ପଢ଼ାବେଳେ ନିଦ

ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ। ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ। ଠିକ୍‌ ଯେମିତି କେବେ କେବେ ପଢ଼ିବା ଲାଗି ବହି ଖୋଲି ବସିଲେ ଆପେ ଆପେ ବୁଜି ହୋଇ ପଡ଼େ ଆଖି, ଆଉ ଏଥିପାଇଁ ବ୍ୟାହତ ହୁଏ ପାଠ ପଢ଼ା। ଏମିତିରେ କେତେକ ଉପାୟ ନିଦ ଦୂର କରିବାରେ ବେଶ୍‌ ସାହାଯ୍ୟ କରେ…

ମୁଣ୍ଡ ଉପରେ ପରୀକ୍ଷା ଚିନ୍ତା। ସବୁବେଳେ ବହି ଉପରେ ଆଖି। ହେଲେ ପଢ଼ିବା ବେଳେ ଆସୁଛି ନିଦ, ଯାହାକି ବଢ଼ାଉଛି ଟେନ୍‌ସନ୍‌। ତେବେ ଏପରି ହୁଏ କାହିଁକି, ଜାଣିବା ଏହାର ବିଭିନ୍ନ କାରଣ ଓ ନିରାକରଣ ସମ୍ପର୍କରେ…
ଶୋଇବା ସମୟ ସ୍ଥିର କରନ୍ତୁ: ପଢ଼ିବାବେଳେ ନିଦ ଆସିବା ସମସ୍ୟା ସାଧାରଣତଃ ପିଲାଠୁ ବୃଦ୍ଧ ପ୍ରାୟ ସଭିଙ୍କଠାରେ ଦେଖାଦିଏ। ପଢ଼ାବହି, ଗପବହିଠୁ ଆରମ୍ଭ କରି ଖବରକାଗଜ ଓ ମାଗାଜିନ୍‌ ଆଦି ପଢ଼ିବାବେଳେ ଶରୀର ଏବଂ ମନ ସ୍ଥିର ରହୁଥିବାରୁ ଅନେକଙ୍କ ଆଖିକୁ ନିଦଆସେ। ନିଦ୍ରାହୀନତା ଭୋଗୁଥିବା ରୋଗୀକୁ ନିଦ ଆସିବା ଲାଗି ରିଡିଂ ଥେରାପି ଦିଆଯାଇଥାଏ। ତେବେ ପରୀକ୍ଷା ବେଳେ ଅଧିକାଂଶ ଛାତ୍ରୀଛାତ୍ର ରାତି ଅନିଦ୍ରା ହେବା କିମ୍ବା ଆବଶ୍ୟକତାଠାରୁ ଖୁବ୍‌ କମ୍‌ ଶୋଉଥିବାରୁ ପଢ଼ିବା ଲାଗି ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିବାମାତ୍ରେ ନିଦ ଆସିଥାଏ। ଫଳରେ ପାଠ ଭଲ ଭାବେ ମନେ ରହି ନଥାଏ। ତେଣୁ ଏପରି ନ ହେବା ଲାଗି ପଢ଼ିବା ସହିତ ମସ୍ତିଷ୍କକୁ ଆରାମ ଦେବା ଲାଗି ଶୋଇବା ପାଇଁ ମଧ୍ୟ ସମୟ ବାହାର କରନ୍ତୁ।
ସ୍ଥାନ ପରିବର୍ତ୍ତନ କରନ୍ତୁ: ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ପଢ଼ିବା ଦ୍ୱାରା ମସ୍ତିଷ୍କ ଏବଂ ଆଖିର ମାଂସପେଶୀ ଥକିଯାଏ ଓ ନିଦ ଆସେ। ହେଲେ ପଢ଼ିବାବେଳେ ବାରମ୍ବାର ନିଦ ଆସିଲେ ସ୍ମରଣ ଶକ୍ତି ପ୍ରଭାବିତ ହୋଇପାରେ। ତା’ଛଡ଼ା ଆଖିରେ ମଧ୍ୟ ଚାପ ପଡ଼ିଥାଏ। ତେଣୁ ନିଦ ଆସିବାମାତ୍ରେ କିଛି ସମୟ ଉଠିଯାଆନ୍ତୁ ଏବଂ ୫-୧୦ ମିନିଟ୍‌ ଚାଲନ୍ତୁ। ପାଣି ପିଇଲେ ଏବଂ କିଛି ହାଲୁକା ଖାଦ୍ୟ ଖାଇଲେ ନିଦ ଛାଡ଼ିଯିବ।
