Posted inUncategorized

ନୂଆ ବର୍ଷରେ ଭ୍ରମଣ

ନୂଆ ବର୍ଷର ଖୁସିକୁ ଦ୍ବିଗୁଣିତ କରିବା ପାଇଁ ଅନେକେ ଏହି ସମୟରେ ପାର୍ଟି, ଫଙ୍କସନ୍‌, ପିକ୍‌ନିକ୍‌ ଇତ୍ୟାଦିର ପ୍ଲାନିଂ କରିଥାନ୍ତି। କିନ୍ତୁ ଏହି ପ୍ଲାନିଂ କରିବା ପୂର୍ବରୁ ଜାଣି ରଖିବା ଦରକାର ଯେ, ନୂଆ ବର୍ଷର ଛୁଟି କଟାଇବା ପାଇଁ କେଉଁ କେଉଁ ସ୍ଥାନ ପରଫେକ୍ଟ ତାହା ପୁଣି କରୋନା ମହାମାରୀ ସମୟରେ। ଏଠାରେ ସେମିତି କେତୋଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାରେ କରୋନା ସଚେତନତାକୁ ମାନିବା ସହ ନୂଆବର୍ଷକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହକାରେ ସ୍ବାଗତ କରିବାକୁ ଯୋଜନା କରାଯାଇଛି..

ଲାକ୍ଷାଦ୍ୱୀପ: ବର୍ତ୍ତମାନର କରୋନା ମହାମାରୀକୁ ଯଦି ଧ୍ୟାନରେ ରଖିବା ତା’ହେଲେ ଲାକ୍ଷାଦ୍ୱୀପ ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଏହି ବିପତ୍ତି ପ୍ରାୟତଃ ନିୟନ୍ତ୍ରଣରେ ରହିଥିବା ସୂଚନା ରହିଛି। ତେଣୁ ବ୍ୟସ୍ତମୟ ଜୀବନରୁ କିଛି ସମୟର ବିରତି ନେଇ ଯଦି ଆପଣ ନୂଆବର୍ଷକୁ କେଉଁ ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ କଟାଇବାକୁ ଚାହୁଁଥାନ୍ତି, ତା’ହେଲେ ଲାକ୍ଷାଦ୍ୱୀପ ଆପଣଙ୍କ ପାଇଁ ବେଷ୍ଟ ହେବ। ମୁଖ୍ୟତଃ ଏଠାକାର ଶାନ୍ତ, ସୁନ୍ଦର ବେଳାଭୂମିରେ କିଛି କ୍ଷଣ ବସିପଡ଼ିଲେ ଥକାପଣ ଚୁଟ୍‌କିରେ ଦୂର ହୋଇଗଲା ଭଳି ମନେହୁଏ। ତେବେ ନୂଆବର୍ଷ ଅବସରରେ ପର୍ଯ୍ୟଟକ ଏଠାରେ ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟକୁ ମନଭରି ଉପଭୋଗ କରିବା ସହ ଫଟୋ ଉଠାଇପାରିବେ ଏବଂ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଜା ମଧ୍ୟ ନେଇପାରିବେ। ତା’ସହିତ ସୁମଧୁର ମ୍ୟୁଜିକ୍‌ର ତାଳେ ତାଳେ ଚାହିଁଲେ ନାଚି, ଗାଇ ମନକୁ କିଛି କ୍ଷଣ ପାଇଁ ହାଲ୍‌କା ବି କରିପାରିବେ।

ଗୋଆ: ଏହା ଭାରତର ଏକ ଛୋଟ ରାଜ୍ୟ ହୋଇଥିଲେ ବି ଏଠାରେ ଛୋଟବଡ ହୋଇ ପ୍ରାୟ ୪୦ଟି ସମୁଦ୍ରତଟ ଥିବାର ସୂଚନା ରହିଛି। ତନ୍ମଧ୍ୟରୁ କେତେକ ସମୁଦ୍ରତଟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ମଧ୍ୟ ଅର୍ଜନ କରିପାରିଛି। ଖାସ୍‌ ଏହି କାରଣ ପାଇଁ ଗୋଆ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଛି। ତେବେ ଏଠାକାର କେତେକ ସମୁଦ୍ରତଟରେ ବିଭିନ୍ନ ପ୍ରକାରର ଜଳକ୍ରୀଡା ଯେମିତି କି ବାନାନା ବୋଟ୍‌ ରାଇଡ୍ସ, ପାରାସେଲିଂ, ଜେଟ୍‌ ସ୍କି, ୱାଟର୍‌ ସ୍କୁଟର୍‌ ରାଇଡ୍‌ ଇତ୍ୟାଦି କରିବାର ସୁଯୋଗ ବି ରହିଛି। ତା’ଛଡା ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଗୋଆରେ ଅନେକ ଧାର୍ମିକସ୍ଥଳ, ଐତିହାସିକ ଚର୍ଚ୍ଚ, ବନ୍ୟପ୍ରାଣୀ ଅଭୟାରଣ୍ୟ, ମ୍ୟୁଜିୟମ୍‌ ତଥା ବିଜ୍ଞାନ ପରିଦର୍ଶନାଗାର ଇତ୍ୟାଦି ମଧ୍ୟ ଅଛି। ଖାସ୍‌ ଏହି କାରଣ ଯୋଗୁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ। ହେଲେ କରୋନା ମହାମାରୀ ପାଇଁ ବେଶ୍‌ କିଛିଦିନ ଏଠାକୁ ପର୍ଯ୍ୟଟକଙ୍କର ଆଗମନକୁ ନେଇ କଟକଣା ରହିଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଟିକେ ସୁଧାର ଆସିବାରୁ ଗୋଆ ତା’ର ପର୍ଯ୍ୟଟକଙ୍କୁ ପୁଣିଥରେ ସ୍ବାଗତ କରିବା ଆରମ୍ଭ କରିଛି। କାରଣ ଏଠାରେ ମହାମାରୀର ପରିସ୍ଥିତି ପ୍ରାୟ ନିୟନ୍ତ୍ରଣରେ ରହିଥିବା ସୂଚନା ମିଳୁଛି। ତଥାପି ଏଠି ସାବଧାନତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ତେଣୁ ନୂଆବର୍ଷ ଅବସରରେ ଏଠାକୁ ବୁଲି ଯିବାରେ କୌଣସି ଅସୁବିଧା ନାହିଁ।

