Posted inଖେଳ

ଦ୍ୱିତୀୟ ଦିନିକିଆ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଇଷ୍ଟ ଲଣ୍ଡନ,୨୦ା୩(ପି.ଟି.): ଟପ୍‌ ଅର୍ଡର ବ୍ୟାଟର ସାଇ ହୋପ୍‌ଙ୍କ ଅପରାଜିତ ୧୨୮ ରନ୍‌ ବଳରେ ଇଷ୍ଟ ଲଣ୍ଡନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪୮ ରନରେ ଜିତି ନେଇଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ଜିତି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୮ ଉଇକେଟରେ ୩୩୫ ରନ୍‌ କରିଥିଲା। ଜବାବରେ ଟେମ୍ବା ବାଭୁମାଙ୍କ ୧୪୪ ରନ୍‌ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୪୧.୪ ଓଭରରେ ୨୮୭ ରନରେ ଅଲଆଉଟ ହୋଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଉଇକେଟରେ ୬୭ ରନ୍‌ ଯୋଡିଥିଲା। ୪ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ଦଳ ସଙ୍କଟରେ ଥିବା ବେଳେ ନିକୋଲାସ୍‌ ପୁରନ୍‌ (୩୯)ଙ୍କ ସହ ୮୬ ରନ୍‌ ଯୋଡିଥିଲେ ସାଇ ହୋପ୍‌। ପରେ ନିମ୍ନ ମଧ୍ୟକ୍ରମରେ ରୋଭମାନ ପାଓ୍ବେଲ(୪୬), ଜାସନ ହୋଲ୍ଡର (୧୫) ଓ ଆଲଜାରି ଯୋଶେଫ୍‌ (୧୩)ଙ୍କୁ ସାଥୀ କରି ଦଳୀୟ ସ୍କୋର ୩୦୦ ପାର କରାଇଥିଲେ। ୧୦୫ ତମ ଦିନିକିଆ ମ୍ୟାଚ୍‌ ଖେଳୁଥିବା ୨୯ ବର୍ଷୀୟ ହୋପ୍‌ ନିଜର ୧୪ ତମ ଶତକ ହାସଲ କରିଥିଲେ। ୧୧୫ ବଲ୍‌ ଖେଳି ସେ ୫ ଚୌକା ଓ ୭ ଛକା ମାରିଥିବା ବେଳେ ୧୨୮ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜେରାଲ୍ଡ କୋଏଟ୍‌ଜେ ୩ ଉଇକେଟ ନେଇଥିବା ବେଳେ ବୁଏର୍ନ ଫୋର୍ଟୁଇନ୍‌ ଓ ଟାବରେଜ୍‌ ସାମ୍‌ସି ୨ଟି ଲେଖାଏ ଉଇକେଟ ନେଇଥିଲେ।

୩୩୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍‌ ଡିକକ୍‌(୪୮) ଓ ବାଭୁମା ପ୍ରଥମ ଉଇକେଟରେ ୭୬ ରନ୍‌ ଯୋଡ଼ିଥିଲେ। ତେବେ ମଧ୍ୟକ୍ରମ ବିପର୍ଯ୍ୟୟ କାରଣରୁ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଧିନାୟକ ବାଭୁମା ଗୋଟିଏ ପଟରୁ ଲଢେଇ ଜାରି ରଖି ଦ୍ରୁତ ଶତକ ହାସଲ କରିଥିଲେ ମଧ୍ୟ ଦଳ ବିଜୟରୁ ୪୮ ରନ୍‌ ଦୂରରେ ରହି ଯାଇଥିଲା। ବାଭୁମା ୧୧୮ ବଲ୍‌ ଖେଳି ୧୧ ଚୌକା ଓ ୭ ଛକା ସହିତ ୧୪୪ ରନ୍‌ କରି ନବମ ବ୍ୟାଟର ଭାବରେ ପ୍ୟାଭିଲିୟନ୍‌ ଫେରିଥିଲେ। ଆଲଜାରି ଯୋଶେଫ୍‌ ଓ ଅକିଲ ହୋସେନ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୩୫/୮(ସାଇ ହୋପ୍‌-୧୨୮, ରୋଭମାନ ପାଓ୍ବେଲ-୪୬, ନିକୋଲାସ ପୁରନ୍‌-୩୯, ଜେରାଲ୍ଡ କୋଏଟ୍‌ଜେ-୩/୫୭, ବୁଏର୍ନ ଫୋର୍ଟୁଇନ୍‌-୨/୫୭, ଟାବରେଜ୍‌ ସାମ୍‌ସି-୨/୬୨)।
ଦକ୍ଷିଣ ଆଫ୍ରିକା ୪୧.୪ ଓଭରରେ ୨୮୭/୧୦(ଟେମ୍ବା ବାଭୁମା-୧୪୪, କ୍ୱିଣ୍ଟନ୍‌ ଡିକକ୍‌-୪୮, ଟୋନି ଡେ ଜୋର୍ଜି-୨୭, ଆଲଜାରି ଯୋଶେଫ୍‌-୩/୫୩, ଅକିଲ ହୋସେନ-୩/୫୯)।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?