ଅପହରଣ ମାମଲାରେ ନାବାଳିକା ସହ ୪ ଯୁବକଙ୍କୁ ନେଲା ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଥିବା ଏକ ନମ୍ବର ବିହୀନ କାର୍‌ରୁ ଜଣେ ନାବାଳିକାଙ୍କ ସହ ୪ ଯୁବକଙ୍କୁ ଶନିବାର ମଞ୍ଚେଶ୍ୱର ଥାନା ପୋଲିସ ଧରିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବାବେଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉକ୍ତ ନାବାଳିକା ଜଣକ ୬ ମାସ ତଳେ ଅପହରଣ ହୋଇଥିଲେ। ପୋଲିସ ଧରିଥିବା ୪ଜଣଙ୍କ ମଧ୍ୟରୁ ଅଶୋକ ଚାଣ୍ଡେଲିଆ ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇ ଆସିଥିଲେ। ଏନେଇ ପଶ୍ଚିମବଙ୍ଗ ଲୁଚିପଡ଼ା ଥାନାରେ ଏନେଇ ଅପହରଣ ମାମଲା ରୁଜୁ ହୋଇଥିବା ପୋଲିସ ଜାଣିବା ପରେ ଉକ୍ତ ରାଜ୍ୟର ପୋଲିସ ବିଭାଗ ସହ ଯୋଗାଯୋଗ କରିଥିଲା। ରବିବାର ପଶ୍ଚିମବଙ୍ଗ ପୋଲିସ ଭୁବନେଶ୍ୱରରେ ପହଞ୍ଚତ୍ ସମସ୍ତଙ୍କୁ ପଚରାଉଚରା କରିବା ପରେ ଉକ୍ତ ନାବାଳିକାଙ୍କ ସହ ୪ ଯୁବକଙ୍କୁ ସାଙ୍ଗରେ ନେଇଯାଇଛି। ତେବେ ଅନ୍ୟ ୩ ଯୁବକ ଅଶୋକଙ୍କ ସାଙ୍ଗ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଅଶୋକ ୨୦୨୨ ଅଗଷ୍ଟରୁ ଉକ୍ତ ନାବାଳିକାଙ୍କୁ ଭୁବନେଶ୍ୱର ଆଣିବା ପରେ ଉଭୟ ଏକ ଭଡାଘର ନେଇ ରହୁଥିଲେ। ଅନ୍ୟପକ୍ଷରେ ନାବାଳିକା ଜଣକ ନିଜ ଇଚ୍ଛାରେ ଅଶୋକଙ୍କ ସହ ପଳାଇ ଆସିଥିଲେ ବୋଲି ପୋଲିସକୁ କହିଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୧୦ଟା ୩୦ରେ ନାବାଳିକାଙ୍କ ସହ ୪ଜଣ ଯୁବକ ଏକ ନମ୍ବରବିହୀନ କାର୍‌ରେ ରସୁଲଗଡ଼ରୁ କଟକରୋଡ଼ ଆଡ଼େ ଯାଉଥିଲେ। ସେମାନେ କାର୍‌ର ଡୋର୍‌ ଖୋଲି ଗାଳିଗୁଲଜ କରୁଥିବାରୁ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ୩ଟି ପିସିଆର୍‌ ଭ୍ୟାନ କାର୍‌କୁ ପିଛା କରି ବମିଖାଲ ନିକଟରେ ସେମାନଙ୍କୁ ଅଟକାଇ ଥାନାକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?