ମଧ୍ୟପ୍ରଦେଶ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ କିଛିଦିନ ପାଇଁ ପର୍ଯ୍ୟଟନକୁ ବନ୍ଦ ରଖିବା ପରେ ଏବେ ପୁଣିଥରେ ପର୍ଯ୍ୟଟକଙ୍କୁ ବୁଲାବୁଲି କରିବାକୁ ଅନୁମତି ପ୍ରଦାନ କରିଛି। ତେବେ ଏହା ହେଉଛି ଭାରତର ଏମିତି ଏକ ରାଜ୍ୟ, ଯାହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର ତଥା ଆକର୍ଷଣୀୟ ଦୁର୍ଗ ଓ ମହଲ ଦ୍ୱାରା ଆଗନ୍ତୁକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ତା’ଛଡା ଏଠାରେ ଅନେକ ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ରହିଛି, ଯେଉଁଠାରେ ଆଗନ୍ତୁକ ବିଭିନ୍ନ ପ୍ରକାର ଲୁପ୍ତପ୍ରାୟ ପଶୁପକ୍ଷୀ ତଥା ବୃକ୍ଷଲତାକୁ ଦେଖିବାର ସୁଯୋଗ ପାଇପାରିବେ। ନୂଆବର୍ଷ ଅବସରରେ ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିବାକୁ ଯାଇପାରିବେ। କାରଣ ଏବେ ଏଠାରେ କରୋନା ପରିସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଥିବା ସୂଚନା ରହିଛି।
ରାଜସ୍ଥାନ: ଏହା ଭାରତର ଏମିତି ଏକ ରାଜ୍ୟ, ଯାହାର ପ୍ରତି ଜିଲାରେ ଅନେକ ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଥାଏ। ବିଶେଷ କରି ଐତିହାସିକ ଦୁର୍ଗମାନ ଏଠାକାର ପ୍ରାୟ ସବୁ ସ୍ଥାନରେ ରହିଛି। ତା’ଛଡ଼ା ଏଠାରେ ଅନେକ ପୌରାଣିକ ମନ୍ଦିର ବି ଦେଖାଯାଏ। କହିବାକୁ ଗଲେ ଏଠାକାର ପର୍ଯ୍ୟଟନ ଉଦ୍ୟୋଗ ବେଶ୍‌ ସମୃଦ୍ଧିଶାଳୀ। କେବଳ ଦୁର୍ଗ ନୁହେଁ ଆଗନ୍ତୁକମାନେ ଏଠାରେ ଅନେକ ମହଲ, ଆକର୍ଷଣୀୟ ବଗିଚା, ମନ୍ଦିର, ବଜାର, ଜାତୀୟ ଉଦ୍ୟାନ, ପ୍ରାକୃତିକ ତଥା ମନୁଷ୍ୟ କୃତ ହ୍ରଦ ଓ ବହୁତଳ କୂପ ଇତ୍ୟାଦି ବି ଦେଖିପାରିବେ। ତେବେ କରୋନା ପରିସ୍ଥିତି ଏବେ ଏଠାରେ ନିୟନ୍ତ୍ରଣରେ ରହିଥିବାରୁ, ନୂଆବର୍ଷ ଅବସରରେ ପର୍ଯ୍ୟଟକ ଚାହିଁଲେ ଏଠାକୁ ବି ବୁଲି ଯାଇ ଅନେକ ଅନୁଭୂତି ସାଉଁଟିପାରିବେ।

କେବଳ ଏତିକି ସ୍ଥାନ ନୁହେଁ, ଭାରତରେ ଆହୁରି ଅନେକ ସ୍ଥାନ ବି ଅଛି ଯେମିତି କି ପୁଡୁଚେରୀ, କୋଲକାତା ଇତ୍ୟାଦି; ଯେଉଁଠାରେ କରୋନା ପରିସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଥିବାରୁ ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ନୂଆବର୍ଷର ଛୁଟି କାଟିବାକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରୁ ଆମେରିକା, ମେକ୍ସିକୋର ବିଦାୟ ପରେ କମିଲା କକ୍ୱାର୍ଟରଫାଇନାଲ ଟିକେଟ ମୂଲ୍ୟ

ନ୍ୟୁୟର୍କ,୧୧ା୭: ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା ଓ ମେକ୍ସିକୋର ବିଦାୟ ପରେ କ୍ୱାର୍ଟରଫାଇନାଲ ମ୍ୟାଚ୍‌ଗୁଡ଼ିକର ଟିକେଟ ମୂଲ୍ୟ ହ୍ରାସ ପାଇଛି। ଫାଇନାଲ ମ୍ୟାଚର ୧,୨୦୦ ଆସନ ଏପର୍ଯ୍ୟନ୍ତ ଖାଲିପଡ଼ିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri