ଅପହରଣ ମାମଲାରେ ନାବାଳିକା ସହ ୪ ଯୁବକଙ୍କୁ ନେଲା ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଥିବା ଏକ ନମ୍ବର ବିହୀନ କାର୍‌ରୁ ଜଣେ ନାବାଳିକାଙ୍କ ସହ ୪ ଯୁବକଙ୍କୁ ଶନିବାର ମଞ୍ଚେଶ୍ୱର ଥାନା ପୋଲିସ ଧରିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବାବେଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉକ୍ତ ନାବାଳିକା ଜଣକ ୬ ମାସ ତଳେ ଅପହରଣ ହୋଇଥିଲେ। ପୋଲିସ ଧରିଥିବା ୪ଜଣଙ୍କ ମଧ୍ୟରୁ ଅଶୋକ ଚାଣ୍ଡେଲିଆ ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇ ଆସିଥିଲେ। ଏନେଇ ପଶ୍ଚିମବଙ୍ଗ ଲୁଚିପଡ଼ା ଥାନାରେ ଏନେଇ ଅପହରଣ ମାମଲା ରୁଜୁ ହୋଇଥିବା ପୋଲିସ ଜାଣିବା ପରେ ଉକ୍ତ ରାଜ୍ୟର ପୋଲିସ ବିଭାଗ ସହ ଯୋଗାଯୋଗ କରିଥିଲା। ରବିବାର ପଶ୍ଚିମବଙ୍ଗ ପୋଲିସ ଭୁବନେଶ୍ୱରରେ ପହଞ୍ଚତ୍ ସମସ୍ତଙ୍କୁ ପଚରାଉଚରା କରିବା ପରେ ଉକ୍ତ ନାବାଳିକାଙ୍କ ସହ ୪ ଯୁବକଙ୍କୁ ସାଙ୍ଗରେ ନେଇଯାଇଛି। ତେବେ ଅନ୍ୟ ୩ ଯୁବକ ଅଶୋକଙ୍କ ସାଙ୍ଗ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଅଶୋକ ୨୦୨୨ ଅଗଷ୍ଟରୁ ଉକ୍ତ ନାବାଳିକାଙ୍କୁ ଭୁବନେଶ୍ୱର ଆଣିବା ପରେ ଉଭୟ ଏକ ଭଡାଘର ନେଇ ରହୁଥିଲେ। ଅନ୍ୟପକ୍ଷରେ ନାବାଳିକା ଜଣକ ନିଜ ଇଚ୍ଛାରେ ଅଶୋକଙ୍କ ସହ ପଳାଇ ଆସିଥିଲେ ବୋଲି ପୋଲିସକୁ କହିଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୧୦ଟା ୩୦ରେ ନାବାଳିକାଙ୍କ ସହ ୪ଜଣ ଯୁବକ ଏକ ନମ୍ବରବିହୀନ କାର୍‌ରେ ରସୁଲଗଡ଼ରୁ କଟକରୋଡ଼ ଆଡ଼େ ଯାଉଥିଲେ। ସେମାନେ କାର୍‌ର ଡୋର୍‌ ଖୋଲି ଗାଳିଗୁଲଜ କରୁଥିବାରୁ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ୩ଟି ପିସିଆର୍‌ ଭ୍ୟାନ କାର୍‌କୁ ପିଛା କରି ବମିଖାଲ ନିକଟରେ ସେମାନଙ୍କୁ ଅଟକାଇ ଥାନାକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri