Posted inଜାତୀୟ

ପଶ୍ଚିମବଙ୍ଗର ତଦନ୍ତ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ, ୧୮।୧୨: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ୍‌ ଲୋକୁର କମିଶନ ଦ୍ୱାରା ପେଗାସସ୍‌ ଗୁପ୍ତଚରଗିରି ମାମଲାର ତଦନ୍ତ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଦେଇଛନ୍ତି। ଫଳରେ ମମତା ବାନାର୍ଜୀ ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ସର୍ବୋଚ୍ଚ ଅଦାଲତ ମାମଲାର ନିରପେକ୍ଷ ତଦନ୍ତ ଲାଗି ପୂର୍ବରୁ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାର କମିଶନ ଗଠନ କରିବା ଘଟଣାରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ତଦନ୍ତ କମିଶନ ଗଠନକୁ ଚ୍ୟାଲେଞ୍ଜ କରି ଏକ ଏନ୍‌ଜିଓ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରାଯାଇଥିଲା।
ଇସ୍ରାଏଲୀ ସ୍ପାଏଓ୍ବେର ପେଗାସସ୍‌ ବିବାଦର ନିରପେକ୍ଷ ତଦନ୍ତ ଲାଗି ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁପ୍ତଚରଗିରିକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ। ଏହି ସ୍ପାଏଓ୍ବେରକୁ ବ୍ୟବହାର କରାଯାଇ ବେଆଇନ ଭାବେ ଗୁପ୍ତଚର ବୃତ୍ତି କରାଯାଉଥିବା ଅଭିଯୋଗର ଅନୁଧ୍ୟାନ କରିବା ଲାଗି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ୍‌.ବି. ଲୋକୁରଙ୍କ ନେତୃତ୍ୱରେ ୨ ଜଣିଆ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟ ଉକ୍ତ କମିଶନଙ୍କୁ ନୋଟିସ ଜାରି କରି ଏନ୍‌ଜିଓ ଗ୍ଲୋବାଲ ଭିଲେଜ ଫାଉଣ୍ଡେଶନ ଦାଖଲ କରିଥିବା ପିଟିଶନ ଉପରେ ଜବାବ ମାଗିଛନ୍ତି। ଏହା କ’ଣ ହେଉଛି ବୋଲି ସିଜେଆଇ ଜଷ୍ଟିସ୍‌ ରମନା ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଅଭିଷେକ ମନୁ ସିଙ୍ଗ୍‌ଭିଙ୍କୁ ପ୍ରଶ୍ନ କରିଥିଲେ। ପୂର୍ବ ଶୁଣାଣି ବେଳେ କିଛି କରିବ ନାହିଁ ବୋଲି ଲିଖିତ ଭାବେ ଜଣାଇ ଏବେ ତଦନ୍ତ କମିଶନ ଗଠନ କଲ କିପରି ବୋଲି ସିଜେଆଇ ପଚାରିଥିଲେ। ସୁପ୍ରିମକୋର୍ଟ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କିଛି ନ କରିବା ଲାଗି କମିଶନଙ୍କୁ କୁହାଯାଇଥିବା ସିଙ୍ଘ୍‌ଭି ଅଦାଲତଙ୍କୁ ଜଣାଇଥିଲେ।
ସୂଚନାଯୋଗ୍ୟ, ପେଗାସସ୍‌ ବ୍ୟବହାର କରାଯାଇ ଦେଶର ୨ ମନ୍ତ୍ରୀ, ୪୦ରୁ ଅଧିକ ଖବରଦାତା, ୩ ବିରୋଧୀ ଦଳ ନେତା, ଜଣେ ବିଚାରପତି, ସାମାଜିକ କର୍ମୀଙ୍କ ସମେତ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୋବାଇଲ ଫୋନ୍‌ ନମ୍ବର ଯାଞ୍ଚ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂଘ ପକ୍ଷରୁ ଏକାଧିକ ରିପୋର୍ଟରେ ଅଭିଯୋଗ କରାଯାଇଥିଲା। ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ବିରୋଧୀ ଅଭିଯୋଗ କରିବା ସହ ସ୍ପଷ୍ଟୀକରଣ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥରେ ନୁହେଁ ଦୁଇ ଥର ଟିଏମ୍‌ସି ଛାଡ଼ିଲେ ବିଧାୟକ

କୋଲକାତା,୨।୩ : ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଭାଜପା ମଧ୍ୟରେ ଟଣାଓଟରା ଜାରି ରହିଛି। ପଣ୍ଡେଶ୍ୱର ବିଧାୟକ...

‘ ସେତେବେଳେ ପ୍ରଶ୍ନ ଉଠୁ ନ ଥିଲା, ଆମ ବେଳେ କାହିଁକି ’

ନୂୂଆଦିଲ୍ଲୀ,୫।୩ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଆୟକର ବିଭାଗ (ଆଇଟି) ଚଢ଼ାଉ ସମ୍ପର୍କରେ ପ୍ରଥମ ଥର ମୁହଁ...

ପୁଞ୍ଛ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ପୁଞ୍ଛ ଜିଲାର ଶାହପୁରରେ ସୋମବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଭାରତୀୟ ସେନା କ୍ୟାମ୍ପ ଉପରକୁ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ...

ଚଣ୍ଡୀପ୍ରସାଦ ହୋଇପାରନ୍ତି ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ, ୧୨ା୧୨: ସ୍ଥଳସେନା ଉପାଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ସ୍ଥଳସେନା ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରନ୍ତି। ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ଏହି ବରିଷ୍ଠ ସେନା...

ରାହୁଲଙ୍କ ପିଲାଳିଆମି ଦୂର କରିବ ଯୋଗ: ରାମ ମାଧବ

ନୂଆଦିଲ୍ଲୀ,୨୧।୬: ଶୁକ୍ରବାର ସାରା ବିଶ୍ୱ ପାଳନ କରିଛି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବଡ ବଡ ରାଜନେତାମାନେ ଯୋଗ...

ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏନ୍‌ସିପି...

‘ନୀତିଶ କୁମାରଙ୍କ ବିରୋଧରେ ଷଡ଼ଯନ୍ତ୍ର’

ପାଟନା,୭।୮: ବିହାରରେ ରାଜନୀତି ସରଗରମ ହୋଇଛି। ଅଗଷ୍ଟ ୬ରେ ଆରସିପି ସିଂ ଜେଡିୟୁ ଛାଡିବା ପରେ ଏବେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ...

ଆତଙ୍କବାଦୀଙ୍କ ପ୍ରତି ସହାନୁଭୁତି ରଖୁଥିବା ଲୋକେ ଅନୁଚ୍ଛେଦ ୩୭୦ ଉଚ୍ଛେଦର କରୁଛନ୍ତି ବିରୋଧ: ମୋଦି

ନୂଆଦିଲ୍ଲୀ,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦେଶର ହିତ ପାଇଁ କରାଯାଇଛି। ତେବେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। ଏଭଳି ଲୋକଙ୍କର ଆତଙ୍କବାଦୀଙ୍କ ପ୍ରତି ସହାନୁଭୁତି...

Advertisement
Archives

Model This Week