ପାଶ୍ଚାତ୍ୟ ରାଷ୍ଟ୍ର ମିଥ୍ୟା ସାମ୍ରାଜ୍ୟ

ମସ୍କୋ,୧।୩: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହା ଉପରେ ପ୍ରତିବନ୍ଧକ ବଢ଼ାଇବାରେ ଲାଗିଛନ୍ତି। ରୁଷିଆର କେତେକ ବ୍ୟାଙ୍କକୁ ସ୍ବିଫ୍ଟ ସିଷ୍ଟମରୁ ବାଦ୍‌ ଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ନିଷ୍ପତ୍ତି ନେବା ପରେ ସୋମବାର ରୁବଲ୍‌ ଭୁଶୁଡ଼ି ପଡ଼ିଛି। ରୁଷୀୟମାନେ ସେମାନଙ୍କ ଜମା ଅର୍ଥ ଉଠାଇ ନେବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି। ପାଶ୍ଚାତ୍ୟ କଟକଣାରେ ପ୍ରଭାବିତ ହୋଇଥିବା ରୁଷିଆରୁ ରାଷ୍ଟ୍ର ପୁଞ୍ଜିବାଦର ଅନ୍ତ ଘଟାଇବାକୁ ଆହ୍ବାନ ଦିଆଗଲାଣି। ପଶ୍ଚିମ ରାଷ୍ଟ୍ରଗୁଡ଼ିକର ପ୍ରତିବନ୍ଧକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ଷୁବ୍ଧ ହୋଇଛନ୍ତି। ସେ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ଏଲ୍‌ଭିରା ନବିଉଲ୍ଲିନା ଏବଂ ସର୍ବବୃହତ ଋଣପ୍ରଦାନକାରୀ ସଂସ୍ଥା ସବେରବ୍ୟାଙ୍କର ସିଇଓ ଜର୍ମାନ ଗ୍ରେଫ୍‌ଙ୍କ ସମେତ ଉଚ୍ଚ ପଦାଧିକାରୀମାନଙ୍କୁ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ପୁଟିନ୍‌ ୟୁରୋପୀୟ ସଂଘକୁ ମିଥ୍ୟାର ସାମ୍ରାଜ୍ୟ ବୋଲି କହିଛନ୍ତି। ମିଛର ସାମ୍ରାଜ୍ୟ ଆମ ଦେଶ ବିରୋଧରେ କଟକଣା ଲଗାଉଛି। ପାଶ୍ଚାତ୍ୟ ସହଯୋଗୀ ଦେଶଗୁଡ଼ିକର କଟକଣା ପରେ ସପ୍ତାହର ପ୍ରଥମ ଦିନରେ ରୁଷିଆର ଅର୍ଥନୀତିରେ ଅଚଳାବସ୍ଥା ଦେଖାଦେଇଛି। ସ୍ବିଫ୍ଟ ବ୍ୟାଙ୍କ ମେସେଜିଂ ସିଷ୍ଟମରୁ ରୁଷିଆର କେତେକ ବ୍ୟାଙ୍କ ବାଦ୍‌ ପଡ଼ିଥିବାବେଳେ ଏହାର କେନ୍ଦ୍ରୀୟ ବ୍ୟାଙ୍କ ସମ୍ପତ୍ତିକୁ ଅଚଳ କରିଦିଆଯାଇଛି। ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣକୁ ଅରବପତି ମିଖାଇଲ୍‌ ଫ୍ରିଡମାନ୍‌ ବିରୋଧ କରିଥିବାବେଳେ ରାଷ୍ଟ୍ର ପୁଞ୍ଜିବାଦ ଅନ୍ତ ଘଟିବା ସମୟ ଆସିଯାଇଛି ବୋଲି ରୁଷିଆର ଅନ୍ୟତମ ଟାଇକୁନ୍‌ ଓଲେଗ ଡେରିପାସ୍କା କହିଛନ୍ତି। ସେହିପରି ବିଲୟନେୟାର ଓଲେଗ ଟିଙ୍କୋଭ୍‌ ଯୁଦ୍ଧକୁ ବିରୋଧ କରିବା ସହ ଔଷଧ ଓ ଗବେଷଣାରେ ସରକାର ଅର୍ଥ ବ୍ୟୟ କରିବା ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କଲେ ସ୍ବାମୀ

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ବାମୀ। ଆମେରିକାର କେଣ୍ଟୁକିରେ ରହୁଥିବା କେଲସି ବ୍ରେଓ୍ବେର...

ଶେଷ ହୋଇନି କରୋନା, ସତର୍କତା ଜରୁରୀ…

ଜେନେଭା, ୨୯।୧ : ପୃଥିବୀରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ଶେଷ ହୋଇନି। ସଂକ୍ରମଣରୁ...

ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଝଟ୍‌କା

ନ୍ୟୁୟର୍କ,୧୧।୭: ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ, ଉତ୍ତର ଆଟଲାଣ୍ଟିକ ମହାସାଗରରେ ୬.୪ ତୀବ୍ରତାର ଭୂକମ୍ପ...

କୋଭାକ୍ସିନକୁ ମଞ୍ଜୁରୀ ଦେଲା ହଂକଂ

ହଂକଂ,୧୦।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଅନୁମୋଦନ ପାଇବା ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ମେଡ ଇନ ଇଣ୍ଡିଆ ଟିକା କୋଭାକ୍ସିନକୁ ସ୍ବୀକୃତି ଦେଉଛନ୍ତି।...

ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍‌ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର...

ଏବେ ଗର୍ଭଧାରଣ କରନାହିଁ

ବ୍ରାସିଲିଆ, ୧୯।୪: ବ୍ରାଜିଲରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାକାର ମହିଳାମାନଙ୍କୁ ଗର୍ଭଧାରଣ ଯୋଜନା ସ୍ଥଗିତ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ବ୍ରାଜିଲରେ...

ମଙ୍କିପକ୍ସକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କଲା ଆମେରିକା, ୬୬୦୦ରୁ ଅଧିକ ସଂକ୍ରମିତ

ୱାଶିଂଟନ,୫ ।୮: ବେଳକୁ ବେଳ ବଢିଲାଣି ମଙ୍କିପକ୍ସ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବାଇଡେନ ପ୍ରଶାସନ ଆମେରିକାରେ ଗୁରୁବାର ମଙ୍କିପକ୍ସର ପ୍ରକୋପକୁ ସାର୍ବଜନିକ...

ଭାରତୀୟ ବଂଶୋଦ୍ଭବ ଅଞ୍ଜଳିଙ୍କୁ ମଳିଲା ଗୁରୁଦାୟିତ୍ୱ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ଆଇନ ବିଶେଷଜ୍ଞ ଅଞ୍ଜଳି ଚତୁର୍ବେଦୀଙ୍କୁ ବରିଷ୍ଠ ବ୍ୟାପାର ବିଭାଗ ଜେନେରାଲ କାଉନ୍‌ସଲ୍‌ ଭାବେ ମନୋନୀତ କରିଛନ୍ତି।...

Advertisement
Archives

Model This Week