ଲେଖା ଅଭ୍ୟାସ ସବୁଠୁ ଭଲ: ପଢ଼ିବାବେଳେ ଅଧିକ ସମୟ ବସିବା ଦ୍ୱାରା ଶାରୀରିକ ପରିଶ୍ରମ ଆଦୌ ନ ଥାଏ, ତେଣୁ ମାଂସପେଶୀ କାର୍ଯ୍ୟ ନ କରୁଥିବାରୁ ନିଦ ଆସିଥାଏ। ଏପରି ନ ହେବା ଲାଗି ଉତ୍ତମ ଉପାୟ ହେଉଛି ଲେଖିବା। କେବଳ ନ ପଢ଼ି ଏକ ରଫ୍‌ ନୋଟ୍‌ରେ ଲେଖିବା ଦ୍ୱାରା ହାତର ମାଂସପେଶୀ ଚଳପ୍ରଚଳ ହେବା ଦ୍ୱାରା ନିଦ ଆସି ନ ଥାଏ। ତା’ଛଡ଼ା ପଢ଼ିବା ପରେ ଲେଖିବା ଦ୍ୱାରା ପାଠ ଶୀଘ୍ର ମନେରହିଥାଏ।
ଠିକ୍‌ ରଖନ୍ତୁ ସିଟିଂ ପୋଜିଶନ: ଅନେକ ଛାତ୍ରୀଛାତ୍ର ଆରାମ ଲାଗିବା ପାଇଁ ବସିବା ବଦଳରେ ଖଟ, ସୋଫା ଆଦି ସ୍ଥାନରେ ଶୋଇ ରହି ପଢ଼ନ୍ତି। ଏହା ମଧ୍ୟ ନିଦ ଲାଗିବାର ଆଉ ଏକ ବଡ଼ କାରଣ। ତା’ଛଡ଼ା ଅଧିକ ସମୟ ପେଟମାଡ଼ି ଶୋଇ ପଢ଼ିବା ଦ୍ୱାରା ପେଟ, ଅଣ୍ଟା, ବେକ ଆଦିରେ ଚାପ ପଡ଼ି ଯନ୍ତ୍ରଣା ହୋଇପାରେ। ତେଣୁ ଏପରି ନ କରି ଚେୟାର ଟେବୁଲ୍‌ରେ ବସି ପଢ଼ନ୍ତୁ।
ଲାଇଟ୍‌ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ନିଜ ପଢ଼ା ସ୍ଥାନ ଏପରି ବାଛନ୍ତୁ, ଯେଉଁଠାରେ ଦିନରେ ସୂର୍ଯ୍ୟାଲୋକ ଆସୁଥିବ କିମ୍ବା ଦିନ ଅବା ରାତିରେ ଭଲ ଲାଇଟ୍‌ ପଡ଼ୁଥିବ। ନଚେତ୍‌ ପଢ଼ାଘରେ ଲାଇଟ୍‌ ବ୍ୟବସ୍ଥା ଠିକ୍‌ ନ ରହିଲେ ବା ଅନ୍ଧାରିଆ ରହିଲେ ପଢ଼ିବା ବେଳେ ମଧ୍ୟ ନିଦ ଆସିଥାଏ। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ତା’ଛଡ଼ା କମ୍‌ ଲାଇଟ୍‌ରେ ପଢ଼ିଲେ ଚାପ ପଡ଼ିବା ଯୋଗୁ ଚକ୍ଷୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।
ସବୁ ବିଷୟକୁ ଧ୍ୟାନ ଦିଅନ୍ତୁ: ଅନେକେ ଭାବନ୍ତି କଷ୍ଟ ଲାଗୁଥିବା ବିଷୟଗୁଡ଼ିକୁ ଅଧିକ ସମୟ ପଢ଼ିଲେ ମନେରହିବ। ଆଉ ସେଥିପାଇଁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ବିଷୟକୁ ପଢ଼ନ୍ତି। ହେଲେ ଏହାଦ୍ୱାରା ନିଦ ଆସିଥାଏ। ତେଣୁ ଯେଉଁ ବିଷୟ ପଢ଼ିଲେ ନିଦ ଆସୁଛି ତା’କୁ ରାତି ବଦଳରେ ଦିନ କିମ୍ବା ସଂଧ୍ୟାରେ ପଢ଼ନ୍ତୁ।
ଖାଇବା ପରେ ପରେ ପଢ଼ନ୍ତୁ ନାହିଁ: ଖାଇବା ପରେ ଖାଦ୍ୟ ହଜମ ହେବା ଲାଗି ପାକସ୍ଥଳୀ ଅମ୍ଳଜାନ ଆବଶ୍ୟକ କରେ। ତେଣୁ ଏ ସମୟରେ ପଢ଼ିଲେ ବାରମ୍ବାର ହାଇ ଆସିବା ସହ ନିଦ ଲାଗିଥାଏ। ତେଣୁ ଖାଇବା ପରେ ଶରୀରକୁ କିଛି ସମୟ ବିଶ୍ରାମ ଦିଅନ୍ତୁ, ଯେପରି ଖାଦ୍ୟ ଭଲ ଭାବେ ହଜମ ହୋଇଯିବ। ଏହା ପରେ ପଢ଼ିଲେ ନିଦ ଆସିବ ନାହିଁ ଏବଂ ପାଠ ଭଲ ମନେରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଆରିସା ପିଠା

