏସବୁକୁ ନେଇ ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧି ଇଣ୍ଡିଆ ମେଣ୍ଟ ଏକଜୁଟ ହୋଇଛନ୍ତି। ଧନକରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ସଜବାଜ ହୋଇଛନ୍ତି।
ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ମହାଭିଯୋଗ ପ୍ରସ୍ତାବ ଏବଂ ଏକ ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ ପାର୍ଥକ୍ୟ କ’ଣ?

ମହାଭିଯୋଗ ଶବ୍ଦର ଅର୍ଥ ହେଉଛି ସେହି ପଦର ସମସ୍ତ କ୍ଷମତା ଏବଂ ଦାୟିତ୍ୱ ଧାରଣ କରିଥିବା ବ୍ୟକ୍ତିଙ୍କୁ ଅପସାରଣ କରିବାକୁ ଅନୁସରଣ କରାଯାଉଥିବା ପ୍ରକ୍ରିୟା। ସମ୍ବିଧାନର ଧାରା ୬୧, ୧୨୪ (୪), (୫), ୨୧୭ ଏବଂ ୨୧୮ ରେ ଏହା ଉଲ୍ଲେଖ କରାଯାଇଛି। ସମ୍ବିଧାନର ଉଲ୍ଲଂଘନ, ଅସଦାଚରଣ କିମ୍ବା ଅକ୍ଷମତା ପ୍ରମାଣିତ ହେଲେ ହିଁ ନିୟମ ଅନୁଯାୟୀ ସଂସଦର ଯେକୌଣସି ଗୃହରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇପାରିବ। ତେବେ ଏହାକୁ ଲୋକସଭାରେ ପାରିତ କରାଇବା ପାଇଁ ୧୦୦ ଏମପିଙ୍କଙ୍କ ଦସ୍ତଖତ ଆବଶ୍ୟକ ଥିବାବେଳେ ଏହାକୁ ରାଜ୍ୟ ସଭାରେ ପାରିତ କରିବାକୁ ୫୦ଜଣ ଏମପିଙ୍କ ଦସ୍ତଖତ ଆବଶ୍ୟକ।

ଯଦି ଲୋକସଭାରେ କୌଣସି ବିରୋଧୀ ଦଳ ଅନୁଭବ କରନ୍ତି ଯେ ଶାସକ ଦଳ କିମ୍ବା ସରକାର ଗୃହରେ ବିଶ୍ୱାସ ହରାଇଛନ୍ତି ଏବଂ ଦେଶରେ ସରକାରଙ୍କ ନୀତି ଭଲ ନୁହେଁ, ତେବେ ସେହି ସମୟରେ ଅବିଶ୍ୱାସ ପ୍ରସ୍ତାବ ଅଣାଯା ପାରିବ। ଏହାକୁ ନୋ କନଫିଡେନ୍ସନ ମୋଶନ ବା ଅବିଶ୍ୱାସ ପ୍ରସ୍ତାବ ମଧ୍ୟ କୁହାଯାଏ। ଯଦି ବିରୋଧୀଦଳ ଦାବି କରନ୍ତି ଯେ, ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ, ଏଭଳି ପରିସ୍ଥିତିରେ ସରକାରଙ୍କୁ ଏହାକୁ ପ୍ରମାଣ କରିବାକୁ ପଡିବ। ଏହି ପ୍ରସ୍ତାବର ବ୍ୟବସ୍ଥା ସମ୍ବିଧାନର ଧାରା ୭୫ରେ କରାଯାଇଛି। ଏହା ଅନୁଯାୟୀ, ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନ କରି ପାରିଲେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟକୁ ଇସ୍ତଫା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?