Posted inଖେଳ

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ବିଚାର କରୁଛି। ଭାରତ ଗସ୍ତ କରିବାକୁ ମନା କରିବାରୁ ଆଇସିସି ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ସ୍ଥାନ ଦେଇଛି। ଯାହାକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ତେବେ ଏହି ବର୍ଜନ ନିଷ୍ପତ୍ତି ପାକିସ୍ତାନ କ୍ରିକେଟ୍ ପାଇଁ ଏକ ବଡ଼ ବିପଦ ହୋଇପାରେ।

ବର୍ଜନ କଲେ ପାକିସ୍ତାନ ସାମ୍ନା କରିବ ଏହି ୪ଟି ବଡ଼ ସଙ୍କଟ:
ଆର୍ଥିକ ସଙ୍କଟ: ପ୍ରତିଟି ସଦସ୍ୟ ଦେଶ ଆଇସିସି ସହ ଏକ ଚୁକ୍ତି ସ୍ୱାକ୍ଷର କରିଥାନ୍ତି। ଯଦି ପାକିସ୍ତାନ ଏଥିରୁ ଓହରିଯାଏ, ତେବେ ତାକୁ ମିଳିବାକୁ ଥିବା ବାର୍ଷିକ ପ୍ରାୟ ୩୧୬ କୋଟି ଟଙ୍କା ହରାଇବାକୁ ପଡ଼ିବ। ଆର୍ଥିକ ସ୍ଥିତି ଦୁର୍ବଳ ଥିବା PCB ପାଇଁ ଏହା ଏକ ଶକ୍ତ ଧକ୍କା ହେବ।

ଆଇସିସିର କଠୋର ପ୍ରତିବନ୍ଧକ: ଖେଳରେ ରାଜନୈତିକ ହସ୍ତକ୍ଷେପ ପାଇଁ ଆଇସିସି ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ କରିପାରେ। ଏଥିସହ ପାକିସ୍ତାନ ଠାରୁ ଏସିଆ କପ୍ ଏବଂ ଆଗାମୀ ୨୦୨୮ ମହିଳା T20 ବିଶ୍ୱକପ୍‌ର ଆୟୋଜନ ଅଧିକାର ଛଡ଼ାଇ ନିଆଯାଇପାରେ।

PSL ଉପରେ କଳା ବାଦଲ: ପାକିସ୍ତାନ ସୁପର ଲିଗ୍ (PSL) ର ସଫଳତା ବିଦେଶୀ ଖେଳାଳିଙ୍କ ଉପରେ ନିର୍ଭର କରେ। ଆଇସିସି ନିର୍ଦ୍ଦେଶରେ ଅନ୍ୟ ଦେଶର କ୍ରିକେଟ୍ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ PSL ରେ ଖେଳିବା ପାଇଁ NOC ନଦେଇ ପାରନ୍ତି, ଯାହା ଲିଗ୍‌କୁ ଧ୍ୱଂସ କରିଦେବ।

ଅନ୍ତର୍ଜାତୀୟ ସ୍ତରରେ ଏକଘରକିଆ: ବିଶ୍ୱକପ୍ ବର୍ଜନ କଲେ ପାକିସ୍ତାନ ଅନ୍ୟ ପ୍ରମୁଖ କ୍ରିକେଟ୍ ବୋର୍ଡମାନଙ୍କର ବିଶ୍ୱାସ ହରାଇବ। ଏହାଦ୍ୱାରା ଅନ୍ୟ ଦେଶମାନେ ପାକିସ୍ତାନ ସହ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଅମଙ୍ଗ ହୋଇପାରନ୍ତି।

PCB ଅଧ୍ୟକ୍ଷ ମୋହସିନ ନାକଭି ଏହି ବିଷୟରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରିଛନ୍ତି। ଯଦିଓ ପାକିସ୍ତାନ ଏକ ୧୫ ଜଣିଆ ଦଳ ଘୋଷଣା କରିଛି, ତଥାପି ସରକାରୀ ଅନୁମତି ମିଳିନଥିବାରୁ ଏହା ଏକ ପ୍ରକାର ଅନିଶ୍ଚିତତା ସୃଷ୍ଟି କରିଛି। ଆସନ୍ତା ୭ ଦିନ ମଧ୍ୟରେ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ।

ବିଶେଷଜ୍ଞଙ୍କ ମତରେ, ବାଂଲାଦେଶ ସହ ଏକତା ଦେଖାଇବା ଭିନ୍ନ କଥା କିନ୍ତୁ ବିଶ୍ୱକପ୍ ବର୍ଜନ କରିବା ପାକିସ୍ତାନ କ୍ରିକେଟ୍ ପାଇଁ ଏକ ‘ଆତ୍ମଘାତୀ ପଦକ୍ଷେପ’ ଛଡ଼ା ଆଉ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?