ପାଶ୍ଚାତ୍ୟ ରାଷ୍ଟ୍ର ମିଥ୍ୟା ସାମ୍ରାଜ୍ୟ

ମସ୍କୋ,୧।୩: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହା ଉପରେ ପ୍ରତିବନ୍ଧକ ବଢ଼ାଇବାରେ ଲାଗିଛନ୍ତି। ରୁଷିଆର କେତେକ ବ୍ୟାଙ୍କକୁ ସ୍ବିଫ୍ଟ ସିଷ୍ଟମରୁ ବାଦ୍‌ ଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ନିଷ୍ପତ୍ତି ନେବା ପରେ ସୋମବାର ରୁବଲ୍‌ ଭୁଶୁଡ଼ି ପଡ଼ିଛି। ରୁଷୀୟମାନେ ସେମାନଙ୍କ ଜମା ଅର୍ଥ ଉଠାଇ ନେବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି। ପାଶ୍ଚାତ୍ୟ କଟକଣାରେ ପ୍ରଭାବିତ ହୋଇଥିବା ରୁଷିଆରୁ ରାଷ୍ଟ୍ର ପୁଞ୍ଜିବାଦର ଅନ୍ତ ଘଟାଇବାକୁ ଆହ୍ବାନ ଦିଆଗଲାଣି। ପଶ୍ଚିମ ରାଷ୍ଟ୍ରଗୁଡ଼ିକର ପ୍ରତିବନ୍ଧକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ଷୁବ୍ଧ ହୋଇଛନ୍ତି। ସେ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ଏଲ୍‌ଭିରା ନବିଉଲ୍ଲିନା ଏବଂ ସର୍ବବୃହତ ଋଣପ୍ରଦାନକାରୀ ସଂସ୍ଥା ସବେରବ୍ୟାଙ୍କର ସିଇଓ ଜର୍ମାନ ଗ୍ରେଫ୍‌ଙ୍କ ସମେତ ଉଚ୍ଚ ପଦାଧିକାରୀମାନଙ୍କୁ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ପୁଟିନ୍‌ ୟୁରୋପୀୟ ସଂଘକୁ ମିଥ୍ୟାର ସାମ୍ରାଜ୍ୟ ବୋଲି କହିଛନ୍ତି। ମିଛର ସାମ୍ରାଜ୍ୟ ଆମ ଦେଶ ବିରୋଧରେ କଟକଣା ଲଗାଉଛି। ପାଶ୍ଚାତ୍ୟ ସହଯୋଗୀ ଦେଶଗୁଡ଼ିକର କଟକଣା ପରେ ସପ୍ତାହର ପ୍ରଥମ ଦିନରେ ରୁଷିଆର ଅର୍ଥନୀତିରେ ଅଚଳାବସ୍ଥା ଦେଖାଦେଇଛି। ସ୍ବିଫ୍ଟ ବ୍ୟାଙ୍କ ମେସେଜିଂ ସିଷ୍ଟମରୁ ରୁଷିଆର କେତେକ ବ୍ୟାଙ୍କ ବାଦ୍‌ ପଡ଼ିଥିବାବେଳେ ଏହାର କେନ୍ଦ୍ରୀୟ ବ୍ୟାଙ୍କ ସମ୍ପତ୍ତିକୁ ଅଚଳ କରିଦିଆଯାଇଛି। ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣକୁ ଅରବପତି ମିଖାଇଲ୍‌ ଫ୍ରିଡମାନ୍‌ ବିରୋଧ କରିଥିବାବେଳେ ରାଷ୍ଟ୍ର ପୁଞ୍ଜିବାଦ ଅନ୍ତ ଘଟିବା ସମୟ ଆସିଯାଇଛି ବୋଲି ରୁଷିଆର ଅନ୍ୟତମ ଟାଇକୁନ୍‌ ଓଲେଗ ଡେରିପାସ୍କା କହିଛନ୍ତି। ସେହିପରି ବିଲୟନେୟାର ଓଲେଗ ଟିଙ୍କୋଭ୍‌ ଯୁଦ୍ଧକୁ ବିରୋଧ କରିବା ସହ ଔଷଧ ଓ ଗବେଷଣାରେ ସରକାର ଅର୍ଥ ବ୍ୟୟ କରିବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri