ପ୍ରଥମ ରୋଜଗାର ଟଙ୍କା ନେଇ କ’ଣ କୁହନ୍ତି ପ୍ରଶାସନିକ ଅଧିକାରୀ କାନନବାଳା ନାୟକ

ପିଲାଟି ଦିନରୁ ମୁଁ ଭାରି ସ୍ବାଭିମାନୀ। କାହାଠୁ କିଛି ମାଗିବାକୁ ମୋତେ ଆଦୌ ଭଲ ଲାଗେନା, ଏପରିକି ବାପା ମାଆଙ୍କୁ ମଧ୍ୟ। ପ୍ରାଥମିକ ସ୍କୁଲରେ ପଢ଼ିବା ଦିନରୁ କିଛି ନା କିଛି ରୋଜଗାର କରିବାର ପନ୍ଥା ଖୋଜୁଥାଏ। ଭାଗ୍ୟର ବିଡ଼ମ୍ବନା ମଧ୍ୟ ଏମିତି, ୪ର୍ଥ ଶ୍ରେଣୀରେ ପଢ଼ିବା ବେଳକୁ ବାପା କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ଇହଧାମ ତ୍ୟାଗକଲେ। ସେତେବେଳକୁ ମୋତେ ମାତ୍ର ୯ବର୍ଷ ବୟସ। ବାପା ଗଲା ପରେ ଅଭାବ ମୋର ସ୍ବାଭିମାନୀ ପ୍ରକୃତିଟିକୁ ବଢ଼େଇଦେଲା। ମାଆ ଜଣେ ଗୃହିଣୀ। ଆମର ଥିଲା ଯୌଥ ପରିବାର। ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ କାକାଙ୍କ ଉପରେ। କାକାଙ୍କୁ ଆମେ ପ୍ରବଳ ଭୟ। ତେଣୁ କିଛି ଦରକାର ହେଲେ ଆମେ କାକାଙ୍କୁ ଆଣିବା ପାଇଁ କହିପାରୁ ନ ଥିଲୁ। ସେଥିପାଇଁ ମୁଁ ମନେ ମନେ ସ୍ଥିର କଲି, ନିଜର ଖାତା କଲମର ଖର୍ଚ୍ଚ ମୁଁ ନିଜେ ବହନ କରିବି। ସେହିସମୟରେ ବିଦ୍ୟାଳୟର କେତେଜଣ ପିଲା ଷ୍ଟିକର ଓ ଜଳଛବି ବଜାରରୁ କମ୍‌ ପଇସାରେ ଆଣି ଅଧିକ ପଇସାରେ ଅନ୍ୟ ପିଲାଙ୍କୁ ବିକ୍ରି କରୁଛନ୍ତି। ତାହା ଦେଖି ମୁଁ ମନେ ମନେ ସ୍ଥିରକଲି ମୁଁ ବି ଏମିତି ରୋଜଗାର କରିବି। ହେଲେ ଷ୍ଟିକର କି ଜଳଛବି କିଣିବା ପାଇଁ ପଇସା କେଉଁଠୁ ଆଣିବି? ମାଆ ପାଖରେ ଚାରଣିଟିଏ ନ ଥାଏ ବୋଲି ମୁଁ ଜାଣିଥିଲି। କାକାଙ୍କୁ ମାଗିଲେ ଗାଳି ଶୁଣିବି,ଏକଥା ବହୁତ ଭଲ ଭାବରେ ଜାଣିଥିଲି। ବାପା କି ମାଆଙ୍କ ଭିତରୁ କେହି ଜଣେ ଯଦି ଅସମୟରେ ଛାଡ଼ି ଚାଲିଯାଏ, ତେବେ ପିଲାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ ହୋଇଯାଆନ୍ତି। କଥାରେ ଅଛି ‘ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ’। ମୋ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଲା। ଯେଉଁ ପିଲାମାନେ ବଜାରରୁ ଷ୍ଟିକର ଓ ଜଳଛବି ଆଣୁଥିଲେ ତାଙ୍କ ଭିତରୁ ଜଣେ ମୋର ଭଲ ସାଙ୍ଗ ଥିଲା। ମୁଁ ତାକୁ ଯାଇ କହିଲି, ତୁ ମୋତେ କିଛି ଷ୍ଟିକର ଦେ, ମୁଁ ତାକୁ ବିକ୍ରିକରି ତତେ ତୋ ପଇସା ଫେରାଇଦେବି। ସେ ମୋ କଥାରେ ରାଜିହୋଇ ମତେ ଚାରିଟି ଷ୍ଟିକର ଦେଲା; ଯାହାର ମୂଲ୍ୟ ଏକ ଟଙ୍କା ଥିଲା। ମୁଁ ସେ ଷ୍ଟିକରକୁ ତିନି ଟଙ୍କାରେ ଅନ୍ୟ ପିଲାଙ୍କୁ ବିକିଲି। ତାକୁ ତା’ର ଟଙ୍କାଟେ ଫେରାଇଦେଲି ଏବଂ ଆଉ ୨ ଟଙ୍କାରେ ବଜାରରୁ ଷ୍ଟିକର ଆଣିବାକୁ କହିଲି। ସେହି ୨ଟଙ୍କା ହିଁ ଥିଲା ମୋର ପ୍ରଥମ ରୋଜଗାର; ଯାହାକୁ ଉପଯୋଗକରି ମୁଁ ଆଉ କିଛି ଟଙ୍କା ଅର୍ଜନ କରିବାକୁ ସକ୍ଷମ ହେଲି। ଖାତା ଓ କଲମ ପାଇଁ ମୋତେ ଆଉ କାହା ଆଗରେ ହାତ ପତାଇବାକୁ ପଡ଼ିଲାନାହିଁ। ୬ଷ୍ଠଶ୍ରେଣୀରେ ପଢ଼ୁଥିବା ସମୟରେ ଦିନେ ଆମ ସ୍କୁଲର ପ୍ରଧାନ ଶିକ୍ଷକ ଖାଇବାଛୁଟିରେ ମତେ ଆଉ ୨ ଜଣ ପୁଅ ପିଲାଙ୍କୁ ଡାକି କହିଲେ, ତୁମ ପାଇଁ ଗୋଟେ ଖୁସିର ଖବର ଅଛି। ତୁମେ ୩ଜଣ ତୃତୀୟ ଶ୍ରେଣୀରେ ସ୍କଲାରଶିପ୍‌ ପାଇଛ। ସେଥର ସ୍କଲାରଶିପରେ ମିଳିଥିଲା ୯ ଟଙ୍କା। ସେ ସମୟରେ ଆମ ଘରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ଘରୁ ସ୍କୁଲର ଦୂରତା ୧ କି.ମି.ରୁ ଅଳ୍ପ ଅଧିକ ହେବ। ସେ ସମୟରେ ଝିଅପିଲାମାନେ ସାଇକେଲ ଚଲାଉ ନ ଥିଲେ। ତେଣୁ ପ୍ରାୟ ସମସ୍ତେ ଚାଲି ଚାଲି ସ୍କୁଲ ଯାଉଥିଲେ। ରାସ୍ତାରେ ପାଦରେ କିଛି ଫୋଡ଼ି ନ ହେବା ପାଇଁ ପାଦରେ ଚପଲ ପିନ୍ଧୁଥିଲେ। ଅର୍ଥାଭାବରୁ ମୋର ପାଦରେ ଚପଲ ହଳେ ନ ଥିଲା। ଫୁଙ୍ଗୁଳା ପାଦରେ ଏତେ ରାସ୍ତା ଯିବାକୁ ଭାରି କଷ୍ଟ ହେଉଥିଲା। ତେଣୁ ମୁଁ ମୋ ସ୍କଲାରଶିପ୍‌ ଟଙ୍କାରେ ବାଟା ଚପଲ ହଳେ କିଣିଥିଲି। ଠୁଙ୍ଗା ତିଆରିଠାରୁ ଆରମ୍ଭକରି ଛେଳି ପାଳି ନିଜର ପାଠପଢ଼ା ସହ ଅନ୍ୟାନ୍ୟ ଖର୍ଚ୍ଚ ଉଠାଇଛି ଅନ୍ୟ ଭଉଣୀଙ୍କ ସହାୟତାରେ ହାଇସ୍କୁଲ ପଢ଼ିବା ସମୟରେ। ଫାଷ୍ଟ ଡିଭିଜନରେ ମାଟ୍ରିକ୍‌ ପାସ୍‌କଲି। ତା’ପରେ ଟ୍ୟୁଶନକରି ଯୁକ୍ତ୨ରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଲି। ସ୍ନାତକରେ ଡିଷ୍ଟିଂଶନ ସହ ଅନର୍ସରେ ସବୁ ପିଲାଙ୍କଠୁ ବେଶି ନମ୍ବର ରଖି ବାରିପଦା ଏମ୍‌ପିସି କଲେଜରୁ ପାସ୍‌କଲି। ସେହି ଟ୍ୟୁଶନ କରିବା ଭିତରେ ମୁଁ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ହେବାର ସୁଯୋଗ ପାଇଲି। ଓଡ଼ିଶା ଅର୍ଥ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମକରି ଉଚ୍ଚ ବେତନ ପାଉଥିବା ମୋର ଆଜିର ରୋଜଗାର ପିଲାବେଳର ସେହି ଷ୍ଟିକର ବିକ୍ରିର ରୋଜଗାରଠାରୁ କାହିଁକି କେଜାଣି କମ୍‌ ଓ ଫିକା ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?