ପଶ୍ଚିମାଝଡ଼ ପ୍ରଭାବ: ୪ ଘରର ଉଡ଼ିଗଲା ଛପର

ପଟ୍ଟାଙ୍ଗି,୧୯।୩(ଡି.ଏନ୍‌.ଏ.): ପଶ୍ଚିମାଝଡ଼ ପ୍ରଭାବ କୋରାପୁଟ ଜିଲାରେ ଅନୁଭୂତ ହୋଇଛି। ଗତ ୪ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପବନ, ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଓ ପବନ ପ୍ରଭାବରେ ଜିଲାର ଅନେକ ସ୍ଥାନରେ ଘର ଭାଙ୍ଗିଛି। ଏପରିସ୍ଥଳେ ଜିଲାର ପଟ୍ଟାଙ୍ଗି ବ୍ଲକ ସମେତ ବିଭିନ୍ନ ଗ୍ରାମରେ ତା’ର ପ୍ରଭାବ ଦେଖିବାକୁ ମିଳିଛି। ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ପଡ଼ିବା ସହିତ ବ୍ଲକର କିଛି ସ୍ଥାନରେ ପ୍ରବଳ ବେଗରେ ପବନ ମଧ୍ୟ ବୋହିଥିଲା। ଏଥିରେ ଚନ୍ଦକା ପଞ୍ଚାୟତର ତଳଖରା ଢାବା ଗ୍ରାମରେ ୪ଟି ପରିବାର ଯଥା ବିଶୁ ମାରି, ସାଙ୍ଗୁ ମାରି, ସମିର ମାରି ଏବଂ ସାନୁ ମାରି ପ୍ରମୁଖଙ୍କର ଘରର ଛପର ସମ୍ପୂର୍ଣ୍ଣ ଉଡ଼ିଯିବା ଫଳରେ ସମସ୍ତ ଆସବାବପତ୍ର ନଷ୍ଟ ହୋଇ ଯାଇଛି। ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ଜିଲା ପରିଷଦ ସଭ୍ୟ ଲଇଚନ ଖରା, ରାଜସ୍ବ ନିରୀକ୍ଷକ ପ୍ରମୋଦ କୁମାର ବେହେରା, ପିଇଓ ଦାମୋଦର ଦିଶାରୀ ପ୍ରମୁଖ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦ କିଲୋ ଚାଉଳ ଓ ପଲିଥିନ ଯୋଗାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ପରିବାରଙ୍କୁ ସରକାରଙ୍କ ନିୟମାନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର ଧାରୁଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ଗୁମର; ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ପୁରୀ ଅଫିସ,୨୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରିମାଣ୍ଡରେ ଯାଇଛନ୍ତି।...

ସପ୍ତାହିକ ହାଟରେ ପୋଲିସ, ତହସିଲଦାର ନାକେଦମ

ଗୁଡଭେଲା,୩।୪(ଡି.ଏନ.ଏ.)-କରୋନା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଦକ୍ଷେପ ଗ୍ରହଣ କରଯାଇଛି। ବଲାଙ୍ଗୀର ଜିଲା ତୁଷୁରା ସହରର ସାପ୍ତାହିକ ବଜାର ଶୁକ୍ରବାର ଏନ୍‌ଏସି ପକ୍ଷରୁ ସାମାଜିକ ଦୂରତା...

ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ...

ଆଉ ୩ ଦିନ ଘନ କୁହୁଡି

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜ୍ୟରେ ଆହୁରି ୩ ଦିନ ଘନ କୁହୁଡ଼ି ଲାଗି ରହିବ ବୋଲି ଶୁକ୍ରବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାଜ୍ୟର...

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ: ବାଲୁକାକଳାରେ ସଚେତନତାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୮।୨: ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଏହା ପୂର୍ବରୁ ବାଲୁକାକଳା ମାଧ୍ୟମରେ ଲୋକମାନଙ୍କୁ...

ପାଠପଢ଼ାରେ ଡୋରି : ଅଙ୍ଗନବାଡ଼ି ଯାଉନାହାନ୍ତି ଶିଶୁ

କେନ୍ଦୁଝର,୭ା୬(ସ୍ବ.ପ୍ର.): ପୁଷ୍ଟିହୀନତା ରୋକିବା ସହ ଶିଶୁଙ୍କୁ ପ୍ରାକ ଶିକ୍ଷା ଦେବାକୁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଶିଶୁମାନେ ସୁଷମ ଖାଦ୍ୟ ଖାଇବା...

ଧବଳେଶ୍ୱରଙ୍କ ପୀଠକୁ ଯିବା ପ୍ରତିବନ୍ଧକ ହଟିଲା

ଖୁଣ୍ଟୁଣୀ,୧୨ା୧(ଡି.ଏନ୍‌.ଏ.): କଟକ ଜିଲା ଧବଳେଶ୍ୱରଙ୍କ ପୀଠକୁ ଯିବାକୁ ଏଣିକି ସମସ୍ତ ପ୍ରତିବନ୍ଧକ ହଟିଛି। ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ମଞ୍ଚେଶ୍ୱରର ପାଇକେରାପୁର ମହାନଦୀ ତୁଠଠାରୁ...

ପୋଲିସ ଅଧିକାରୀ, କର୍ମଚାରୀଙ୍କ ସେରୋଲୋଜିକାଲ ଟେଷ୍ଟ

ବ୍ରହ୍ମପୁର ଅଫିସ ,୭ା୮- ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କର ଗୁରୁବାର ସେରୋଲୋଜିକଲ ଟେଷ୍ଟ ସ୍ଥାନୀୟ ଆମ୍ବପୁଆ ରିଜର୍ଭ ପଡିଆରେ ଏସ୍‌ପି...

Advertisement
Archives

Model This Week