ଆବଶ୍ୟକ ସାମଗ୍ରୀ – ଚାଉଳ ୧ କିଗ୍ରା, ଗୁଡ଼ ୭୫୦ ଗ୍ରାମ୍‌, ଘିଅ କିମ୍ବା ତେଲ ୧ ଲିଟର। ପ୍ରସ୍ତୁତି- ଚାଉଳକୁ ୪ରୁ ୫ ଘଣ୍ଟା...

ଲବଙ୍ଗରେ ରହିଛି ବହୁ ଔଷଧୀୟ ଗୁଣ

ସାଧାରଣତଃ ଲୋକେ ଲବଙ୍ଗକୁ ମସଲା ରୂପେ ବ୍ୟବହାର କରିଥନ୍ତି। ଲବଙ୍ଗ ଖାଲି ଖାଦ୍ୟର ସ୍ବାଦ ବଢ଼ାଇ  ଥାଏ। ଲବଙ୍ଗର ବହୁ ଉପକାରୀ ତଥା ଔଷଧୀୟ ଗୁଣ ...

ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ...

ନମକପାରା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ଏକ ଚାମଚ ଗୁଆ ଘିଅ, ଏକ କପ୍‌ ଉଷୁମ ପାଣି, ଏକ ଛୋଟ ଚାମଚ ଲେଖାଏ ଜୁଆଣି, ଗରମ...

ପରିବାର ପାଇଁ ପରିବେଶ

ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍‌ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ...

ବିବାହରେ ହେଉଛି କି ବିଳମ୍ବ….

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି...

ଘରେ କରୁଥିବା ଆପଣଙ୍କ ଏହି ଛୋଟ ଭୁଲ୍‌: କରିପାରେ ବଡ଼ କ୍ଷତି

ଅଜାଣତରେ ଘରେ ଏପରି କିଛି କାର୍ଯ୍ୟ ହୋଇଥାଏ ଯାହା ଛୋଟ ହେଲେ ମଧ୍ୟ ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହା ଅନେକ କ୍ଷତି କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…...

କଳାଦାଗ ଦୂର କରନ୍ତୁ

ମୁହଁରେ ବ୍ଲାକ୍‌ ହେଡ୍‌ସ ବା କଳା ଦାଗ ହେବା ଫଳରେ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ତ୍ୱଚାର ମଧ୍ୟ କ୍ଷତି ହୋଇଥାଏ। ସାଧାରଣତଃ ଧୂଳି, ମାଟି...

Advertisement
Archives

Model This Week