କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହେଉଛନ୍ତି ଶିଶୁ: ଜାଣନ୍ତୁ କିଭଳି ଥାଏ ଲକ୍ଷଣ; ରହିବେ ସତର୍କ

ନୂଆଦିଲ୍ଲୀ,୧୨।୫: କୋଭିଡ ୧୯ର ଚିକିତ୍ସା କରୁଥିବା ଡାକ୍ତରମାନେ ମହାମାରୀର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହି ମହାମାରୀ ଏବେ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦେଖାଯାଉଛି। ବିଶେଷକରି ପିଲାଙ୍କ ଦେହରେ ଦୀର୍ଘଦିନ ଧରି ଜ୍ୱର ଏବଂ ଅନ୍ୟ ଲକ୍ଷଣ ଦେଖାଯାଉଥିବା ଡାକ୍ତରମାନେ କହିଛନ୍ତି। ଆସନ୍ତୁ ଜାଣିବା:

ଶିଶୁଙ୍କ ଦେହରେ କୋଭିଡର ଲକ୍ଷଣ:

-ଜ୍ୱର: ହାଲକା ଏବଂ ଲଗାତାର ଭାବେ ଜ୍ୱର ଆସିବା ସଂକ୍ରମଣର ସାଧାରଣ ଲକ୍ଷଣ। ବଡ଼ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଥାଏ।

-ଥକାପଣ: ଥକ୍କା ଲାଗିବା ନଚେତ ଦେହ ଅବଶ ପରି ଲାଗିବା ମଧ୍ୟ କରୋନାର ଅନ୍ୟ ସଙ୍କେତ। କୋଭିଡରେ ସଂକ୍ରମିତ ହେଲେ ପିଲାଙ୍କ ଦେହରେ ଏଭଳି ଲକ୍ଷଣ ଦେଖାଯାଇଥାଏ। ଏବେ ମଧ୍ୟରେ ସଂକ୍ରମିତ ୫୫% ଶିଶୁଙ୍କୁ ଏଭଳି ଲାଗୁଥିବା ଦେଖାଯାଇଛି।

-ମୁଣ୍ଡବିନ୍ଧା: ଏହା କରୋନାର ପ୍ରାରମ୍ଭିକ ଲକ୍ଷଣ ନ ହେଲେ ବି ୧୪% ବୟସ୍କଙ୍କ କ୍ଷେତ୍ରରେ ଏହା ଦେଖାଯାଇଛି। ଶିଶୁମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ ହୋଇପାରେ।

-ପତଳା ଝାଡ଼ା/ବାନ୍ତି: କୋଭିଡ ସଂକ୍ରମିତ ଶିଶୁଙ୍କ ଦେହରେ ଏଭଳି ଲକ୍ଷଣ ଦେଖାଯାଇପାରେ।

-ପେଟ ବିନ୍ଧା- କୋଭିଡର ଗେଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଲକ୍ଷଣ ଦ୍ୱିତୀୟ ଲହରରେ ଅନେକ ଶିଶୁଙ୍କଠାରେ ଦେଖିବାକୁ ମିଳୁଛି। ପେଟରେ ଯନ୍ତ୍ରଣା, ଓଜନିଆ ଲାଗିବା ଭଳି ସଙ୍କେତ ଆସିଲେ ଶିଶୁଟି ଏହି ସମସ୍ୟାରେ ପୀଡ଼ିତ ବୋଲି ସ୍ପଷ୍ଟ ହୋଇଯାଆନ୍ତୁ।

-ତ୍ୱଚାରେ ଆଲର୍ଜି ଭଳି ନଜର ଆସିବା, ଲାଲ ରଙ୍ଗର ଦାଗ ଆଦି ଲକ୍ଷଣ ଦେଖାଯାଇପାରେ।

ଉପଚାର: ଶିଶୁଙ୍କୁ କୋଭିଡ ହେଲେ ତାର ଉପଚାର ଘରେ ହିଁ ହୋଇପାରିବ। କେବଳ ଗୁରୁତର ଆବଶ୍ୟକତା ଥିଲେ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିପାରେ। ତେବେ ସଂକ୍ରମିତ ହୋଇଥିବା ଶିଶୁଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରନ୍ତୁ। ଗାଇଡ୍‌ଲାଇନ୍‌ ପାଳନ କରିବା ସହ ତାଙ୍କୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri