ଖରାଦିନ ପାଇଁ ଦହି: ବୃଦ୍ଧି ପାଇଥାଏ ରୋଗପ୍ରତିରୋଧକ ଶକ୍ତି

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ତେବେ ଏକ ସର୍ବେକ୍ଷଣ ଅନୁଯାୟୀ, ଖରାଦିନେ ଯଦି ପ୍ରତ୍ୟେହ କିଛିକିଛି ଦହି ଖିଆଯାଏ, ତା’ହେଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାରଣ ଏଥିରେ ରହିଛି ଏମିତି କିଛି ଗୁଣକାରୀ ତତ୍ତ୍ୱ; ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ୍‌ କରିବା ସଙ୍ଗେସଙ୍ଗେ ଆମ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ଓ ହାଡ଼ ପାଇଁ ବି ଦହି ଖାଇବା ଉତ୍ତମ। ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବି ଦହି ସାହାଯ୍ୟ କରେ। ତେଣୁ ଯେଉଁମାନେ ଓଜନ କମାଇବା ପାଇଁ ଚାହୁଁଥାନ୍ତି, ତାଙ୍କ ପାଇଁ ଦହିର ସେବନ ଭଲ ପରିଣାମ ଦେଇଥାଏ। ଏଥିସହିତ ଖରାଦିନେ ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଖରାଦିନେ ପ୍ରଚୁର ଗରମ ଯୋଗୁ ଶରୀରରୁ ଜଳୀୟ ଅଂଶ କମିଯାଇ ଆମକୁ ଥକ୍କା ଲାଗିଥାଏ। ଏ କ୍ଷେତ୍ରରେ ଯଦି ପ୍ରତିଦିନ ଦହି ସରବତ୍‌ କିମ୍ବା ଦହି ପଖାଳ ଖିଆଯାଏ, ତା’ହେଲେ ଶରୀରରେ ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବା ସହ ଆମକୁ ତାଜା ଅନୁଭବ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଏହି ୫ ରାଶି ଉପରେ ମାଡ଼ି ଆସୁଛି ମହାସଙ୍କଟ, ଜୁନ ମାସରେ ଘଟିବ…

୨୭ଟି ଦୈନିକ ଯୋଗ ମଧ୍ୟରୁ ବୈଦୃତି ଯୋଗ ୨୭ତମ ସ୍ଥାନରେ ଅଛି, ଯାହା ପ୍ରାୟତଃ ମାନବ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ,…

ମଙ୍ଗଳବାରରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ସବୁ କାର୍ଯ୍ୟରେ ସଫଳତା

ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପାଳନ କରାଯାଏ । ଏହି ମଙ୍ଗଳବାର ଦିନ ଜ୍ୟେଷ୍ଠ ମାସ ମଧ୍ୟରେ ପଡୁଥିବାରୁ, ଏହାକୁ ବଡ଼ ମଙ୍ଗଳ…

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri