ଓଡ଼ିଶାକୁ ଡବ୍ଲ୍ୟୁଏଫ୍‌ପିର ପ୍ରଶଂସା

ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରୋମ୍‌ସ୍ଥିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ଗରିବ, ମହିଳାଙ୍କ ଜୀବନଜୀବିକା, ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ କିଭଳି ସୁଦୃଢ଼ କରାଯାଇପାରିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେବାସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସଫଳତା ବଖାଣିଥିଲେ। ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା, ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ହେଉଥିବା ରୂପାନ୍ତରୀକରଣକୁ ଡବ୍ଲ୍ୟୁଏଫ୍‌ପି ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।
ଡବ୍ଲ୍ୟୁଏଫ୍‌ପି ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଡେଭିଡ୍‌ ବିସ୍‌ଲେ ଏବଂ ତାଙ୍କ ଟିମ୍‌ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଲେ, ଗତ ଦୁଇଦଶନ୍ଧି ଧରି ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରୀକରଣ ଯାତ୍ରା ଜାରି ରହିଛି। ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ, ଜଳବାୟୁ ପରିବର୍ତ୍ତନ ପ୍ରତିକାର, ଜୀବନଜୀବିକା, ପୁଷ୍ଟିସାଧନ କ୍ଷେତ୍ରରେ ଅନେକ ବୃହତ୍‌ ବିକାଶମୂଳକ ଯୋଜନା ପ୍ରସ୍ତୁତ କରାଯାଇଛି। ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ନେଇ ରାଜ୍ୟ ଆଗକୁ ବଢୁଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଜରିଆରେ ସମଗ୍ର ବିଶ୍ୱକୁ ଆମର ଅଭିଜ୍ଞତା ବିଷୟରେ ଅବଗତ କରାଇବା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରି ବିସ୍‌ଲେ କହିଲେ, ଡବ୍ଲ୍ୟୁଏଫ୍‌ପି ସହଭାଗିତାରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ମହିଳାଙ୍କୁ ଆର୍ଥିକ ସୁଯୋଗ ଦେବା ଲାଗି
ଓଡ଼ିଶାକୁ ଡବ୍ଲ୍ୟୁଏଫ୍‌ପିର …
ଏକାଧିକ କାର୍ଯ୍ୟକ୍ରମ ଜାରି ରହିଛି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଭାବ ବିନିମୟ କରିଛନ୍ତି। ଓଡ଼ିଶାରେ ଜୀବନଜୀବିକା ଓ ଖାଦ୍ୟ ସୁରକ୍ଷାକୁ କିପରି ଅଧିକ ସୁଦୃଢ଼ କରାଯାଇ ପାରିବ, ତାହା ଆମର ଲକ୍ଷ୍ୟ। ଡବ୍ଲ୍ୟୁଏଫ୍‌ପି ସହଯୋଗରେ ଓଡ଼ିଶା ଶୂନ୍ୟ ଭୋକିଲା ଓ ଜାତିସଂଘର ଅନ୍ୟ ଦୀର୍ଘମିଆଦୀ ବିକାଶମୂଳକ ଲକ୍ଷ୍ୟ ହାସଲ କରିପାରିଛି। ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ହେଉଥିବା ରୂପାନ୍ତରୀକରଣକୁ ବିସ୍‌ଲେ ସ୍ବୀକୃତି ଦେବା ସହ ପ୍ରଶଂସା କରିଛନ୍ତି। ଓଡ଼ିଶା ସଫଳତାର କାହାଣୀ ଅନ୍ୟ ଦେଶଗୁଡ଼ିକ ପାଇଁ ଶିକ୍ଷଣୀୟ ସୁଯୋଗ ଦେବ। ଡବ୍ଲ୍ୟୁଏଫ୍‌ପି ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ବିଶ୍ୱସ୍ତରୀୟ ତାଲିମ ପ୍ଲାଟଫର୍ମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜାତିସଂଘର ଡବ୍ଲ୍ୟୁଏଫ୍‌ପି ଆସିଷ୍ଟାଣ୍ଟ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭେଲେରି ଏନ୍‌. ଗୁରନେରି, ମନୋଜ ଜୁନେଜା, କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି, ଡବ୍ଲ୍ୟୁଏଫ୍‌ପି ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି. ଯାଦବ, ଆବାସିକ କମିଶନର ରବିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୧ରେ ଡବ୍ଲ୍ୟୁଏଫ୍‌ପି ଏବଂ ଓଡ଼ିଶା ସରକାର ୪ଟି ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ୬ଟି ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri