ପଶ୍ଚିମବଙ୍ଗର ରିଗ୍‌ ମେଶିନ ଲାଗିଲା

ଗୋପ,୮।୨(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଚାଲିଥିବା ତୈଳ ସନ୍ଧାନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ୫୦ରୁ ଊଦ୍ଧର୍‌ବ ଅତ୍ୟାଧୁନିକ ମେଶିନ ଲଗାଯାଇଥିବା ବେଳେ ଖନନ କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରୁ ଆସିଥିବା ରିଗ୍‌ ମେଶିନ ମଧ୍ୟ ମଙ୍ଗଳବାର ବସାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ମିଟର ବୋରିଂ କାର୍ଯ୍ୟ ସରିଥିବାବେଳେ ଷ୍ଟ୍ରକ୍ଚର କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୨୫୦ ମିଟର ବୋରିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ବୋରିଂ ପରେ ବାହାରିବା ମାଟିପାଣି ଓ କାଦୁଅ ଅସ୍ଥାୟୀ ପୋଖରୀରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏହି ସବୁ ପଦାର୍ଥଗୁଡିକୁ ପରୀକ୍ଷା ନିରୀକ୍ଷା କରାଯିବା ପରେ ରି-ଫାଇନ ପ୍ରକ୍ରିୟା କରାଯିବ ବୋଲି ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ସୂଚନା ମିଳିଛି।
ଯେ, ଗୋପ ବ୍ଲକ ଅନ୍ତର୍ଗତ କୁଶୁପୁରୁ ମୌଜାରେ ଏବେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ଥିବା ସୂଚନା ସାଟେଲାଇଟ ଚିତ୍ର ମାଧ୍ୟମରେ ଆସିବା ପରେ କମ୍ପାନୀ କୁଶୁପୁରୁ ମୌଜାର ୩୭ଜଣ ଚାଷୀଙ୍କୁ ୯୭ ଲକ୍ଷ ଟଙ୍କା ଦେଇ ୩ ବର୍ଷ ଲାଗି ଲିଜ ସୂତ୍ରରେ ନେଇ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ୩୦ ମିଟର ବୋରିଂ କରାଯାଇଥିଲା। ଦେଶ ବିଦେଶରୁ ୫୦ରୁ ଊଦ୍ଧର୍‌ବ ଅତ୍ୟାଧୁନିକ ମେଶିନ ଅଣାଯାଇଥିବା ବେଳେ ବୋରିଂ କାର୍ଯ୍ୟ କରିବାରେ ମୁଖ୍ୟ ମେଶିନ କୁହାଯାଉଥିବା ରିଗ ମେଶିନ ମଧ୍ୟ ଲଗାଇ ଦିଆଯାଇଛି। ତେବେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ମୋଟ ୩ ହଜାର ମିଟର ବୋରିଂ ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦ ମିଟର ବୋରିଂ ସରିଥିବା ବେଳେ ଦ୍ୱିତୀୟରେ ୨୨୫୦ ମିଟର ଓ ତୃତୀୟ ପର୍ଯ୍ୟାୟ ବାକିଥିବା ୭୨୦ ମିଟର ବୋରିଂ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି କାର୍ଯ୍ୟ ପାଇଁ ୩୫ରୁ ଊଦ୍ଧର୍‌ବ ଇଞ୍ଜିନିୟର,୨୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି।
୨୦୨୦ ମସିହାରୁ ରାଜ୍ୟ ଓ ଜିଲାର ବିଭିନ୍ନ ସ୍ଥାନରେ ଖନନ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗୋପ ବ୍ଲକର କୁଶୁପୁରୁ ମୌଜାର କୁଶୁପୁରୁ ଓ ମହଲପଡା ପଞ୍ଚାୟତର ଚିତ୍ରା ମୌଜାରେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ ଡିଜେଲର ସନ୍ଧାନ ମିଳିଥିଲା। ସମସ୍ତ କାର୍ଯ୍ୟ ସମ୍ପର୍କରେ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ଥିବା ଜଣେ ଇଞ୍ଜିନିୟରଙ୍କୁ ପଚାରିବାରେ କ୍ବିପା ସଂସ୍ଥା ଦ୍ବାରା ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦ୍ୱିତୀୟ ପର୍ଯ୍ୟାୟରେ ବଡ଼ ଆକାରର ବୋରିଂ ପ୍ରକ୍ରିୟା ଶେଷ ହେବା ପରେ କେତେ ପରିମାଣର ପ୍ରାକୃତିକ ଗ୍ୟାସ ସହିତ ଅନ୍ୟାନ୍ୟ ଜିନିଷ ରହିଥିବାର ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri